ହାଇଦ୍ରାବାଦ: ଲକଡାଉନ ପାଇଁ ଦୋକାନ ବଜାର ବନ୍ଦ । ବ୍ୟାଙ୍କ ସାମ୍ନାରେ ଲାଗୁଛି ଲମ୍ବା ଲାଇନ । ଅନ୍ୟପଟେ କେତେକ ଏହି ସମୟରେ ନେଟ ବ୍ୟାଙ୍କିଂ ବା ଅନଲାଇ ଟ୍ରାନଜାକ୍ସନ ଉପରେ ଅତି ନିର୍ଭରଶୀଳ ହୋଇ ପଡିଛନ୍ତି । ତେବେ ଏପରି ପରିସ୍ଥିତିରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଜାରି କରିଛି ଗ୍ରାହକମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ ।
ଏନେଇ ଗ୍ରାହକମାନଙ୍କୁ ଏକ ମେଲ ଜରିଆରେ ସେଫ୍ଟି ଟିପ୍ସ ଦେଇଛି ଏସବିଆଇ । ଯେଉଁଥିରେ ଅନଲାଇନ ଟ୍ରାନଜାକ୍ସନରେ ସାବଧାନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଥିସହିତ କିଛି ଜରୁରୀ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିଛି କମ୍ପାନୀ । ସେଗୁଡିକ ହେଲା:
- ଅନଲାଇନ ଟ୍ରାନଜାକ୍ସନରେ କୌଣସି ଅନଲାଇନ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ଯାହା ଓଟିପି ମାଗୁଛି । ଏନେଇ ଅନେକ ଠକ ଲୋକଙ୍କୁ ଇଏମଆଇ, ଡେବିଟ ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ନାଁରେ ଫସେଇବାକୁ ଚେଷ୍ଟା ମଧ୍ୟ କରିପାରନ୍ତି । ଏସମସ୍ତ ଉପରେ ବିଶ୍ବାସ ନ କରି ଅଫିସିଆଲ ୱେବସାଇଟରୁ ଆକ୍ସେସ କରନ୍ତୁ ।
- କ୍ୟାସ ପ୍ରାଇଜ କିମ୍ବା ଚାକିରୀର ଲାଳସା ଦେଖାଇଥିବା ସ୍କିମଠାରୁ ନିଜକୁ ଦୂରାନ୍ତୁ ।
- ନିୟମିତ ସମୟ ବ୍ୟବଧାନ ବ୍ୟାଙ୍କ ସମ୍ବନ୍ଧୀୟ ପାସୱାର୍ଡ ବଦଳାନ୍ତୁ ।
- ବ୍ୟାଙ୍କ କର୍ମଚାରୀ ବୋଲି ନିଜକୁ ଦର୍ଶାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ବିନା ପ୍ରମାଣରେ ନିଜ ବ୍ୟାଙ୍କ ଡିଟେଲ୍ସ ଶେୟାର କରନ୍ତୁ ନାହିଁ ।
- ଗୁଗୁଲ କିମ୍ବା କୌଣସି ସର୍ଚ୍ଚ ଇଞ୍ଜିନରେ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ନିଜ ଫୋନ ନମ୍ବର ବା ବ୍ୟକ୍ତିଗତ ଡାଟା ଆଧାରରେ ସର୍ଚ୍ଚ କରନ୍ତୁ ନାହିଁ ।
- ଯଦି କୌଣସି ଜାଲିଆତି ବା ଠକେଇ ମାମଲା ଆପଣଙ୍କ ନଜରକୁ ଆସେ ତେବେ ତୁରନ୍ତ ଏହାକୁ ନିକଟସ୍ଥ ପୋଲିସ ଷ୍ଟେସନ ତଥା ଏସବିଆଇ ବ୍ରାଞ୍ଚରେ ଜଣାନ୍ତୁ ।