ETV Bharat / bharat

କଙ୍ଗନାଙ୍କ ସମର୍ଥନରେ ଆରଏସଏସ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବୁଧବାର କଙ୍ଗନା କାର୍ଯ୍ୟାଳୟରେ ବିଏମସି ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ଅନେକ ଦଳ କଙ୍ଗନାକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସଏସ) ରୁ କଙ୍ଗନାଙ୍କୁ ସମର୍ଥନ ମିଳିଛି ।

ଆରଏସଏସ
ଆରଏସଏସ
author img

By

Published : Sep 10, 2020, 12:48 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବୁଧବାର କଙ୍ଗନା କାର୍ଯ୍ୟାଳୟରେ ବିଏମସି ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ଅନେକ ଦଳ କଙ୍ଗନାକୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ (ଆରଏସଏସ) ରୁ କଙ୍ଗନାଙ୍କୁ ସମର୍ଥନ ମିଳିଛି । ଆରଏସଏସର ଅଖିଳ ଭାରତର ଉପମୁଖ୍ୟ ରାମଲାଲ ବୁଧବାର କଙ୍ଗନାକୁ ସମର୍ଥନ କରି ଟ୍ବିଟ୍ କରିଛନ୍ତି । ସେ ଲେଖିଛନ୍ତି, ଅସତ୍ୟର ହାତୁଡି ପ୍ରହାରରେ ସତ୍ୟର ମୂଳଦୁଆ କେବେ ବି କମ୍ପିତ ହୋଇନଥାଏ ।

ଏଥିରୁ ସ୍ପଷ୍ଟ ଯେ କଙ୍ଗନା ଓ ଶିବସେନାର ଲଢେଇ ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜନୈତିକ । ପ୍ରକାଶଥାଉକି, କିଛି ପୂର୍ବରୁ ବିଜେପି ଏବଂ ଆରଏସଏସ ମଧ୍ୟରେ ସମନ୍ବୟ ଗଠନ କରିବାରେ ରାମଲାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କିନ୍ତୁ ବର୍ତ୍ତମାନ ସେ ପୁଣି ଆରଏସଏସକୁ ଯାଇଛନ୍ତି।

ବୁଧବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କଙ୍ଗନା ରଣାୱତଙ୍କ ସମର୍ଥନରେ ଆସିଥିଲେ। ଫଡନାଭିସ୍ କହିଥିଲେ ଯେ ମହାରାଷ୍ଟ୍ରର ଇତିହାସରେ ଏଭଳି ସରକାର କେବେ ଆସିନାହାଁନ୍ତି । ଫଡନାଭିସ୍ ବ୍ୟତୀତ ଅନେକ ବିଜେପି ନେତା ମଧ୍ୟ କଙ୍ଗନାକୁ ସମର୍ଥନ କରି ସ୍ବର ଉତ୍ତୋଳନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.