ETV Bharat / bharat

ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

author img

By

Published : Feb 8, 2021, 4:37 PM IST

ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ପିଟିସନକୁ  ସୁପ୍ରିମ କୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ: ସାମ୍ବିଧାନିକ ବ୍ୟବସ୍ଥାରେ ଅସ୍ଥିରତା ଓ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ଥିବା ଦର୍ଶାଇ ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ଚେତାବନୀ ଦେବା ସହ ଅନ୍ୟ ରାଜ୍ୟର ଅପରାଧ ରେକର୍ଡ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ କହିଛନ୍ତି । ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟରେ ଅପରାଧର ତୁଳନାତ୍ମକ ବିଶ୍ଳେଷଣ କରିବାପାଇଁ କହିଛନ୍ତି ସର୍ବୋଚ୍ଚ କୋର୍ଟ।

ମୁଖ୍ୟ ବିଚାରପତି ବୋବଡେ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମା ସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ଏହି ଆବେଦନକୁ ରଦ୍ଦ କରିଛନ୍ତି । ଏହି ମାମଲା ସମ୍ପର୍କରେ ଜାତୀୟ କ୍ରାଇମ ବ୍ୟୁରୋର ରିପୋର୍ଟକୁ ସଠିକ ଅନୁଧ୍ୟାନ କରାଯାଇନଥିବା କଥା କହିଛନ୍ତି କୋର୍ଟ ।

ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ଏବଂ ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ତଥ୍ୟ ଆଧାରରେ ଉତ୍ତରପ୍ରଦେଶରେ କ୍ରାଇମଗ୍ରାଫ୍ ବୃଦ୍ଧି ପାଇଥିବା ଆବେଦନରେ ଦର୍ଶାଇଥିଲେ ଅବେଦନକାରୀଙ୍କ ଓକିଲ । ଶୁଣାଣି ବେଳେ କେତେ ସଂଖ୍ୟକ ରେକର୍ଡକୁ ନେଇ ଏହି ତଥ୍ୟ ଅଧୟନ କରାଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏପରି ଅଭିଯୋଗ ଉପରେ ଆବେଦନକାରୀଙ୍କ ପକ୍ଷରୁ ସଠିକ ଅନୁସନ୍ଧାନ କରାଯାଇନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଶୁଣାଣିରେ ଉତ୍ତରପ୍ରଦେଶରେ ପୋଲିସ ଦ୍ବାରା ଅପ୍ରାକୃତିକ ହତ୍ୟା ସହିତ ଅନୈତିକ ଏବଂ ହତ୍ୟାକାଣ୍ଡ ଘଟୁଛି ବୋଲି ଯୁକ୍ତି ବାଢିଥିଲେ ଆବେଦନକାରୀଙ୍କ ଓକିଲ । ସେ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ସାମ୍ବିଧାନିକ ପଦ୍ଧତିରେ କ୍ଷମତାର ବ୍ୟବହାର କରୁନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.