ETV Bharat / bharat

ସାବରୀମାଳା ମନ୍ଦିର ଦର୍ଶନ ପାଇଁ କୋଭିଡ19 ନେଗେଟିଭ ରିପୋର୍ଟ ବାଧ୍ୟ୍ୟତାମୂଳକ

author img

By

Published : Dec 20, 2020, 9:09 PM IST

ଆରଟି- PCR ପରୀକ୍ଷା ଓ COVID-19 ନେଗେଟିଭ ରିପୋର୍ଟ ପ୍ରଦାନ କରିବା ପରେ ଭକ୍ତମାନଙ୍କୁ ସାବରିମାଲା ପରିଦର୍ଶନ କରିବାକୁ ଅନୁମତି ଦିଆଯିବ । ଅଧିକ ପଢନ୍ତୁ...

Sabarimala: COVID-negative certificate after RT-PCR test must for devotees
ସାବରୀମାଳା ମନ୍ଦିର ଦର୍ଶନ ପାଇଁ କୋଭିଡ19 ନେଗେଟିଭ ରିପୋର୍ଟ ବାଧ୍ୟ୍ୟତାମୂଳକ

ଥିରୁବନନ୍ତପୁରମ୍ : କୋଭିଡ ନେଗେଟିଭ ଭକ୍ତି ହିଁ କରିପାରିବେ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରର ପରିଦର୍ଶନ । ଡିସେମ୍ବର 26 ପରେ ମନ୍ଦିରକୁ ଆସିବାକୁ ଥିବା ଭକ୍ତମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ନିକଟରେ ଆରଟି- PCR ପରୀକ୍ଷା ପରେ COVID-19 ନେଗେଟିଭ ରିପୋର୍ଟ ଥିବ ସେମାନେ ପ୍ରବେଶ କରିପାରିବେ ବୋଲି ମନ୍ଦିର ଦେବତ୍ତୋର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେରଳ ହାଇକୋର୍ଟ ଅନୁମତି କ୍ରମେ ରବିବାର ଠାରୁ 5000 ତୀର୍ଥଯାତ୍ରୀଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦେଇଛନ୍ତିି ।

ସାବରୀମାଳା ମନ୍ଦିର ଦେବତ୍ତୋର ବିଭାଗ ସଭାପତି ଏନ ଭାସୁ କହିଛନ୍ତି ଯେ ମନ୍ଦିର ଦର୍ଶନ କରିବାର 48 ଘଣ୍ଟା ପୂର୍ବରୁ ଆରଟି ପିସିଆର ପରୀକ୍ଷା କରିବା ପରେ ଭକ୍ତମାନେ ଏକ COVID-19 ନେଗେଟିଭ ରିପୋର୍ଟ ଦାଖଲ କରିବେ । ଡିସେମ୍ବର 31 ରୁ ଜାନୁୟାରୀ 19, 2021 ପର୍ଯ୍ୟନ୍ତ ମାକରାଭିଲାକ୍କୁ ପର୍ବ ରହିଛି । ଏହାକୁ ଦୃଷ୍ଟିରେ ରଖି ଆରଟି ପିସିଆର କୋଭିଡ19 ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ମାନେ କୋରୋନା ନେଗେଟଭ ରିପୋର୍ଟ ପ୍ରଦାନ ନ କଲେ ସେମାନଙ୍କୁ ପାହାଡ ଉପରକୁ ଯିବାକୁ ଦିଆଯିବ ନାହିଁ ବୋଲି ବୋର୍ଡ ମନ୍ଦିର ପରିଚାଳନା କିମିଟି କହିଛି।

ଏହାପୂର୍ବରୁ ଭକ୍ତଙ୍କ ମନ୍ଦିର ପରିଦର୍ଶନ ପାଇଁ ଆଣ୍ଟିଜେନ୍ ପରୀକ୍ଷଣରୁ ନେଗେଟିଭ ପ୍ରମାଣପତ୍ର ଯଥେଷ୍ଟ ଥିଲା। ସାବରିମାଳା ତୀର୍ଥଯାତ୍ରା ପାଇଁ ସରକାର 50 କୋଟି ଟଙ୍କା ଦେଇଛନ୍ତି। ଏହି ସମୟରେ ହଇକୋର୍ଟ ନିର୍ଦ୍ଦେଶ ପରେ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବା ପରେ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ 2,000 ତୀର୍ଥଯାତ୍ରୀଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା । ସପ୍ତାହ ଶେଷରେ 3000 ଲୋକଙ୍କୁ ଅନୁମତି ଦିଆଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.