ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ଭାରତକୁ ଋଷର ସମର୍ଥନ - ନିକୋଲେ କୁଦାସେଭ୍‌

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ଖୋଲାଖୋଲି ଭାବରେ ସମର୍ଥନ ଜଣାଇଛି ଋଷ । ଧାରା ୩୭୦ ଉଚ୍ଛେଦ ଭାରତ ସରକାରଙ୍କ ନିଜସ୍ବ ନିଷ୍ପତ୍ତି ବୋଲି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍‌ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 28, 2019, 5:20 PM IST

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ଖୋଲାଖୋଲି ଭାବରେ ସମର୍ଥନ ଜଣାଇଛି ଋଷ । ଧାରା ୩୭୦ ଉଚ୍ଛେଦ ଭାରତ ସରକାରଙ୍କ ନିଜସ୍ବ ନିଷ୍ପତ୍ତି । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ଅଟେ । ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମସ୍ତ ବିବାଦ ଉଭୟ ଦେଶ ସିମଲା ଏବଂ ଲାହୋର ଚୁକ୍ତି ଅନୁୟାୟୀ ଆଲୋଚନା କରି ସମାଧାନ କରିବା ଉଚିତ ବୋଲି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍‌ କହିଛନ୍ତି । ଏହା ସହିତ ଭାରତ ଏବଂ ଋଷର ଚିନ୍ତାଧାରା ଏକ ପ୍ରକାର ବୋଲି ସେ କହିଛନ୍ତି ।

ସେହିପରି ଭାରତରେ ଅବସ୍ଥାପିତ ରୁଷ ଦୂତାବାସର ଉପ ପ୍ରମୁଖ ରୋମାନ୍‌ ବବୁସ୍କିନ୍‌ ମଧ୍ୟ ଭାରତ ଓ ପାକିସ୍ତାନ ବିବାଦ ମଧ୍ୟରେ ଋଷ୍‌ର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧ ଦ୍ବାର ବୈଠକ ସମୟରେ ମଧ୍ୟ କାଶ୍ମୀର ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଆମେ ଦୋହରାଇଥିଲୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଲଗାତାର କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟକରଣ କରିବାକୁ ପ୍ରୟାସ କରୁଛି । ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ମଧ୍ୟ ହୋଇଥିଲା । କିନ୍ତୁ ସେଠାରେ ତାକୁ ନିରାଶ ହେବାକୁ ପଡିଥିଲା । ଚୀନ୍‌କୁ ଛାଡିଦେଲେ ଅନ୍ୟ କୌଣସି ଦେଶ ତାକୁ ସମର୍ଥନ କରିନଥିଲେ । ସେପଟେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତା କରିବାକୁ ପ୍ରସ୍ତାବ ଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜି-7 ସମ୍ମିଳନୀରେ ୟୁ-ଟର୍ଣ୍ଣ ନେଇଥିଲେ । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ସେ କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.