ETV Bharat / bharat

1984 ଦଙ୍ଗା ଦୋଷୀ କୋରୋନା ସଂକ୍ରମିତ, ଜାମିନ ଆବେଦନ ଖାରଜ - କୋରୋନା ସଂକ୍ରମିତ ଦୋଷୀଙ୍କ ଜାମିନ ଆବେଦନ ଖାରଜ

କୋରୋନା ଭାଇରସରେ ସଂକ୍ରମିତ 1984 ଶିଖ ବିରୋଧୀ ଦଙ୍ଗାର ଦୋଷୀ ମହେନ୍ଦ୍ର ସିଂହ ଯାଦବଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ।

କୋରୋନା ସଂକ୍ରମିତ ଦୋଷୀଙ୍କ ଜାମିନ ଆବେଦନ ଖାରଜ

author img

By

Published : Jul 1, 2020, 3:05 PM IST

ନୂଆଦିଲ୍ଲୀ: 1984 ଶିଖ ବିରୋଧୀ ଦଙ୍ଗାର ଦୋଷୀ ମହେନ୍ଦ୍ର ସିଂହ ଯାଦବଙ୍କ ଯାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଯାଦବ କୋରୋନା ଭାଇରସରେ ସଂକ୍ରମିତ ଥିବା ହେତୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ବୁଧବାର ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଥିବା ତାଙ୍କ ଓକିଲ ବସନ୍ତ ଫୁଲକା କୋର୍ଟଙ୍କୁ କହିଥିଲେ । ଯାଦବଙ୍କ ୱାର୍ଡ ବାହାରେ ଦୁଇଜଣ କନଷ୍ଟେବଳ ନିୟୋଜିତ ଥିବା ବେଳେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ବୋଲି ଓକିଲ କହିଥିଲେ ।

ନିୟମ ଅନୁଯାୟୀ କୋରୋନା ରୋଗୀଙ୍କୁ ଭେଟିବାର ଅନୁମତି ଦିଆଯାଇନଥାଏ ବୋଲି ଜଷ୍ଟିସ ଇନ୍ଦିରା ବାନାର୍ଜୀ କହିଛନ୍ତି । ଏହା ବ୍ୟତୀତ ଯାଦବଙ୍କ ଆବେଦନ ଚିକିତ୍ସା ସମ୍ବନ୍ଧୀୟ କୌଣସି ଅଭିଯୋଗକୁ ସୂଚିତ କରୁନାହିଁ । ତେଣୁ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.