ETV Bharat / bharat

ସପ୍ତାହକୁ 5 ଦିନ ହେବ ସାବରୀମାଳାର ଶୁଣାଣି: ସୁପ୍ରିମକୋର୍ଟ - Sabarimala matter hearing

ସାବରୀମାଳା ସହ ଜଡିତ ମାମଲାର ଆଜି ଶୁଣାଣି କଲେ ସୁପ୍ରିମକୋର୍ଟ । ପୁନଃବିଚାର ପାଇଁ ଯେଉଁ ଆବେଦନ କରାଯାଇଥିଲା ସେସବୁ ବଡ଼ ବେଞ୍ଚକୁ ପଠାଯିବ । ପ୍ରତି ସପ୍ତାହକୁ 5 ଦିନ ଶୁଣାଣି ହେବାକୁ ଥିବା ଏହି ସାବରୀମାଳା ମାମଲାରେ ପ୍ରତ୍ୟେକ ଓକିଲ ନିଜ ନିଜ ପ୍ରସଙ୍ଗ ବାଛିନେବେ ଏବଂ ସେ ନିଷ୍ପତ୍ତି ନେବେ, କାହା ସପକ୍ଷରେ ଓ କେଉଁ ପ୍ରସଙ୍ଗରେ ଲଢିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରତି ସପ୍ତାହକୁ 5 ଦିନ ହେବ ସାବରୀମାଳାର ଶୁଣାଣି

author img

By

Published : Feb 10, 2020, 1:52 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ 9 ଜଣିଆ ଖଣ୍ଡପୀଠ ଆଜି ସାବରୀମାଳା ସହ ଯୋଡିତ ମାମଲାର ଫୈସଲା ଶୁଣାଇଛନ୍ତି । ସୋମବାର କୋର୍ଟ ପକ୍ଷରୁ କୁହାଯାଇଛି ଯେ ପୁନଃବିଚାର ପାଇଁ ଯେଉଁ ଆବେଦନ କରାଯାଇଥିଲା ସେସବୁ ବଡ଼ ବେଞ୍ଚକୁ ପଠାଯିବ । ଏହାସହ ସୁପ୍ରିମକୋର୍ଟରେ ଫେବୃଆରୀ 17 ତାରିଖଠାରୁ ପ୍ରତି ସପ୍ତାହରେ 5 ଦିନ ଧରି ସାବରୀମାଳା ମାମଲାର ଶୁଣାଣି ହେବ । ବିଭିନ୍ନ ଧର୍ମର ଧାର୍ମିକ ସ୍ବତନ୍ତ୍ରତାକୁ ନେଇ ଉଠାଯାଇଥିବା ପ୍ରଶ୍ନକୁ ମଧ୍ୟ ନିଶ୍ଚିତ କରାଯାଇଛି ଯାହାର ଶୁଣାଣି ହେବ ବୋଲି କହୁଯାଉଛି ।

ସେହିପରି ସୁପ୍ରିମକୋର୍ଟଙ୍କ କହିବା କଥା ହେଲା, ସପ୍ତାହକୁ 5 ଦିନ ଶୁଣାଣି ହେବାକୁ ଥିବା ଏହି ସାବରୀମାଳା ମାମଲାରେ ପ୍ରତ୍ୟେକ ଓକିଲ ନିଜ ନିଜ ପ୍ରସଙ୍ଗ ବାଛିନେବେ ଏବଂ ସେ ନିଷ୍ପତ୍ତି ନେବେ, କାହା ସପକ୍ଷରେ ଓ କେଉଁ ପ୍ରସଙ୍ଗରେ ଲଢିବେ ।

ଏଥିପୂର୍ବରୁ ଫେବୃଆରୀ 6 ତାରିଖରେ ସୁପ୍ରିମକୋର୍ଟରେ ପୁନଃବିଚାର ଉପରେ ବିଚାର କରିବା ପାଇଁ ଯାଚିକା ଦାଖଲ କରାଯାଇଥିଲା । ଏଥିରେ ଏବେ ପ୍ରଶ୍ନ ଉଠୁଛି ଯେ କୋର୍ଟ ଶୁଣାଣିର ଦାୟର ବଢାଇ ବିଭିନ୍ନ ଧର୍ମର ମହିଳାଙ୍କ ଭେଦଭାବର ପ୍ରସଙ୍ଗ ବଡ଼ ବେଞ୍ଚରେ ପଠାଯିବ କି ନାହିଁ । ଏହି ପ୍ରଶ୍ନର ନିଷ୍ପତ୍ତିକୁ 9 ଜଣିଆ ଖଣ୍ଡପୀଠ ସୁରକ୍ଷିତ ରଖିଛନ୍ତି । ଏହାର ଶୁଣାଣି ଆଜି ହେବାର ବହୁ ସମ୍ଭାବନା ରହିଛି ।

Intro:Body:

SDF

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.