ଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଉଥରେ କୋରୋନା ଟେଷ୍ଟ ହୋଇଛି । ମଙ୍ଗଳବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ବୁଧବାର ପୁଣିଥରେ ତାଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିଲା । ଆଉ ଏବେ ରିପୋର୍ଟ ପଜିଟିଭ ଆସିଛି ।
ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ତାଙ୍କ ନମୁନା ପରୀକ୍ଷା ହୋଇଛି । ସୋମବାର ଭୀଷଣ ଜ୍ବର ଏବଂ ନିଶ୍ବାସ ନେବାରେ କଷ୍ଟ ଭୋଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋରୋନା ସନ୍ଦେହରେ ତାଙ୍କର ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିଲା ।
ମଙ୍ଗଳବାର ଏହାର ରିପୋର୍ଟ ଆସିଥିବାବେଳେ ସେ ନେଗେଟିଭ ଥିବା ଜଣାପଡିଥିଲା । ଏହା ସମ୍ପର୍କରେ ନିଜ ଟ୍ବିଟରେ ସେ ସୂଚନା ଦେଇଥିଲେ । ତେବେ କୋଭିଡ 19 ପରୀକ୍ଷା 2 ଥର ହେଉଥିବାବେଳେ ଜୈନ ଏବେ ବିପଦମୁକ୍ତ ନୁହନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କ ଦ୍ବିତୀୟ ରିପୋର୍ଟ ପଜିଟିଭି ଆସିଛି ।
ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ - ପୁଣି ସତ୍ୟେନ୍ଦ୍ର ଜୈନଙ୍କ ସାମ୍ପଲ ପରୀକ୍ଷା
ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଆଉଥରେ କୋରୋନା ଟେଷ୍ଟ ପଜିଟିଭ ଆସିଛି । ମଙ୍ଗଳବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଅଧିକ ପଢନ୍ତୁ...