ETV Bharat / bharat

ରାକ୍ଷୀ ପୂର୍ଣ୍ଣିମାରେ ଶହୀଦ ପତ୍ନୀଙ୍କୁ କୋଠା ଘର ଉପହାର, ଦେଖନ୍ତୁ ଭିଡିଓ - ମଧ୍ୟପ୍ରଦେଶ

ଶହୀଦଙ୍କ ପତ୍ନୀଙ୍କୁ ଗାଁ ଲୋକଙ୍କ କୋଠାଘର ଉପହାର । ମଧ୍ୟ ପ୍ରଦେଶର ଶହୀଦ ହାବିଲଦାର ମୋହନ ସିଂ ସୁନେରଙ୍କ ପତ୍ନୀଙ୍କୁ ଦେଇଛନ୍ତି 11 ଲକ୍ଷ ଟଙ୍କାର ଘର ।

ଫଟୋ ସୌଜନ୍ୟ:ଟ୍ବିଟର@ANI
author img

By

Published : Aug 16, 2019, 11:59 PM IST

ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ଶହୀଦଙ୍କ ପତ୍ନୀଙ୍କୁ ଗାଁ ଲୋକଙ୍କ ଉପହାର । ଆଉ ଉପହାରଟି ହେଉଛି ଏକ ସୁନ୍ଦର କୋଠାଘର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ପିର ପିଲଲିଆ ଗାଁରେ। ଗାଁର କିଛି ଯୁବକ ମିଶି ଶହୀଦ ହାବିଲଦାର ମୋହନ ସିଂ ସୁନେରଙ୍କ ପତ୍ନୀଙ୍କୁ ଦେଇଛନ୍ତି 11 ଲକ୍ଷ ଟଙ୍କାର ଘର ।

ଭିଡିଓ ସୌଜନ୍ୟ:ଟ୍ବିଟର@ANI

1992 ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ମୋହନ ସିଂ ସୁନେର। ତାଙ୍କର ମୃତ୍ୟୁ ପରେ ଏକ ଛୋଟ ମାଟି କୁଡିଆରେ ରହୁଥିଲେ ତାଙ୍କ ପତ୍ନୀ ରାଜୁବାଈ ଓ ପରିବାର । ଆଉ ସରକାର ମାସକୁ 700 ଟଙ୍କା ଦେଇ ସାରିଦେଇଥିଲେ ଦାୟିତ୍ବ । ଗତ ବର୍ଷରୁ ରାଜୁ ଭାଇ ଗାଁର କିଛି ଯୁବକଙ୍କ ହାତରେ ପ୍ରତି ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧୁଥିଲେ । ଆଉ ସେହି ଯୁବକମାନେ ଘର ଟିଏ ପାଇଁ ପ୍ରଶାସନ ନିକଟରେ ଅନେକ ଗୁହାରି କରିଛନ୍ତି । ହେଲେ କିଛି ସୁଫଳ ମିଳିନଥିଲା ।

sahid soldier wife  କୋଠା ଘର ଉପହାର  ମଧ୍ୟପ୍ରଦେଶ  ମୋହନ ସିଂ ସୁନେର
ଫଟୋ ସୌଜନ୍ୟ:ଟ୍ବିଟର@ANI

ତେଣୁ ନିଜେ ଟଙ୍କା ସଂଗ୍ରହ କରି 11 ଲକ୍ଷ ମୂଲ୍ୟର ଏକ କୋଠାଘର ତିଆରି କରି ରାଜୁ ବାଈଙ୍କୁ ଏବର୍ଷ ରାକ୍ଷୀ ଉପହାର ଦେଇଛନ୍ତି । ଆଉ ଗୃହ ପ୍ରବେଶର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଗାଁର ସବୁ ଯୁବକମାନେ ନୂଆ ଘର ଆଗରେ ହାତ ରଖି ବସିଥିଲେ । ସେମାନଙ୍କ ହାତରେ ଚାଲିଚାଲି ଗୃହ ପ୍ରବେଶ କରିଥିଲେ ରାଜୁ ବାଈ ।

ଆଗାମୀ ଦିନରେ ଗାଁ ମୁଖ୍ୟ ରାସ୍ତାରେ ଶହୀଦ ମୋହନ ସିଂ ସୁନେରଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଗାଁ ଲୋକଙ୍କର ଲକ୍ଷ୍ୟ ରହିଛି। ଏହାସହ ସେ ପାଠ ପଢ଼ିଥିବା ଗାଁ ସ୍କୁଲର ନାମ ତାଙ୍କ ନାମରେ ନାମିତ କରିବାକୁ ପ୍ରଶାସନକୁ ନିବେଦନ କରାଯିବ ବୋଲି ଗାଁ ଲୋକ ଚିନ୍ତା କରିଛନ୍ତି । ଗାଁ ଯୁବକଙ୍କ ଏହି ମହାନ କାମକୁ ପ୍ରଂଶସା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ । ସ୍ବାଧୀନତା ଦିବସ ଓ ରକ୍ଷା ବନ୍ଧନ ଅବସରରେ ଏହି କାମକୁ ମୁଁ ସାଲ୍ୟୁଟ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Intro:Body:

srg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.