ETV Bharat / bharat

‘ସାବରକରଙ୍କୁ ନିଶ୍ଚିତ ମିଳିବ ଭାରତ ରତ୍ନ’ - ବିନାୟକ ଦାମୋଦର ସାବରକର

ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ମିଳିବା ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଇତିହାସରେ ସାବରକରଙ୍କୁ ନେଇ ରଖାଯାଇଥିବା ମିଥ୍ୟା ତଥ୍ୟ ହଟେଇ ତାଙ୍କୁ ସମ୍ନାନ ଦେବାର ସମୟ ଆସିଛି। ତାଙ୍କୁ ଭାରତରତ୍ନ ମିଳିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଫାଇଲ ଫଟୋ
author img

By

Published : Oct 19, 2019, 9:12 AM IST

ମୁମ୍ବାଇ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ। ସ୍ବାଧୀନତା ସଂଗ୍ରାମର ପ୍ରମୁଖ କର୍ଣ୍ଣଧାର ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ମିଳିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ। ନିଶ୍ଚିତଭାବେ ସାବରକରଙ୍କୁ ମିଳିବ ଏହି ସମ୍ମାନ। କେହି ଏହାକୁ ରୋକିପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ମହାରାଷ୍ଟ୍ରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଗଡକରି କହିଛନ୍ତି ଯେ, ବିନାୟକ ଦାମୋଦର ସାବରକରଙ୍କୁ ନେଇ ଇତିହାସରେ ମିଥ୍ୟା ଉପସ୍ଥାପିତ ହୋଇଛି। ସେ ଭୁଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଛି। ହେଲେ ଆଉ ନୁହେଁ, ଏବେ ସାବରକରଙ୍କୁ ଉଚିତ ସମ୍ମାନ ଦେବାର ସମୟ ଆସିଯାଇଛି।

ମହାତ୍ମା ଗାନ୍ଧୀଙ୍କ ହତ୍ୟା ସହ ସାବରକର ଜଡ଼ିତ ରହିଛନ୍ତି ବୋଲି କଂଗ୍ରେସ ସବୁବେଳେ ଅଭିଯୋଗ ଲଗାଇଆସୁଛି। ଏହା ମିଥ୍ୟା ଏବଂ ସମ୍ପୂର୍ଣ୍ଣ ନିରାଧାର। ଯିଏ ଦେଶ ପାଇଁ ସମଗ୍ର ଜୀବନ ସମର୍ପିତ କରିଦେଇଛି, ସେ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ । କଂଗ୍ରେସ ତାଙ୍କର ଜୀବନୀ ଇତିହାସ ପଢିନାହିଁ । ଫଳରେ ଏପରି ବୟାନବାଜି କରୁଛି। ଯାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାବରକରଙ୍କୁ ଦେଶର ସର୍ବୋଚ୍ଚ ସମ୍ନାନ ପ୍ରଦାନ କରିବା ବିଜେପିର ରାଜନୈତିକ ଉଦ୍ଦେଶ୍ୟ ନୁହେଁ। ଏହା ସମଗ୍ର ଦେଶବାସୀଙ୍କର ଦୀର୍ଘ ଦିନର ଅନୁରୋଧ। ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଲା ପରେ କେନ୍ଦ୍ର ସରକାର ଉଚିତ ନିଷ୍ପତ୍ତି ନେବେ। ବୀର ସାବରକରଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ନେଇ ଶତ ପ୍ରତିଶତ ବିଶ୍ବାସ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.