ETV Bharat / bharat

ଖୋଲିଲା ସାବରିମାଳା ମନ୍ଦିର, ଏକାସହ 250 ଜଣଙ୍କୁ ଅନୁମତି

author img

By

Published : Oct 17, 2020, 2:55 PM IST

ମାସିକ ପୂଜା ନେଇ ଶ୍ରଦ୍ଧାଳୁଙ୍କ ପାଇଁ 5 ଦିନ ଖୋଲିଲା କେରଳର ସାବରିମାଳା ମନ୍ଦିର । କୋଭିଡ ଗାଇଡଲାଇନ ପାଳନ ସହ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମିଳିବ ଅନୁମତି । ଅଧିକ ପଢନ୍ତୁ...

ଖୋଲିଲା ସାବରିମାଳା ମନ୍ଦିର, ଏକା ସାଙ୍ଗରେ 250 ଜଣଙ୍କୁ ଅନୁମତି

ଥିରୁଅନନ୍ତପୁରମ: ଦୀର୍ଘ 7 ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜି (ଶନିବାର) ଠୁ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । ମାସ୍କ ଓ କୋଭିଡ ନେଗେଟିଭ ରିପୋର୍ଟ ନେଇ କିଛି ଶ୍ରଦ୍ଧାଳୁ ସକାଳୁ ସକାଳୁ ଦର୍ଶନ ମଧ୍ୟ କରିଛନ୍ତି । କୋରୋନା ଗାଇଡଲାଇନ ପାଳନ କରିହା ସହ 5 ଦିନ ଧରି ଚାଲିବାକୁ ଥିବା ମାସିକ ପୂଜା ପାଇଁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଦିଆଯାଇଛି । କୋରୋନା ମହାମାରୀ କାରଣରୁ ଦେଶର ସମସ୍ତ ମନ୍ଦିର ଓ ଧାର୍ମିକସ୍ଥଳୀକୁ ବନ୍ଦ କରିଦିଆଯାଇଥିଲା । ଯାହା ଏବେ ଧିରେ ଧିରେ ଖୋଲିବାରେ ଲାଗିଛି ।

ଶନିବାର ସାବାରିମାଳା ମନ୍ଦିରରେ ଦର୍ଶନ ପାଇଁ ଡିଜିଟାଲ ପ୍ରଣାଳୀ ମାଧ୍ୟମରେ 246 ଜଣ ଶ୍ରଦ୍ଧାଳୁ ବୁକ କରିଛନ୍ତି । ପ୍ରତ୍ୟେକ ଦିନ 250 ଜଣ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାର ଅନୁମତି ରହିଛି । କେରଳରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆୟପ୍ପା ମନ୍ଦିରରେ କୋଭିଡ କଟକଣାକୁ କଡାକଡି କରାଯାଇଛି । ଯେଉଁ ଶ୍ରଦ୍ଧାଳୁ ମାନେ କୋଭିଡ ନେଗେଟିଭ ରିପୋର୍ଟ ନେଇ ଯାଉନାହାନ୍ତି ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଉଛି । ମହାମାରୀ କାରଣରୁ ଅଭିଷେକ ଓ ଅନ୍ନଦାନକୁ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି ।

ଅନ୍ୟାନ୍ୟ ବ୍ୟବସ୍ଥା ଅନୁଯାୟୀ, ଦର୍ଶନ ପାଇଁ ଯିବା ପାଇଁ ଏକ ଫିଟନେସ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ କେବଳ 10 ରୁ 60 ବର୍ଷ ବୟସର ଲୋକମାନେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ପମ୍ବା ନଦୀରେ ଗାଧୋଇବା ଏବଂ ମନ୍ଦିର ପରିସରରେ ରାତ୍ରଯାପନ କରିବାକୁ ନିଷେଧ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.