ETV Bharat / bharat

ଲକଡାଉନ ତାଡନା: ଶିକ୍ଷକ ଓ ଗ୍ରାଜୁଏଟ୍ ପାଲଟିଲେ ମନରେଗା ଶ୍ରମିକ

ତେବେ ଶିକ୍ଷିତ ଲୋକ ଶ୍ରମିକ କାମ କରିବା ନୂଆ ନୁହେଁ । ତାଙ୍କ ଭଳି ଅନେକ ଶିକ୍ଷିତ ଓ ଗ୍ରାଜୁଏଟ୍ ଲକଡାଉନର ତାଡନା ସହିନପାରି ଏହି କାମ କରୁଛନ୍ତି । ଅଧିକ ପଢନ୍ତୁ...

ଲକଡାଉନର ତାଡନା: ଶିକ୍ଷକ ଓ ଗ୍ରାଜୁଏଟ୍ ପାଲଟିଲେ ମନରେଗା ଶ୍ରମିକ

author img

By

Published : Jun 4, 2020, 5:45 PM IST

ଜୟପୁର: ଲକଡାଉନରେ ଗରିବ, ଅସହାୟ ଅଧିକ ପ୍ରଭାବିତ ହୋଇଛନ୍ତି । ପ୍ରବାସୀ ଶ୍ରମିକ କାମ ହରାଇବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଅନେକ ଖବର ଦେଖିବାକୁ ମିଳିଛି । ହେଲେ ଏହି ସମୟରେ କୌଣସି ଶିକ୍ଷକ ଅବା ଚାକିରୀ କରୁଥିବା ଲୋକ ଶ୍ରମିକ ପାଲଟିବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟକର ତଥା ଗୁରୁତ୍ବପୂର୍ଣ୍ଣ ଖବର । ଏପରି କିଛି ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁରରେ ।

ଏଠାରେ ଜଣେ ସ୍କୁଲ ଶିକ୍ଷକ 35 ବର୍ଷୀୟ ରାମାବତାର ସିଂହ ଶିକ୍ଷକତା ଛାଡି ପାଲଟିଛନ୍ତି ମନରେଗା ଶ୍ରମିକ । ପ୍ରାଇଭେଟ୍ ସ୍କୁଲ ଶିକ୍ଷକ ଭାବେ ସେ 15 ହଜାର ଟଙ୍କାର ମାସିକ ବେତନ ସହ ଚାକିରୀ କରିଥିଲେ । ହସଖୁସିରେ ତାଙ୍କ ସଂସାର ଚାଲିଥିଲା ଯେତେବେଳ ଯାଏଁ ଲକଡାଉନ ଲାଗୁ ହୋଇନଥିଲା । ଲକଡାଉନ ଲାଗୁ ହେବା ତାଙ୍କ ପାଇଁ ଅଭିଶାପ ପରି ଥିଲା । ତାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା । ଏହାପରେ ତାଙ୍କ ଦରମା ମଧ୍ୟ ମିଳିନଥିଲା । ଫଳରେ ନିଜର ସଞ୍ଚୟ ଅର୍ଥରେ ସେ ଚଳିଥିଲେ । ହେଲେ ତାହା ସରି ଆସିବାରୁ ତାଙ୍କ ପାଖରେ ଅନ୍ୟ ଉପାୟ କିଛି ନଥିଲା । ଶେଷରେ ସେ ମନରେଗା କାର୍ଯ୍ୟରେ ସାମିଲ ହୋଇଥିଲେ ।

ରାଜସ୍ଥାନ ଜୟପୁରଠାରୁ 70 କିଲୋମିଟର ଦୂର ଜୋବନେର ସହରରେ ସେ ଏହି ମନରେଗା ଶ୍ରମିକଙ୍କ ସହ କାମ କରୁଛନ୍ତି । ଅନ୍ୟ ଶ୍ରମିକଙ୍କ ପରି ତାଙ୍କ ବେଶଭୂଷା ନୁହେଁ । ସମ୍ଭ୍ରାନ୍ତ ପୋଷାକ ସହ ସାର୍ଟ, ଟ୍ରାଉଜର ପିନ୍ଧି ଚପଲ ମାଡି ସେ ଶ୍ରମିକ କାମ କରୁଛନ୍ତି । ଯେତେବେଳେ ସେ ପ୍ରଥମେ ଏହି କାମ ପାଇଁ ଆସିଲେ ଅନ୍ୟ ଶ୍ରମିକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ରାମାବତାର ଶ୍ରମିକ ଭଳି ଦେଖାଯାଉନଥିଲେ । ହେଲେ ପରିସ୍ଥିତି ଆଜି ତାଙ୍କୁ ଶ୍ରମିକ ବନାଇଛି । ସେ କହିଛନ୍ତି ଯେ ସ୍କୁଲରୁ ବାହାରିବା ପରେ ସମସ୍ତ କାରଖାନା, ମାର୍କେଟ ବନ୍ଦ ଥିଲା । ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା । ବାଧ୍ୟ ହୋଇ ସେ ମନରେଗା କାମ କରିବାକୁ ବାହାରିଥିଲେ । ଏଠାରେ ଅନ୍ତତଃ ଦୈନିକ ମଜୁରୀ ମିଳୁଛି ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି ।

