ETV Bharat / bharat

ସାବରିମାଳାରୁ ବିନା ଦର୍ଶନରେ ଫେରିଲେ 10 ମହିଳା - ଥିରୁଅନନ୍ତପୁରମ

ବିନା ଦର୍ଶନରେ ସାବରିମାଳାରୁ ଫେରିଲେ 10 ମହିଳା । ଆଜି ସଂଧ୍ୟା 5ଟାରେ ଖୋଲିବ ମନ୍ଦିର ସେନେଇ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଗକୁ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 16, 2019, 5:21 PM IST

ଥିରୁଅନନ୍ତପୁରମ: ଆଜି ସଂଧ୍ୟା 5ଟାରେ ଖୋଲିବ କେରଳର ସାବରିମାଳା ମନ୍ଦିର । ଏନେଇ ଜମିଛି ଶହଶହ ଶ୍ରଦ୍ଧାଳୁଙ୍କ ଭିଡ । 41 ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହିଳାମାନେ ସାବରିମାଳା ମନ୍ଦିର ଭିତରକୁ ଯାଇପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ପ୍ରାୟ 10 ଜଣ ମହିଳାଙ୍କୁ ପୋଲିସ ଫେରାଇ ଦେଇଥିବା ସୂଚନା ରହିଛି ।

ଦର୍ଶନ ନେଇ ଶନିବାର ଆନ୍ଧ୍ରପ୍ରଦେଶରୁ ସାବରିମାଳାରେ ପହଞ୍ଚିଥିଲେ କିଛି ମହିଳା । ସେମାନଙ୍କ ବୟସ 10ରୁ 50 ବର୍ଷ ଭିତରେ ହେବ ବୋଲି ଜଣାପଡିଛି । ସମସ୍ତେ ଏକାଠି ହୋଇ ଦର୍ଶନ କରିବା ପାଇଁ ଆସିଥିଲେ । କିନ୍ତୁ ସେମାନଙ୍କୁ ମନ୍ଦିର ଖୋଲିବା ପୂର୍ବରୁ ହିଁ ପରିସରରୁ ବାହାର କରାଯାଇଛି ।

ଏପଟେ ଚର୍ଚ୍ଚାରେ ଥିବା ତୃପ୍ତି ଦେଶାଇ ନଭେମ୍ବର 20 ତାରିଖ ପରେ ସାବରିମାଳା ଦର୍ଶନ କରିବେ ବୋଲି ଜଣାଇଛନ୍ତି । 'କେରଳ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସୁରକ୍ଷା ନମିଳିଲେ ମଧ୍ୟ ମୁଁ ଦର୍ଶନ ନିଶ୍ଚୟ କରିବି ବୋଲି' କହିଛନ୍ତି ତୃପ୍ତି । କେରଳ ଦେବଶ୍ବମ ମନ୍ତ୍ରୀ ସୁରେନ୍ଦ୍ରନ କହିଛନ୍ତି, ମନ୍ଦିରଟି କୌଣସି ସାମାଜିକ କାର୍ଯ୍ୟକଳାପଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଯେଉଁଠି ତୃପ୍ତି ଦେଶାଇଙ୍କ ଭଳି ମହିଳା ନିଜର ଶକ୍ତି ପ୍ରଦର୍ଶନ କରିବେ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.