ETV Bharat / bharat

ଲକଡାଉନ୍: ଘରେ ବସି RSS କର୍ମୀ ପାଳନ କରୁଛନ୍ତି ‘କୁଟୁମ୍ବ ଶାଖା’ - ଲକ୍ ଡାଉନ୍

ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ସଦସ୍ୟମାନେ ଲକ୍ ଡାଉନରେ ବି ନିଜ ଦୈନଦିନ କାର୍ଯ୍ୟକୁ ପ୍ରଭାବିତ ହେବାକୁ ଦେଇନାହାଁନ୍ତି । ସାମାଜିକ ଦୂରତା ବଜାୟ ରଖି ରଖି ନିଜ ଘରେ ‘କୁଟୁମ୍ବ ଶାଖା’ ପାଳନ କରୁଛନ୍ତି।

Kutumb Shakhas
RSS କର୍ମୀ ପାଳନ କରୁଛନ୍ତି ‘କୁଟୁମ୍ବ ଶାଖା’
author img

By

Published : Apr 15, 2020, 12:31 PM IST

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ସଦସ୍ୟମାନେ ଲକ୍ ଡାଉନରେ ବି ନିଜ ଦୈନଦିନ କାର୍ଯ୍ୟକୁ ପ୍ରଭାବିତ ହେବାକୁ ଦେଇନାହାଁନ୍ତି । ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ‘କୁଟୁମ୍ବ ଶାଖା’ ପାଳନ କରୁଛନ୍ତି।

ପରିବାର ସଦସ୍ୟ ଛାତ ଉପରେ କିମ୍ବା ବଗିଚାରେ ଏକାଠି ହୁଅନ୍ତି ଏବଂ ପ୍ରତିଦିନ ସକାଳେ ‘କୁଟୁମ୍ୱ ଶାଖା’ ପାଳନ କରୁ। ଯୋଗ ଏବଂ ବ୍ୟାୟାମ ଭଳି ଶାରୀରିକ କାର୍ଯ୍ୟକଳାପ ସହ ଧ୍ୟାନ ଏବଂ ଆଧ୍ୟାତ୍ମିକ ଶିକ୍ଷା ସମ୍ବନ୍ଧୀୟ ପୁସ୍ତକ ପଢିଥାଉ ବୋଲି ଲକ୍ଷ୍ନୌର ବାସିନ୍ଦା ଡ଼ଃ ଆର୍ ଏସ ଭଟ୍ଟନଗର କହିଛନ୍ତି ।

ଏହା ମାନସିକ ଚାପକୁ ହ୍ରାସ କରିଥାଏ ଏବଂ ଲକ୍ ଡାଉନ୍ ପ୍ରଭାବକୁ ସାମ୍ନା କରିବାରେ ସାହାଯ୍ୟ କରିଥାଏ। ଏହା ପରିବାରରେ ସୌହାର୍ଦ୍ଦ୍ୟ ମଧ୍ୟ ବଢାଇଥାଏ ବୋଲି ସେ କହିଛନ୍ତି । ଲକ୍ ଡାଉନ୍ ସମୟରେ ରିଲିଫ୍ କାର୍ଯ୍ୟରେ ଏକ ଆରଏସଏସ ସକ୍ରିୟ ଭୂମିକା ଗ୍ରହଣ କରୁଛି ।

କାନପୁରର ସିଭିଲ୍ ଲାଇନ୍ସର ସ୍ବେଚ୍ଛାସେବୀ ଆର.ବି ଭାସ୍କର କହିଛନ୍ତି, ‘ଆମେ ଖାଦ୍ୟ ପ୍ୟାକେଟ୍, ମାସ୍କ, ସାନିଟାଇଜର ବଣ୍ଟନ କରୁଛୁ ଏବଂ ସାମାଜିକ ଦୂରତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆମେ ସେମାନଙ୍କୁ ସଚେତନ କରୁଛୁ ’।

ଆରଏସଏସ ସୂତ୍ର ଅନୁଯାୟୀ, ବର୍ତ୍ତମାନ ଲକ୍ଷ୍ନୌରେ 900 ରୁ ଅଧିକ ‘କୁଟୁମ୍ବ ଶାଖା’, ପ୍ରୟାଗରେ 1100 ଏବଂ କାନପୁରରେ 800 ରୁ ଅଧିକ ଆୟୋଜନ କରାଯାଉଛି ଏବଂ ଦିନକୁ ଦିନ ଏହାର ସଂଖ୍ୟା ବଢୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.