ETV Bharat / bharat

ଭିତ୍ତିଭୂମି ବନାମ ଆର୍ଥିକ କ୍ଷେତ୍ର

ଭିତ୍ତିଭୂମି କାର୍ଯ୍ୟସୂଚୀକୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଶ୍ରେଣୀବଦ୍ଧ କରାଯାଇଛି। କ୍ଷେତ୍ର ଅନୁସାରେ ବିଜୁଳି ଓ ଇନ୍ଧନ କ୍ଷେତ୍ରକୁ ୨୪ ପ୍ରତିଶତ, ସଡ଼କ କ୍ଷେତ୍ରକୁ ୧୯ ପ୍ରତିଶତ, ସହରୀ ବିକାଶ କ୍ଷେତ୍ରକୁ ୧୬ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି। ଅଧିକ ଖବର ପଢନ୍ତୁ...

_Infrastructure
ଭିତ୍ତିଭୂମି ବନାମ ଆର୍ଥିକ କ୍ଷେତ୍ର
author img

By

Published : Jan 4, 2020, 5:12 PM IST

ହାଇଦ୍ରାବାଦ: ଭାରତର ଅର୍ଥନୀତିକୁ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇ ମଜଭୂତ କରିବା ସହ ଭିତ୍ତିଭୂମି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟେର ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ।

ବିଭିନ୍ନ ଯୋଜନାଗୁଡ଼ିକୁ ସଠିକ୍‌ ଢଙ୍ଗରେ ପରିଚାଳନା କରିବା ପାଇଁ ଦେଶର ୧୮ଟି ରାଜ୍ୟରେ ୧୦୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ। ସେଦିଗରେ ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କର ଏକ ଟିମ୍‌ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଟିମ୍‌ର ସୁପାରିଶ ଆଧାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ଭିତ୍ତିଭୂମି କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି ।

ଭିତ୍ତିଭୂମି କାର୍ଯ୍ୟସୂଚୀକୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଶ୍ରେଣୀବଦ୍ଧ କରାଯାଇଛି। କ୍ଷେତ୍ର ଅନୁସାରେ ବିଜୁଳି ଓ ଇନ୍ଧନ କ୍ଷେତ୍ରକୁ ୨୪ ପ୍ରତିଶତ, ସଡ଼କ କ୍ଷେତ୍ରକୁ ୧୯ ପ୍ରତିଶତ, ସହରୀ ବିକାଶ କ୍ଷେତ୍ରକୁ ୧୬ ପ୍ରତିଶତ ଓ ରେଲ୍‌ଓ୍ବେ କ୍ଷେତ୍ରକୁ ୧୩
ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି।

ଏହା ବ୍ୟତୀତ ସରକାରଙ୍କ କହିବା ଅନୁସାରେ ଗ୍ରାମୀଣ ବିକାଶ କ୍ଷେତ୍ରକୁ ୮ ପ୍ରତିଶତ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରକୁ ୩ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି । ରୋଜଗାର ସୃଷ୍ଟି କରିବା ଅନୁମାନରେ ଅତିଶୟୋକ୍ତି କରାଯାଇନାହିଁ । ତେଣୁ ଯଦି ସମସ୍ତ ସ୍ତରରେ ତ୍ରୁଟିହୀନ ଯୋଜନା ପ୍ରସ୍ତୁତ କରାଯାଇ ତାହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯାଏ ତେବେ ଜୀବନଧାରଣ ମାନ ବୃଦ୍ଧି ହେବ। ଏ କ୍ଷେତ୍ରର ସମ୍ପୃକ୍ତ ରାଜ୍ୟର ସରକାରମାନେ କେତେ ମୂଳଧନ ଖର୍ଚ୍ଚ କରିବେ ସେ ଦିଗରେ ସନ୍ଦେହ ସୃଷ୍ଟି ହୋଇଛି ।

ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ୩୯ ପ୍ରତିଶତ ଓ ଘରୋଇ କ୍ଷେତ୍ରରୁ ୨୨ପ୍ରତିଶତ ଅର୍ଥ ବିନିଯୋଗ କଲେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ସହଜରେ ହାସଲ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସୁନ୍ଦର ଓ ଗୋଲାପୀ ଚିତ୍ରର ଅବତାରଣା କରିଛନ୍ତି। ଏହି ଅନୁମାନ ଅନୁସାରେ ରାଜ୍ୟମାନଙ୍କୁ ପ୍ରାୟ ୪୦ଲକ୍ଷ କୋଟି ଟଙ୍କା ବହନ କରିବାକୁ ପଡ଼ିବ।

