ଝାନ୍ସୀ: ସର୍ବ ଭାରତୀୟ ସ୍ତରରେ ନିଜକୁ ମଜବୁତ କରିବା ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ (ଆରଏସଏସ) ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଜମ୍ମୁ କାଶ୍ମୀର ସମେତ ଦକ୍ଷିଣ ଭାରତରେ ଆରଏସଏସ ଅଧିକ ସଂଖ୍ୟକ ଶାଖା ଖୋଲିବାକୁ ଯାଉଛି ।
ଯେଉଁ କ୍ଷେତ୍ରରେ ସଙ୍ଘର ସ୍ଥିତି ମଜବୁତ ନାହିଁ ସେଠାରେ ନିଜର ସ୍ଥିତି ସୁଦୃଢ କରିବା ନେଇ ଝାନ୍ସୀରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଚାଲୁଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଆଗାମୀ ବିଧାନସଭା ନିର୍ବାଚନ ଓ 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାମୁ ଓ କାଶ୍ମୀର, କର୍ଣ୍ଣାଟକ, ତାମିଲଲାଡୁ ଓ କେରଳରେ ମଧ୍ୟ ନିଜ ସ୍ଥିତି ସୁଦୃଢ କରିବାକୁ ସଙ୍ଘ ପ୍ରୟାସ କରୁଛି । ଯେଉଁ ରାଜ୍ୟଗୁଡିକରେ ବିଜେପି ରାଜନୈତିକ ଉପସ୍ଥିତି ସ୍ଥାପିତ କରିବା ପାଇଁ ସକ୍ଷମ ହୋଇ ପାରିନାହିଁ ସେହି ରାଜ୍ୟଗୁଡିକରେ ସଙ୍ଘ ବିଜେପି ପାଇଁ ସ୍ଥାନ ସୃଷ୍ଟି କରିବାକୁ ଆରଏସଏସ ଲକ୍ଷ୍ୟ ରଖିଥିବା ସଂଙ୍ଘର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି ।