ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ - ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଅସୁସ୍ଥ । ଗୁରୁତ୍ବର ଭାବେ ଲକ୍ଷ୍ମୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତୀ । ସ୍ବାସ୍ଥ୍ୟବସ୍ଥା ସ୍ଥିର

ମୁଲାୟମ ସିଂ ଯାଦବ
ମୁଲାୟମ ସିଂ ଯାଦବ
author img

By

Published : Aug 7, 2020, 10:25 PM IST

ଲକ୍ଷ୍ମୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଅସୁସ୍ଥ । ତାଙ୍କୁ ଗୁରୁତର ଭାବେ ଲକ୍ଷ୍ମୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପେଟରେ ଯନ୍ତ୍ରଣା ଓ ୟୁରିନ ଇନଫେକ୍ସନ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା । ଆଜି ( ଶୁ୍କ୍ରବାର ଯନ୍ତ୍ରଣା) ଅତ୍ୟଧିକ ହେବାରୁ ମଧ୍ୟାହ୍ନରେ ମୁଲାୟମଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ଭର୍ତ୍ତି ପୂର୍ବରୁ ମୁଲାୟମଙ୍କ କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ପରେ ଚିକିତ୍ସା ଜାରି ରହିଛି । ୮୦ ବର୍ଷ ବୟସ୍କ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି । ପେଟରେ ଯନ୍ତ୍ରଣା ସହ ତାଙ୍କ ଅନ୍ତନାଳୀରେ ସମସ୍ୟା ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ବର୍ତ୍ତମାନ ୟୁପିର ମଇନପୁରରୁ ଲୋକସଭା ସାଂସଦ ଥିବା ମୁଲାୟମ 1989 ରୁ 1991 ଓ 1993 ରୁ 1995 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ସେହିପରି 2003ରୁ 2007 ପର୍ଯ୍ୟନ୍ତ ସେ ଶେଷ ଥରପାଇଁ ମୁଖ୍ୟମନ୍ତ୍ରୀ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.