ETV Bharat / bharat

ଆଜି ୟୁଜିସି ଅନ୍ତିମ ବର୍ଷ ପରୀକ୍ଷା ଗାଇଡଲାଇନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଆଗାମୀ ସେପ୍ଟେମ୍ବର ସୁଦ୍ଧ ବିଶ୍ବବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଜାରି କରିଥିବା ନିର୍ଦ୍ଦେଶ ଉପରେ ଆଜି ରାୟ ଶୁଣାଇବେ । ଆଗାମୀ ସେପ୍ଟମ୍ବର ସୁଦ୍ଧା ବିଶ୍ବବିଦ୍ୟାଳୟ ଓ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଶେଷ କରିବାକୁ ୟୁଜିସି ଏକ ସର୍କୁଲାର ଜାରି କରିଥିଲେ । ଅଧିକ ପଢନ୍ତୁ...

ଆଜି ୟୁଜିସି ଅନ୍ତିମ ପରୀକ୍ଷା ଗାଇଡଲାଇନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

author img

By

Published : Aug 28, 2020, 8:19 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଗାମୀ ସେପ୍ଟେମ୍ବର ସୁଦ୍ଧ ବିଶ୍ବବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଜାରି କରିଥିବା ନିର୍ଦ୍ଦେଶ ଉପରେ ଆଜି ରାୟ ଶୁଣାଇବେ । ଗତ ଜୁଲାଇ ମାସରେ ୟୁଜିସିର ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏକାଧିକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଏମଆର ଶାହାଙ୍କ ଖଣ୍ଡପୀଠ ପୂର୍ବରୁ ଶୁଣାଇ କରିଥିଲେ । ଗତ 18 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରିବା ସହ ନିଜର ରାୟ ସଂରକ୍ଷିତ ରଖିଥିଲେ ।

ୟୁଜିସି ଜୁଲାଇ 6 ରେ ଦେଶବ୍ୟାପୀ ବିଶ୍ବବିଦ୍ୟାଳୟ ଓ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଫଳ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ପୂରା କରିବା ସଂପର୍କିତ ଏକ ସର୍କୁଲାର ଜାରି କରିଥିଲା ।

ଯେଉଁଥିରେ ପରୀକ୍ଷାର୍ଥୀ ମାନେ ଅଫଲାଇନ(ପେନ୍ ଆଣ୍ଡ ପେପର), ଅନଲାଇନ, ଉଭୟ ଅନଲାଇନ ଓ ଅଫଲାଇନ ମୋଡ୍ରେ ପରୀକ୍ଷା କରିପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି କାରଣବଶତଃ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନ ପାରନ୍ତି ସେଭଳି ସ୍ଥିତିରେ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ।

କୋରୋନା ସଂକ୍ରମଣରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ଭିନ୍ନ ଭିନ୍ନ ସଂସ୍ଥାର ଅନେକ ଛାତ୍ର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ, ଯେଉଁଥିରେ କି ଅନ୍ତିମ ବର୍ଷର ପରୀକ୍ଷା ବାତିଲ କରାଯିବାକୁ ଦାବି ହୋଇଛି । କିନ୍ତୁ ସୁପ୍ରିମକୋର୍ଟ ପରୀକ୍ଷା ବାତିଲ କରିବା ସଂପର୍କିତ ଆବେଦନକୁ ଖାରଜ କରି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.