ETV Bharat / bharat

ଚାଷୀ ଆନ୍ଦୋଳନ: ଡିସେମ୍ବର 23ରେ ସମାଜବାଦୀ ପାର୍ଟିର ବିରୋଧ ପ୍ରଦର୍ଶନ - ସମାଜବାଦୀ ପାର୍ଟିର ବିରୋଧ ପ୍ରଦର୍ଶନ

କୃଷି ଆଇନ 2020 ସମ୍ବନ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସମାଜବାଦୀ ପାର୍ଟି ଏକ ବଡ ପ୍ରଦର୍ଶନ କରିବାକୁ ଯାଉଛି । 23 ଡିସେମ୍ବରରେ ସମାଜବାଦୀ ପାର୍ଟି ଚୌଚରଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ବିରୋଧ ପ୍ରଦର୍ଶନ କରିବ ।

ଚାଷୀ ଆନ୍ଦୋଳନ
ଚାଷୀ ଆନ୍ଦୋଳନ
author img

By

Published : Dec 20, 2020, 3:45 PM IST

ଲକ୍ଷ୍ନୌ: କୃଷି ଆଇନ 2020 ସମ୍ବନ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସମାଜବାଦୀ ପାର୍ଟି ଏକ ବଡ ପ୍ରଦର୍ଶନ କରିବାକୁ ଯାଉଛି। 23 ଡିସେମ୍ବରରେ ସମାଜବାଦୀ ପାର୍ଟି ଚୌଚରଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ବିରୋଧ ପ୍ରଦର୍ଶନ କରିବ । ଅଖିଳେଶ ଯାଦବଙ୍କ ଦଳ ଗାଁରୁ ପ୍ରଦର୍ଶନ ଆରମ୍ଭ କରି ଚାଷୀଙ୍କୁ ଆନ୍ଦୋଳନ ସହିତ ଯୋଡିବ। ଜିଲ୍ଲା ତଥା ମହାନଗର ନିଗମ ଭ୍ରମଣ କରିବ ଦଳ ଏବଂ ପ୍ରଚଳିତ କୃଷି ଆଇନର ତ୍ରୁଟି ବିଷୟରେ କୃଷକଙ୍କୁ ଅବଗତ କରାଇବେ।

ଏସପି ମୁଖ୍ୟ ଅଖିଳେଶ ଯାଦବ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ସେ କୃଷି ଆଇନ ସମ୍ପର୍କରେ ସରକାରଙ୍କ ବିରୋଧରେ ଅନେକ ଟ୍ବିଟ୍ ମଧ୍ୟ କରିଛନ୍ତି। ଶନିବାର ସେ ଟ୍ବିଟରରେ ଲେଖିଛନ୍ତି,‘ଯଦି ପଶ୍ଚିମବଙ୍ଗରେ ରାଲି କରିବା ସମୟରେ କୋରୋନା ନାହିଁ ତେବେ ସଂସଦ ଅଧିବେଶନ ଚଳାଇବା ସମୟରେ ଦିଲ୍ଲୀରେ କୋରୋନା କାହିଁକି ?’ ସଂସଦରେ କୃଷକଙ୍କ ସପକ୍ଷରେ ଜନ ପ୍ରତିନିଧିଙ୍କ କ୍ରୋଧକୁ ଏଡାଇବା ପାଇଁ ବିଜେପି ସରକାର କରୋନା ପାଇଁ ଏକ ବାହାନା କରୁଛନ୍ତି ବୋଲି ସେ ଦାବି କରିଛନ୍ତି ।

ଏଥିସହ ଅଖିଳେଶ ଯାଦବ ଅନ୍ୟ ଏକ ଟ୍ବିଟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ କୃଷି ଆଇନ ପ୍ରଣୟନ କରିବା ପୂର୍ବରୁ ବିଜେପି ଚାଷୀଙ୍କୁ ଜଣାଇନଥିଲା, ବର୍ତ୍ତମାନ ଚାଷୀ ସମ୍ମିଳନୀ କରି ଏହାର ଲାଭ ବିଷୟରେ ବର୍ଣ୍ଣନା କରିବାକୁ ଚେଷ୍ଟା କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.