ETV Bharat / bharat

ଡିଟେନସନ୍ ସେଣ୍ଟରରୁ ମୁକ୍ତ ହେବେ ବିଦେଶୀ: ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟ

କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆସାମରେ ଡିଟେନସନରେ ଥିବା ସମସ୍ତ ବିଦେଶୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

SC Orders Release of Detainees
ସୁପ୍ରିମକୋର୍ଟ
author img

By

Published : Apr 14, 2020, 11:01 AM IST

ନୂଆଦିଲ୍ଲା: କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆସାମରେ ଡିଟେନସନରେ ଥିବା ସମସ୍ତ ବିଦେଶୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ 2 ବର୍ଷରୁ ଅଧିକ ଡିଟେନସନରେ ରହିଛନ୍ତି, ସେମାନଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ମୁଖ୍ୟ ବିଚାରପତି ଏସ.ଏ ବୋବଡେ ଏବଂ ବିଚାରପତି ଏଲ୍ଏନ୍ ରାଓ ଏବଂ ଏମ୍ ଶାନ୍ତନାଗୋଦାରଙ୍କ ଖଣ୍ଡପୀଠ, ସର୍ବୋଚ୍ଚ ଅଦାଲତର ମେ 10, 2019 ଆଦେଶକୁ ଦର୍ଶାଇ ବ୍ୟକ୍ତିଗତ ବଣ୍ଡ ପରିମାଣକୁ 1 ଲକ୍ଷରୁ 5000 ଟଙ୍କାକୁ ହ୍ରାସ କରିଛନ୍ତି । ଡିଟେନସନ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାବେଳେ ସର୍ବୋଚ୍ଚ ଅଦାଲତ କିଛି ସର୍ତ୍ତ ରଖିଥିଲେ ଯେ ସେମାନେ ତିନି ବର୍ଷରୁ ଅଧିକ ସମୟ କାରାଗାରରେ ବିତାଇଥିବେ । ସୋମବାର ଆସାମ ସ୍ଥିତ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ଜଷ୍ଟିସ୍ ଫର୍ ଲିବର୍ଟି ଇନିସିଏଟିଭ୍ ଦ୍ବାରା କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଆବେଦନ କରିଥିଲେ ।

ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ସେମାନଙ୍କ ମୁକ୍ତିକୁ ବିରୋଧ କରି କହିଥିଲେ । ସେ କହିଥିଲେ କି, ଡିଟେନସନରେ ଥିବା ବନ୍ଦୀ ଗ୍ରାମରେ ଲୋକଙ୍କୁ ସଂକ୍ରମିତ କରିବେ । ଏହି ବେଞ୍ଚରେ ଦର୍ଶାଯାଇଛି ଯେ ନିର୍ଦ୍ଦେଶାବଳୀ ଗଠନ ଏବଂ ବ୍ୟକ୍ତିମାନଙ୍କୁ ମୁକ୍ତ କରିବାର ଉଦ୍ଦେଶ୍ୟ ହେଉଛି କୋରୋନା ହଟସ୍ପଟ ସଂକ୍ରମଣରୁ ଏହି ସେଣ୍ଟର ଗୁଡିକୁ ମୁକ୍ତ କରିବା । ଆସାମରେ ବର୍ତ୍ତମାନ 802ଟି ଡିଟେନସନ ସେଣ୍ଟର ରହିଛି । ଏଥିରେ କ୍ଷମତାଠାରୁ ଅଧିକ ବନ୍ଦୀ ରହୁଛନ୍ତି । ଏଠାକାର ପରିବେଶ ମଧ୍ୟ ସ୍ବଚ୍ଛ ନୁହେଁ ଫଳରେ ଭୂତାଣୁ ବ୍ୟାପିବାର ଅଧିକ ସୁଯୋଗ ରହିଛି ବୋଲି ଯାଚିକାରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.