ETV Bharat / bharat

ବାଗଦାଦି ମୃତ୍ୟୁରେ ଋଷର ସନ୍ଦେହ ପ୍ରକାଶ, ପ୍ରତିକ୍ରିୟା ରଖିଲା ପାକିସ୍ତାନ - ଅବୁ ବକର ଅଲ-ବାଗଦାଦି

ଆଇଏସଆଇଏସ ମାଷ୍ଟରମାଇଣ୍ଡ ବାଗଦାଦିର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛି ଋଷ। ଏପଟେ ବାଗଦାଦିର ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ପାକିସ୍ତାନ ବିଶ୍ବାସ ନକରି ନିଜର ପ୍ରତିକ୍ରିୟା ରଖିଛି। ଅଧିକ ଖବର ପଢନ୍ତୁ...

ବାଗଦାଦି ମୃତ୍ୟୁରେ ରଷର ସନ୍ଦେହ ପ୍ରକାଶ, ପ୍ରତିକ୍ରିୟା ରଖିଲା ପାକିସ୍ତାନ
author img

By

Published : Oct 28, 2019, 2:18 PM IST

ମସ୍କୋ: ଇସଲାମିକ ଷ୍ଟେଟର ମୁଖ୍ୟ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ-ବାଗଦାଦି ଆମେରିକା ସେନାର ଏକ ଅପରେସନରେ ନିହତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଆଇଏସଆଇଏସ ମାଷ୍ଟରମାଇଣ୍ଡ ବାଗଦାଦିର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛି ଋଷ।

ଋଷର ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ, ଏହା ପୂର୍ବରୁ 2014 ମସିହାରେ ଓ ପରବର୍ତ୍ତୀ ସମୟରେ ବହୁତ ଥର ବାଗଦାଦିର ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି। ତେଣୁ ଆମେରିକା ସେନା ପାଖରେ ଏପରି କିଛି ବିଶ୍ବାସଯୋଗ୍ୟ ପ୍ରମାଣ ନାହିଁ ଯେଉଁଥିରେ ବାଗଦାଦିର ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ମିଳିବ ।

  • The death of Baghdadi has been reported by president of USA .
    I have not seen any confirmation yet from ISIS-I m happy if he is dead
    There is a confused situation in SYRIA at the cost of local blood and to protect GEO politics .
    Let us see if he is killed in reality or not https://t.co/bZ7geZ2Q56

    — Senator Rehman Malik (@SenRehmanMalik) October 27, 2019 " class="align-text-top noRightClick twitterSection" data=" ">

ଏପଟେ ବାଗଦାଦି ମୃତ୍ୟୁକୁ ନେଇ ପାକିସ୍ତାନ ବି ବିଶ୍ବାସ କରୁନି। ପାକିସ୍ତାନୀ ସେନା ମୁଖ୍ୟ ରେହମାନ ମଲ୍ଲିକ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁସାରେ ଏବେ ସୁଦ୍ଧା ଆଇଏସଆଇଏସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି। ଯଦି ବାଗଦାଦି ପ୍ରାଣ ହରାଇଛି, ଏହା ଖୁସିର ବିଷୟ। ବର୍ତ୍ତମାନ ସିରିଆରେ ଅନେକ ସମସ୍ୟା ଲାଗି ରହିଛି। ଦେଖାଯାଉ ଏହି ଘଟଣା କେତେ ସତ୍ୟତା ରଖୁଛି।

ସେହିପରି ତୁର୍କ ରାଷ୍ଟ୍ରପତି ଟ୍ବିଟ କରି ବାଗଦାଦିର ମୃତ୍ୟୁକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି କି ଏହା ଆତଙ୍କବାଦ ଦମନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ। ରବିବାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଗଦାଦିର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି, ସିରିୟାର ଇଦଲିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦି ନିହତ ହୋଇଛି ।

Intro:Body:

tinkutest

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.