ETV Bharat / bharat

ଗଙ୍ଗାର ପବିତ୍ରତା ଫେରାଇ ଆଣନ୍ତୁ ସରକାର: ସାଂସଦ ସଞ୍ଜୟ ସିଂ - ପରିମଳ ଗଙ୍ଗା

ଗଙ୍ଗାର ପବିତ୍ରତା ଫେରାଇ ଆଣିବାକୁ ସଞ୍ଜୟ ସିଂଙ୍କ ଆହ୍ବାନ । ରାଜ୍ୟସଭାରେ ପ୍ରଭାବୀ ଢଙ୍ଗାରେ ରଖିଲେ ଦାବି ।

Sanjay sing
Sanjay sing
author img

By

Published : Mar 19, 2020, 10:10 PM IST

ନୂଆଦିଲ୍ଲୀ: ନିର୍ମଳ ଗଙ୍ଗାକୁ ନେଇ ଗୁରୁବାର ରାଜ୍ୟସଭାରେ ପ୍ରଭାବୀ ଢଙ୍ଗରେ ପ୍ରସଙ୍ଗ ଉଠାଇଛନ୍ତି ଆପ ସାଂସଦ ସଞ୍ଜୟ ସିଂ । ସଂଞ୍ଜୟ କହିଛନ୍ତି ମାତୃସଦନ ହରିଦ୍ବାରାର ସନ୍ଥ ସ୍ବାମୀ ଶିବାନନ୍ଦଜୀ ଯାହାଙ୍କର ବୟସ 80 ବର୍ଷ । ସେ ଗତ 10 ଦିନ ହେଲା ଅନଶନରେ ବସିଛନ୍ତି । ତାଙ୍କର ଦାବି ହେଉଛି ନିର୍ମଳ ଗଙ୍ଗା । ନିର୍ମଳ ଗଙ୍ଗା, ପରିମଳ ଗଙ୍ଗା, ପବିତ୍ର ଗଙ୍ଗା ପାଇଁ ମାତୃସଦନର ସାଧୁ ସନ୍ଥ ଅନେକ ବର୍ଷ ହେଲା ଦାବି ଓ ଅନଶନ କରିଆସୁଛନ୍ତି । ତେବେ ସାଧୁ ସନ୍ଥଙ୍କ ଅନଶନ ବେଳେ କେବଳ ସରକାରଙ୍କ ନମାମୀ ଗଙ୍ଗେ ଅଧିକାରୀ ଯାଇ ପ୍ରତିଶୃତି ଦେଉଛନ୍ତି । କିନ୍ତୁ ବାସ୍ତବରେ କିଛି ଫଳପ୍ରଦ ହେଉନାହିଁ ବୋଲି ସଞ୍ଜୟ କହିଛନ୍ତି ।

ଗଙ୍ଗାର ପବିତ୍ରତା ଫେରାଇ ଆଣନ୍ତୁ ସରକାର: ରାଜ୍ୟସଭା ସାଂସଦ ସଞ୍ଜୟ ସିଂ

ସଞ୍ଜୟ ଆହୁରି କହିଛନ୍ତି ସ୍ବାମୀ ଗୋକୁଳାନନ୍ଦଜୀ, ସ୍ବାମୀ ନିଗମାନନ୍ଦଜୀ, ସ୍ବାମୀ ସାନନ୍ଦଜୀ ପବିତ୍ର ଗଙ୍ଗାପାଇଁ ନିଜ ଜୀବନ ଉତ୍ସଗ କରିଛନ୍ତି । ଏହାବାଦ ବର୍ତ୍ତମାନ ସ୍ବାଧ୍ବୀ ପଦ୍ମାବତୀ ଏମସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଯିଏ ଗତ ଡିସେମ୍ବର 15ରୁ ଅନଶନରେ ଅଛନ୍ତି ପବିତ୍ର ଗଙ୍ଗା ପାଇଁ ବୋଲି ସଞ୍ଜୟ କହିଛନ୍ତି । 25ଶହ କିଲୋମିଟର ଧରି ବହିଯାଇଛି ପବିତ୍ର ଗଙ୍ଗା ।

ସରକାରଙ୍କୁ ଅନୁରୋଧ ସନ୍ଥଙ୍କ ସହ ଆଲୋଚନା କରନ୍ତୁ । ଗଙ୍ଗାର ପବିତ୍ରତା ଫେରାଇ ଆଣିବା ପାଇଁ ଉଦ୍ୟମ କରନ୍ତୁ ବୋଲି ସଞ୍ଜୟ ଦାବି କରିଛନ୍ତି ।

ସୌଜନ୍ୟ- ରାଜ୍ୟସଭା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.