ବେଙ୍ଗାଲୁରୁ: ଲକଡାଉନରେ ବିଭିନ୍ନ ଜାଗାରେ ଲୋକେ ବିଭିନ୍ନ ତମାଖୁ ଦ୍ରବ୍ୟ ସେବନ କରୁଥିବାର ନଜର ରହିଛି । ଏପରିକି ଚୋରା କାରବାର କରୁଥିବାବେଳେ ପୋଲିସ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି । ତେବେ ଏପରି ଘଟଣା ଯୋଗୁଁ କୋରୋନା ସଂକ୍ରମଣ ବଢୁଥିବାର ସୂଚନା ମିଳିବା ପରେ ଦକ୍ଷିଣ କନ୍ନଡରେ ପ୍ରଶାସନ କଡା ନିଷ୍ପତ୍ତି ନେଇଛି ।
ଏଠାରେ ବିଭିନ୍ନ ପ୍ରକାର ତମାଖୁ ଜାତୀୟ ଦ୍ରବ୍ୟ ସେବନ ଉପରେ କଟକଣା ଲାଗିଛି । ଏହା ମଧ୍ୟରେ ପାନ ମସଲା, ଗୁଟଖା, ସିଗାରେଟ ପ୍ରଭୃତି ଅନ୍ତର୍ଭୁକ୍ତ ବୋଲି ଡେପ୍ୟୁଟି କମିଶନର ସୂଚନା ଦେଇଛନ୍ତି । ଆଗାମୀ ଆଦେଶ ଯାଏଁ ଏହାସବୁର ବିକ୍ରି ଓ କିଣା ଉପରେ ପ୍ରତିବନ୍ଧକ ଲାଗିଛି ।
ତେବେ ନିୟମ ଉଲ୍ଲଂଘନ କଲେ 1897 ସଂକ୍ରାମକ ରୋଗ ଆକ୍ଟ ଏବଂ 2005 ବିପର୍ଯ୍ୟୟ ପରିଚାଳନା ଆକ୍ଟ ଅଧୀନରେ ମାମଲା ରୁଜୁ ହେବ ବୋଲି ଡେପ୍ୟୁଟି କମିଶନର କହିଛନ୍ତି । ଅଭିଯୁକ୍ତଙ୍କୁ କଡା ଦଣ୍ଡ ମିଳିବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏବେ ସୁଦ୍ଧା ଦକ୍ଷିଣ କନ୍ନଡରେ 21ଟି କୋରୋନା ପଜିଟିଭ ମାମଲା ବାହାରିଛି । ସୋମବାର ନୂଆ 2ଟି ମାମଲା ସାମନାକୁ ଆସିଥିଲା ।
ସୌଜନ୍ୟ@ANI