ETV Bharat / bharat

ସ୍ବଚ୍ଛତାରେ ଶ୍ରେଷ୍ଠ, ପରିବା ମାର୍କେଟ ଫଟୋ ସେୟାର କଲେ ଆନନ୍ଦ ମହିନ୍ଦ୍ରା

author img

By

Published : Feb 17, 2020, 10:48 PM IST

ଇନ୍ଦୋରର ଏକ ପରିବା ମାର୍କେଟ ସ୍ବଚ୍ଛତା ଓ ସଫାସୁତରା ମାମଲାରେ ସବୁଠାରୁ ଆଗରେ ରହିଛି । ପରିବା ମାର୍କେଟ ଦେଖିଲେ ଏହା ସ୍ବଚ୍ଛ ଭାରତ ଅଭିଯାନର ସର୍ବୋତ୍କୃଷ୍ଟ ଉଦାହରଣ ବୋଲି ଜଣାଯାଉଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ସ୍ବଚ୍ଛତା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଆୱାନ, ପ୍ରତ୍ୟେକଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ । ସ୍ବଚ୍ଛ, ନିର୍ମଳ ପରିବେଶ ରୋଗମୁକ୍ତ ଅଟେ । ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ବଚ୍ଛତା ନିଚ୍ଛକ ଉଦାହରଣ ଦର୍ଶାଉଥିବା ଫଟୋ ସେ ସେୟାର କରିଛନ୍ତି ଯେଉଁଥିରେ ‘ସ୍ବଚ୍ଛ ଭାରତ ଅଭିଯାନ’ ପୂର୍ଣ୍ଣ ରୂପରେ ରୂପାୟନ ଓ ପାଳିତ ହେଉଥିବା ଦର୍ଶାଉଛି ।

ଫଟୋ ସୌଜନ୍ୟ:ଟ୍ବିଟର@anandmahindra
ଫଟୋ ସୌଜନ୍ୟ:ଟ୍ବିଟର@anandmahindra

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଟ୍ବିଟରେ ଦୁଇଟି ଫଟୋ ରହିଛି । ଦୁଇଟି ଯାକ ଫଟୋ ଇନ୍ଦୋରର ଏକ ପରିବା ମାର୍କେଟର । ପରିବା ମଣ୍ଡିକୁ ଯେ କେହିବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏକଦମ ସଫାସୁତରା ଓ ଅଳିଆ ଆବର୍ଜନା ପକାଇବା ପ୍ରତ୍ୟେକ ପରିବା ଦୋକାନ ଆଗରେ ପାଇଁ ଡଷ୍ଟବିନ୍‌ ମଧ୍ୟ ରଖାଯାଇଛି । ସହର ସବୁଠାରୁ ଗହଳି ଲାଗୁଥିବା ପରିବା ମାର୍କେଟ ସ୍ବଚ୍ଛତା ଦୃଷ୍ଟିରୁ ସବୁଠାରୁ ଆଗରେ ରହିଛି ।

ଫଟୋ ସୌଜନ୍ୟ:ଟ୍ବିଟର@anandmahindra
ଫଟୋ ସୌଜନ୍ୟ:ଟ୍ବିଟର@anandmahindra

ଫେବୃଆରୀ 17 ତାରିଖରେ ପୋଷ୍ଟ ହୋଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାସହ ୟୁଜର୍ସ ମାନେ ଏଭଳି ସ୍ବଚ୍ଛତାର ବାର୍ତ୍ତା ଦେଉଥିବା ଫଟୋକୁ ସେୟାର ମଧ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.