ତେବେ ଶିକ୍ଷିତ ଲୋକ ଶ୍ରମିକ କାମ କରିବାରେ ରାମାବତାର ନୂଆ ନୁହେଁ । ତାଙ୍କ ଭଳି ଅନେକ ଶିକ୍ଷିତ ଓ ଗ୍ରାଜୁଏଟ୍ ଲକଡାଉନର ତାଡନା ସହିନପାରି ଏହି କାମ କରୁଛନ୍ତି । ରାଜସ୍ଥାନରୁ ଝାଡଖଣ୍ଡ ଏବଂ କର୍ଣ୍ଣାଟକରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଅନେକ ରାମାବତାର ଦେଖିବାକୁ ମିଳିଛନ୍ତି । ଲକଡାଉନ ଏମାନଙ୍କୁ ବେରୋଜଗାର କରିଛି । ଶିକ୍ଷିତ ଲୋକଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଯେଉଁମାନେ ଏହି ସମୟରେ ଛଟେଇ ହୋଇଛନ୍ତି ସେମାନଙ୍କର ଥଇଥାନର କୌଣସି ବ୍ୟବସ୍ଥା ହୋଇନାହିଁ । ହେଲେ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସରକାର ବିଭିନ୍ନ ପ୍ରକାର ରୋଜଗାରର ସୁବିଧା ଦେଇଛନ୍ତି । ମନରେଗାର 100 ଦିନ କାମ ପାଇଁ ଏବେ ଦୈନିକ ମଜୁରୀ ବି ବଢିଯାଇଛି । ଫଳରେ ଅନ୍ୟ ଉପାୟ ନପାଇ ପରିବାର ଚଳାଇବା ପାଇଁ ଶିକ୍ଷିତ ଲୋକ ଏହି ପନ୍ଥା ଆପଣାଇଛନ୍ତି ।

ରାମାବତାର ଭଳି ଆଉ ଜଣେ ହେଉଛନ୍ତି 30 ବର୍ଷିୟା ସୀତା ବର୍ମା । ସେ କଳାରେ ସ୍ମାତକ ହାସଲ କରିଛନ୍ତି । ସେହିପରି ତାଙ୍କ ସ୍ବାମୀ ମଧ୍ୟ ଜଣେ ସ୍କୁଲ ଶିକ୍ଷକ । ହେଲେ ତାଙ୍କୁ ଚାକିରୀରୁ ବାହାର କରିଦେବା ପରେ ସୀତା ବାଧ୍ୟ ହୋଇ ମନରେଗାରେ ଶ୍ରମିକ କାମ କରୁଛନ୍ତି । ସେ କହିଛନ୍ତି ଯେ ପରିସ୍ଥିତିରେ ପଡି ସେ ଏହି କାମ ଆପଣାଇଛନ୍ତି । କାରଣ ତାଙ୍କର ଛୋଟ ପିଲା ରହିଛନ୍ତି । ସେମାନଙ୍କୁ ସବୁଦିନ ଖାଇବାକୁ ଦେବାର ଅଛି । ପ୍ରଚଣ୍ଡ ଖରା ସତ୍ତ୍ବେ ପରିବାର ଚଳାଇବା ପାଇଁ ଏହି କାମ ନିହାତି ଜରୁରୀ ।

ସେହିପରି ଦୁଇ ଦୁଇ ଥର ମାଷ୍ଟର ଡିଗ୍ରୀ ହାସଲ କରିଥିବା ସକାରାମ ଜଟ୍ ମଧ୍ୟ ଚାକିରୀ ଅଭାବରୁ ମନେରଗା ଶ୍ରମିକ ପାଲଟିଛନ୍ତି । ବେଙ୍ଗାଲୁରୁର ସଦାନନ୍ଦ ଏକ କମ୍ପାନୀର ଇଞ୍ଜିନିୟର ଭାବେ 50 ହଜାର ଟଙ୍କା ଆୟ କରୁଥିଲେ । ହେଲେ ଲକଡାଉନ ଯୋଗୁଁ ଏବେ ସେ ନିଜ ଗାଁରେ ମନରେଗା ଶ୍ରମିକ କାର୍ଯ୍ୟ କରୁଛନ୍ତି । ତେବେ କମ୍ପାନୀ ଛଟେଇ କରିବା ପରେ ସେ ଆଶା ହରାଇନଥିଲେ । ଖାଲି ବସିବା ଅପେକ୍ଷା କିଛି କାର୍ଯ୍ୟ କରିବା ପାଇଁ ସେ ଇଚ୍ଛୁକ ଥିଲେ । ସେଥିପାଇଁ ସେ ନିଜକୁ ଏହି ସମୟରେ ବ୍ୟସ୍ତ ରଖିଥିଲେ । ଏପର୍ଯ୍ୟନ୍ତ ଦେଶରେ ବେରୋଜଗାରର ଯଦିଚ ସରାକାରୀ ଡାଟା ନାହିଁ । ତଥାପି ଏହା ମେ ମାସରେ ପ୍ରାୟ 23.5 ପ୍ରତିଶତ ଥିବା ଏକ ଘରୋଇ ତଥ୍ୟରୁ ଜଣାପଡିଛି । ଲକଡାଉନରେ ଏହି ସଂଖ୍ୟା ଖୁବ୍ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.