ETV Bharat / bharat

ସୁପ୍ରିମକୋର୍ଟରେ ରାଜସ୍ଥାନ ମାମଲା, ଆଜି ବାଚସ୍ପତିଙ୍କ ଯାଚିକାର ଶୁଣାଣି - ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ

ଆଜି ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡିଛି ।

ସୁପ୍ରିମକୋର୍ଟରେ ରାଜସ୍ଥାନ ମାମଲା, ଆଜି ବାଚସ୍ପତିଙ୍କ ଯାଚିକାର ଶୁଣାଣି

author img

By

Published : Jul 23, 2020, 8:31 AM IST

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଉପରେ 24 ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜସ୍ଥାନ ହାଇକୋର୍ଟ । ତେବେ ବାଚସ୍ପତିଙ୍କ କ୍ଷମତାରେ ଅଦାଲତ ହସ୍ତକ୍ଷେପ କରିବା ବିରୋଧରେ ବାଚସ୍ପତି ସିପି ଜୋଶୀ ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର, ବିଚାରପତି ବି ଆର ଗବୈଇ ଓ ବିଚାରପତି କୃଷ୍ଣ ମୁରାରୀଙ୍କ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡିଛି । ବାଚସ୍ପତିଙ୍କ ମାମଲାରେ ହାଇକୋର୍ଟର ହସ୍ତକ୍ଷେପକୁ ବିରୋଧ କରି ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି ବାଚସ୍ପତି ।

ସିପି ଜୋଶୀ କହିଥିଲେ ଯେ କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର କେବଳ ବାଚସ୍ପତିଙ୍କର ରହିଛି । ଏଥିରେ ଆଉ କାହାର ହସ୍ତକ୍ଷେପ କରିବା ଠିକ ନୁହେଁ । ସରକାର ଗଣତନ୍ତ୍ରର ପାଳନ କରୁଥିବାବେଳେ ଏଥିରେ ଅଦାଲତ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି କହିଥିଲେ ଜୋଶୀ ।

ସଚିନ ପାଇଲଟ ଗ୍ରୁପ୍‌ ଦାଖଲ କରିଛନ୍ତି ଯାଚିକା

ବାଚସ୍ପତି ସିପି ଜୋଶୀ ସୁପ୍ରିମକୋର୍ଟରେ ଏସପିଏଲ ଦାଖଲ କରିବା ପରେ ସଚିନ ପାଇଲଟଙ୍କ ଗ୍ରୁପ୍‌ ମଧ୍ୟ କୋର୍ଟରେ ଯାଚିକା ଦାଖଲ କରିଛନ୍ତି । ସଚିନ ପାଇଲଟଙ୍କ ପକ୍ଷକୁ ନଶୁଣି କୌଣସି ନିଷ୍ପତ୍ତି ନନେବାକୁ ଏଥିରେ ଉଲ୍ଲେଖ ରହିଛି ।

ରାଜସ୍ଥାନ ହାଇକୋର୍ଟର ଜୁଲାଇ 21ର ଆଦେଶ

ବାଚସ୍ପତି ସିପି ଜୋଶୀ, ସଚିନ ପାଇଲଟଙ୍କ ସହିତ 19 କଂଗ୍ରେସ ବିଧାୟକଙ୍କୁ ଦେଇଥିବା ନୋଟିସ ବିରୋଧରେ ରାଜସ୍ଥାନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଦ୍ରୋହୀ ବିଧାୟକ । ଯାହାର ଶୁଣାଣି ଶେଷ ହୋଇଥିବାବେଳେ ଜୁଲାଇ 24 ରେ ଏହାର ରାୟ ଆସିବ ବୋଲି ଜଣାପଡିଛି । ଏହାସହ ଜୁଲାଇ 24 ଯାଏ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତିଙ୍କୁ ଆଦେଶ ଦେଇଥିଲେ ହାଇକୋର୍ଟ ।

ସୂଚନାଥାଉକି, କଂଗ୍ରେସ ଦଳର ହ୍ବିପ ସତ୍ତ୍ବେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ । ଯେଉଁଥିଲାଗି ମୁଖ୍ୟସଚେତକଙ୍କ ଆବେଦନ ଉପରେ ବାଚସ୍ପତି ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ବିରୋଧ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.