ETV Bharat / bharat

ବାଂଲାଦେଶୀଙ୍କ ପାଇଁ ସେଫ ଜୋନ ପାଲଟିଛି ସାହିବଗଞ୍ଜ

author img

By

Published : Aug 31, 2019, 11:43 PM IST

ଦେଶରେ ବର୍ତ୍ତମାନ ବାଂଲାଦେଶୀଙ୍କ ଅନୁପ୍ରବେଶ ସରକାରଙ୍କ ଚିନ୍ତା ବଢାଉଛି । ଏପରି ସ୍ଥିତିରେ ବାଂଲାଦେଶୀଙ୍କ ପାଇଁ ସେଫ ଜୋନ ପାଲଟିଛି ଝାଡ଼ଖଣ୍ଡର ସାହିବଗଞ୍ଜ । ସାହିବଗଞ୍ଜରେ ଅଧିକାଂଶ ସ୍ଥାନରେ ବାଂଲାଦେଶୀମାନେ ବସବାସ କରୁଛନ୍ତି । ତେବେ ଏହାକୁ ବିରୋଧ କରିଛନ୍ତି ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଆସାମରେ ବ୍ୟାପକ ଭାବେ ବାଂଲାଦେଶୀମାନଙ୍କ ଅନୁପ୍ରବେଶ ହେଉଥିବା ସମସ୍ତେ ପ୍ରାୟ ଜାଣନ୍ତି । କିନ୍ତୁ ଏହି ବାଂଲାଦେଶୀଙ୍କ ପାଇଁ ଝାଡ଼ଖଣ୍ଡର ସାହିବଗଞ୍ଜ ବର୍ତ୍ତମାନ ସେଫ ଜୋନ ପାଲଟିଛି । ସାହିବଗଞ୍ଜର ରାଜମହଲ, ରାଧାନଗର ଏବଂ ଉଧଓ୍ବା ପ୍ରଖଣ୍ଡରେ ବ୍ୟାପକ ଭାବେ ବାଂଲାଦେଶୀମାନେ ବସବାସ କରୁଥିବା ଜଣାପଡ଼ିଛି । ସ୍ଥାନୀୟ ଗଙ୍ଗା ନଦୀର ସେବା ଘାଟ ଦେଇ ଏଠାକୁ ବହୁଳ ଭାବେ ବାଂଲାଦେଶୀ ପ୍ରବେଶ କରୁଥିବା ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସ୍ଥାନୀୟ ବାସିନ୍ଦା ମୁରଲୀ ତିଓ୍ବାରୀଙ୍କ କହିବା ମୁତାବକ ଝାଡଖଣ୍ଡ ସରକାରଙ୍କ ଉଦାସୀନତା କାରଣରୁ ଏପରି ଅନୁପ୍ରବେଶ ବଢୁଛି । ରାଜ୍ୟ ସରକାର ତାଙ୍କର ଭୋଟ ବ୍ୟାଙ୍କ ପାଇଁ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସରକାରଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ମାତ୍ର ଏହି ଅନୁପ୍ରବେଶକୁ ନେଇ ସରକାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ସେ କହିଛନ୍ତି ।

ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ସୁନ୍ଦର ପୋଦ୍ଦାର କହିଛନ୍ତି କି ସୀମାର ଉଭୟ ପଟରେ ମୁସଲମାନଙ୍କ ପୋଷାକ ପରିଧାନ ଏକ ପ୍ରକାର । ଭୁଲ ଠିକ ସମ୍ପର୍କରେ ଜଣାପଡ଼ିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ମାତ୍ର ରାଜ୍ୟ ସରକାର ଏନେଇ କଠୋର ହେବାର ଆବଶ୍ୟକ ରହିଛି । ରାଜ୍ୟ ସରକାର ନିରପେକ୍ଷ ଯାଞ୍ଚ କରିବାର ଆବଶ୍ୟକ ରହିଛି ।

ରାଜମହଲ ବିଧାୟକ କହିଛନ୍ତି ସାହିବଗଞ୍ଜ ଜିଲ୍ଲା କୌଣସି ପ୍ରକାର ଧର୍ମଶାଳା ନୁହେଁ । ଏଠାରେ ଯିଏ ଯେଉଁଠାରୁ ଆସିବ, ଏଠାରେ ବସବାସ କରିବ । ଏଠାରେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ତର୍ଜମା ସହିତ ତଦନ୍ତ ହେବା ନିହାତୀ ଆବଶ୍ୟକ ବୋଲି ସେ କହିଛନ୍ତି ।

ସେପଟେ ଜିଲ୍ଲାର ଉପାୟୁକ୍ତ କହିଛନ୍ତି ବାଂଲାଦେଶୀଙ୍କ ଅନୁପ୍ରବେଶ ଉପରେ ସରକାରୀ ସ୍ତରରେ କୌଣସି ପ୍ରକାର ସୂଚନା ଆସିନାହିଁ । ଜିଲ୍ଲା ପ୍ରଶାସନର ଯେଉଁ ଦାୟିତ୍ବ ରହିଛି ସେ କରୁଛନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକର ଲୋକଙ୍କ ଯିବାଆସିବା ଲାଗି ରହିଛି । ତେବେ ବିଭିନ୍ନ ରାଜ୍ୟର ଲୋକମାନେ ଏଠାରେ ଆସି ବସବାସ କରିବା ନିଶ୍ଚିତ ଭାବେ ବେଆଇନ କାର୍ଯ୍ୟ ବୋଲି ସେ କହିଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.