ନୂଆଦିଲ୍ଲୀ: ଶାହିନବାଗ ମାମଲାରେ ବିରୋଧ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ପ୍ରକାଶ ପାଇଛି । ସର୍ବସାଧାରଣ ସ୍ଥାନରେ ବିରୋଧ କରିବା ଠିକ୍ ନୁହେଁ ବୋଲି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି। ଏହା ଲୋକଙ୍କ ଅଧିକାରର ଉଲ୍ଲଙ୍ଘନ କରୁଛି ବୋଲି ସୁପ୍ରମକୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ବିରୋଧ ପ୍ରଦର୍ଶନ ନାମରେ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ବାଧା ସୃଷ୍ଟି କରିପାରିବେ ନାହିଁ ଏବଂ ସର୍ବସାଧାରଣ ସ୍ଥାନଗୁଡିକୁ ଅବରୋଧ କରାଯାଇପାରିବ ନାହିଁ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିବାଦ କରାଯିବା ଉଚିତ୍ ।
ପ୍ରକାଶ ଥାଉକି, ସିଏଏକୁ ବିରୋଧ କରି ଶାହିନ ବାଗରେ 90 ଦିନରୁ ଅଧିକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଣୁ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ବିରୋଧ ପ୍ରଦର୍ଶନ ନାମରେ ସର୍ବସାଧାରଣ ସ୍ଥାନ ଏବଂ ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରାଯାଇପାରିବ ନାହିଁ।