ETV Bharat / bharat

ରାଜ୍ୟସଭାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦାବି, ସାନ୍ତାଳୀ ଭାଷାରେ ଦାବି କଲେ ସରୋଜିନୀ - sarojini hembram demand to bharat ratna for raghunath murmu

ରାଜ୍ୟସଭାରେ ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ନିଜ ଦାବି ଉପସ୍ଥାପନ କଲେ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ । ଶୁକ୍ରବାର ସେ ସାନ୍ତାଳୀ ଭାଷାରେ ଗୃହରେ କହିବା ସହ ଏହି ଆଦିବାସୀ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

bjd mp sarojini hembram
ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତ ରତ୍ନ ଦାବି, ସାନ୍ତାଳୀ ଭାଷାରେ ରାଜ୍ୟସଭାରେ ଦାବି କଲେ ସରୋଜିନୀ
author img

By

Published : Dec 6, 2019, 9:22 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ନିଜ ଦାବି ଉପସ୍ଥାପନ କଲେ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ । ଶୁକ୍ରବାର ସେ ସାନ୍ତାଳୀ ଭାଷାରେ ଗୃହରେ କହିବା ସହ ଏହି ଆଦିବାସୀ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଏହି ସମୟରେ ତାଙ୍କୁ ନିଜ ଦାବି ସାନ୍ତାଳୀ ଭାଷାରେ କହିବାର ସୁଯୋଗ ଦେଇଥିବାରୁ ସେ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଓଡିଶାର ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ଦାଣ୍ଡବୋଷ ଗାଁରେ 1905 ମସିହାରେ ହୋଇଥିଲା । ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦିବାସୀ ସମ୍ପ୍ରଦାୟ ଧର୍ମ ଗୁରୁ ତଥା ଆଦିବାସୀ ଲିପିର ସ୍ରଷ୍ଟା ଭାବେ ସମ୍ମାନ କରନ୍ତି। 1925 ମସିହାରୁ ଆଦିବାସୀ ଭାଷାର ଅଲଚିକି ଲିପିକୁ ସେ ପ୍ରଚାର ପ୍ରସାର ଆରମ୍ଭ କରିଥିଲେ ବୋଲି କହିଛନ୍ତି ।

ଏଥି ସହିତ ଆଦିବାସୀ ସମ୍ପ୍ରଦାୟର ଲୋକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭଲ ପ୍ରବକ୍ତା ଭାବେ ମାନୁଥିଲେ। ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମହାସଭାରେ ତାଙ୍କୁ ଗୁରୁ ଗମକେ ଉପାଧିରେ ଭୂଷିତ ମଧ୍ୟ କରାଯାଇଥିଲା। ଆଦିବାସୀଙ୍କ ପାଇଁ ଆଦିବାସୀ ଭାଷା ଅଲଚିକି ଲିପିରେ ବହୁ ପୁସ୍ତକ ରଚନା କରିଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ। 2017ରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାରେ ହୋଇଥିବା ମେଡିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ନାମରେ ନାମିତ କରାଇ ଉଦଘାଟନ ମଧ୍ୟ କରିଥିଲେ। ତେଣୁ ତାଙ୍କୁ ଭାରତରତ୍ନ ଦେବାକୁ ସେ ଦାବି କରିଛନ୍ତି ।

Intro:Body:

BREAKING Strategic Forces Command conducts night trial of air force version of short range ballistic #missile Prithvi from a #defence test facility off #Odisha coast

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.