ETV Bharat / bharat

ସୁଶାନ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ର ରାଜନୀତି ସରଗରମ

author img

By

Published : Aug 19, 2020, 3:35 PM IST

ବଲିଉଡ ଅଭିନେତା ସ୍ବର୍ଗତଃ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଶିବସେନାର ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତଃ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ଯା ମାମଲାରେ ସୁପ୍ରିମକୋର୍ଟ ବୁଧବାର ଦିନ ରାୟ ପ୍ରକାଶ କରିଛନ୍ତି। ଏହି ରାୟରେ ବିହାରରେ ରୁଜୁ ହୋଇଥିବା ଏଫ୍ଆଇଆରକୁ ସମର୍ଥନ କରାଯାଇଛି। ଏଥିସହ ପୁରା ମାମଲା ଏବେ ସିବିଆଇକୁ ହସ୍ତାନ୍ତର କରାଯାଇଛି। ସିବିଆଇ ବର୍ତ୍ତମାନ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିବ। ତେବେ ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ଇସ୍ତଫା ଦାବି କରୁଛି ବିଜେପି। ଏହି ମାମଲାରେ ମୁମ୍ବାଇ ପୋଲିସ ଦ୍ବାରା ହୋଇଥିବା ବିଶୃଙ୍ଖଳା ଯୋଗୁଁ 'ଗୃହମନ୍ତ୍ରୀ ଏବଂ ମୁମ୍ବାଇ ପୋଲିସ କମିଶନର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି କହିଛି।

ତେବେ ଏନେଇ ଶିବସେନା ନେତା ସଞ୍ଜୟ ରାଉତ ଦୃଢ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ମନ୍ତବ୍ୟ ଦେବା ଉଚିତ ନୁହେଁ। ଆମ ରାଜ୍ୟର ନ୍ୟାୟିକ ବ୍ୟବସ୍ଥା ସର୍ବଦା ଦେଶରେ ସର୍ବଶ୍ରେଷ୍ଠ ରହିଛି । ଏଠାରେ କେହି ଆଇନଠାରୁ ଉର୍ଦ୍ଧ୍ବରେ ନାହାଁନ୍ତି । ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଆମ କର୍ତ୍ତବ୍ୟ । ସତ୍ୟ ଏବଂ ନ୍ୟାୟ ସର୍ବଦା ଜିତେ ବୋଲି ରାଉତ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୁମ୍ବାଇ ପୋଲିସ ଏହି ଘଟଣାର ସଠିକ ତଦନ୍ତ କରୁଛି। ଆଇନ ଉପରେ କେହି ନାହାଁନ୍ତି। ଦଳ ଉପରେ ଯେଉଁ ଅଭିଯୋଗ ହେଉଛି ତାହା ସତ୍ୟ ନୁହେଁ।

ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ମୁମ୍ବାଇ ପୋଲିସର କମିଶନର କିମ୍ବା ଆଡଭୋକେଟ୍ ଜେନେରାଲ୍ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କହିପାରିବେ । ମୁଁ ଏବିଷୟରେ କହିବା ଠିକ୍ ନୁହେଁ। ଯେତେବେଳେ ସମ୍ପୂର୍ଣ୍ଣ ତଥ୍ୟ ଆମ ପାଖକୁ ଆସିବ ସେତେବେଳେ ସରକାରଙ୍କ ମୁଖପାତ୍ର ଏହି ପ୍ରସଙ୍ଗରେ କହିବେ ବୋଲି ରାଉତ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.