ETV Bharat / bharat

ଚୀନ ସହ ବିବାଦ ମଧ୍ୟରେ ଆମେରିକା-ଜାପାନ-ଅଷ୍ଚ୍ରେଲିଆ ସହ ସୁରକ୍ଷା ସମ୍ବନ୍ଧୀୟ ବୈଠକ କରିବ ଭାରତ - ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର

ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କ୍ବାର୍ଡଲେଟେରାଲ ସିକ୍ୟୁରିଟି ଡାଇଲଗରେ ଯୋଗଦେବା ପାଇଁ ଜାପାନର ରାଜଧାନୀ ଟୋକିଓ ଗସ୍ତ କରିବେ । ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଣଔପଚାରିକ ରଣନୈତିକ କଥାବାର୍ତ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ।

ଚୀନ ସହ ବିବାଦ ମଧ୍ୟରେ ଆମେରିକା-ଜାପାନ-ଅଷ୍ଚ୍ରେଲିଆ ସହ ସୁରକ୍ଷା ସମ୍ବନ୍ଧୀୟ ବୈଠକ କରିବ ଭାରତ

author img

By

Published : Oct 4, 2020, 5:20 PM IST

ନୂଆଦିଲ୍ଲୀ: ଅକ୍ଟୋବର 6 ରେ ଦୁଇ ଦିନିଆ ଜାପାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କ୍ବାର୍ଡଲେଟେରାଲ ସିକ୍ୟୁରିଟି ଡାଇଲଗରେ ଯୋଗଦେବା ପାଇଁ ଜାପାନର ରାଜଧାନୀ ଟୋକିଓ ଗସ୍ତ କରିବେ । ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଣଔପଚାରିକ ରଣନୈତିକ କଥାବାର୍ତ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ । ତେବେ ଭାରତ-ଚୀନ ସହ ବିବାଦ ମଧ୍ୟରେ ଏହି ସମ୍ମିଳନୀ ଚୀନ ପାଇଁ ଝଟକା ସଦୃଶ ବୋଲି କୁହାଯାଉଛି ।

ତେବେ ଚୀନ ଏହି ସମ୍ମିଳନୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଚୀନ ଏହି ଦେଶଗୁଡିକ ଉପରେ କୂଟନୈତିକ ଚାପ ପକାଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି । ପୂର୍ବ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ବିଭାଗର ସହକାରୀ ସଚିବ ଡେଭିଡ ଷ୍ଟିଲୱେଲ ଗତ ଶୁକ୍ରବାର ଦିନ ଏନେଇ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ ନୀତି ପ୍ରତିଷ୍ଠା, ପ୍ରୋତ୍ସାହନ ତଥା ସୁରକ୍ଷା ପାଇଁ କ୍ୱାଡ ଚେଷ୍ଟା କରିବ । ଖାସକରି ଏହି ସମୟରେ ଯେତେବେଳେ ଚୀନ ସେହି ଅଞ୍ଚଚଳରେ ଜବରଦଖଲ ବୃଦ୍ଧି କରିଛି ।

ସେପଟେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ମଧ୍ୟ ପ୍ରଥମେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଭାରତୀୟ ନେତୃତ୍ୱ ସହିତ କଥାବାର୍ତ୍ତା କରିବା ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ କଥା ହୋଇଥିଲେ। ଏହି କ୍ବାଡର ସମସ୍ତ ଦେଶ ସହ ଚୀନର ସମ୍ପର୍କ ଖରାପ ରହିଛି । ସମସ୍ତ ଦେଶ ଚୀନ ଯୋଗୁଁ ବିଭିନ୍ନ ପ୍ରକାରର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚୀନ ଆମେରିକା ଏବଂ ଅଷ୍ଟ୍ରେଲିଆ ସହ ଟ୍ରେଡ ୱାର ଜାରି ରଖିଥିବା ବେଳେ ଭାରତ ଏବଂ ଜାପାନ ସହ ସୀମା ବିବାଦରେ ଛନ୍ଦି ହୋଇପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.