ETV Bharat / bharat

ଓମାର ଅବଦୁଲ୍ଲାଙ୍କ ବିରୋଧରେ ଲାଗିଥିବା ପିଏସଏ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନାମରେ ଲାଗିଥିବା ପିଏସଏକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆଜି ହେବ । ଅଧିକ ପଢନ୍ତୁ...

ଓମାର ଅବଦୁଲ୍ଲା
omar-abdullah
author img

By

Published : Feb 12, 2020, 10:58 AM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନାମରେ ଲାଗିଥିବା ପିଏସଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଯାହାର ଶୁଣାଣି ବୁଧବାର(ଆଜି) ଉଚ୍ଚତମ ନ୍ୟାୟାଳୟ କରିବେ । ଓମାରଙ୍କ ଭଉଣୀ ସାରା ପାୟଲଟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏହି ଆବେଦନ କରିଥିଲେ ।

ଓମାର ଅବଦୁଲ୍ଲାଙ୍କୁ ଜନ ସୁରକ୍ଷା ଆଇନ(ପିଏସଏ ଆକ୍ଟ) ଅଧିନରେ ଗୃହବନ୍ଦୀ କରିବାକୁ ଗତ ଫେବୃଆରୀ 6 ତାରିଖରେ ଆଦେଶ ଦେଇଥିଲେ କେନ୍ଦ୍ର ସରକାର । ତେବେ ଏହାକୁ ଅସମ୍ବିଧାନିକ ବୋଲି କହିଛନ୍ତି ସାରା । ଏହା ଜଣେ ବ୍ୟକ୍ତିଙ୍କର ମୌଳିକ ଅଧିକାରର ମଧ୍ୟ ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ତାଙ୍କର 6 ମାସିଆ ଗୃହବନ୍ଦୀ ଅବଧି ଶେଷ ହେବାକୁ ଥିବା ବେଳେ ଫେବୃଆରୀ 6 ତାରିଖରେ ତାଙ୍କ ବିରୋଧରେ ପିଏସଏ ଲାଗୁ କରାଗଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.