ଗୁରୁତର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ରାଜ୍ୟମାନଙ୍କ ପାଇଁ ଏହି ଅର୍ଥ ପରିମାଣ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ, ଏଥିରେ କୌଣସି ମତଭେଦ ନାହିଁ । ଆର୍ଥିକ ମାନ୍ଦାବସ୍ଥାର ନିରାକରଣ ପାଇଁ ଭିତ୍ତିଭୂମି କାର୍ଯ୍ୟସୂଚୀ ସଠିକ୍‌ ଉପଚାର ବୋଲି କହିଲେ ଏହା ଶୁଣିବାକୁ ଭଲ ଲାଗୁଛି।

କିନ୍ତୁ ମୁଖ୍ୟ ପ୍ରଶ୍ନ ହେଉଛି ଏହି ଯୋଜନା କେତେଦୂର ବାସ୍ତବିକତାରେ ପରିଣତ ହୋଇପାରିବ । ୮ଟି ଶିଳ୍ପ କ୍ଷେତ୍ର ଯେଉଁଥିରେ ରାଷ୍ଟ୍ରୀୟ ଆର୍ଥିକ ବିକାଶ ଓ ବିକାଶ ପ୍ରମୁଖ କ୍ଷେତ୍ର ହୋଇଥିବାବେଳେ ଏହା ଗତ ଚାରିମାସ ଧରି ଲାଗାତାର ଭାବେ ହ୍ରାସ ପାଉଥିବାରୁ ଚିନ୍ତାର କାରଣ ହୋଇଛି। କୋଇଲା, ଅଶୋଧିତ ତୈଳ, ପ୍ରକୃତିକ ଗ୍ୟାସ, ଇସ୍ପାତ୍ ଓ ବିଜୁଳି କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ମାନ୍ଦାବସ୍ଥାର ପ୍ରତିକୂଳ ପ୍ରଭାବକୁ ଦର୍ଶାଉଛି ।

ନଭେମ୍ବର ମାସରେ ସିମେଣ୍ଟ ଉତ୍ପାଦନ ଅଧାକୁ ହ୍ରାସ ପାଇଛି । ସମଗ୍ର ଦେଶରେ ଭିତ୍ତିଭୂମି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇ ସଡ଼କ, ବନ୍ଦର, ବିଜୁଳି ଓ ଜଳସେଚନ କ୍ଷେତ୍ରରେ ନିର୍ମାଣ କାମ ଆରମ୍ଭ କରାଯାଏ, ତେବେ ସିମେଣ୍ଟ ଓ ଷ୍ଟିଲ୍‌
କ୍ଷେତ୍ରରେ ବଡ଼ ଧରଣର ବ୍ୟବସାୟ ହୋଇପାରିବ ବୋଲି ଏକ ସକରାତ୍ମକ ଅନୁମାନ କରାଯାଉଛି। କିନ୍ତୁ ସରକାରୀ ଅଧିକାରୀଙ୍କ ଅନୁମାନରେ କୌଣସି ସମାନତା ନାହିଁ। ଏ ଦିଗରେ ସରକାରୀ ଆକଳନ ବିରୋଧରେ ବିଶେଷଜ୍ଞମାନେ ଆପତ୍ତି କରିଛନ୍ତି ।

ଆଗାମୀ ପାଞ୍ଚବର୍ଷରେ କେନ୍ଦ୍ର ସରକାର ୪୦ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାର ଯୋଜନା କରିଛନ୍ତି । ବର୍ତ୍ତମାନ ଖର୍ଚ୍ଚ ତୁଳନାରେ ଏହା ଅଧିକ ନୁହେଁ । ତେଣୁ ଏହି ଯୋଜନାର ବିଶ୍ଲେଷଣକୁ ଉପେକ୍ଷା କରିପାରିବା ନାହିଁ । ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାରେ କରାଯାଇଥିବା ଅନୁମାନ ଅନୁସାରେ ଭିତ୍ତିଭୂମି ବ୍ୟବସ୍ଥା ପାଇଁ ୫୨ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ରହିଛି । ସାତ ବର୍ଷ ତଳେ ଦିପକ ପାରିଖ କମିଟି କରିଥିବା ସୁପାରିଶ ଅନୁସାରେ ଏଥିରେ ସାର୍ବଜନୀନ ଓ ଘରୋଇ କ୍ଷେତ୍ର ମାଧ୍ୟମରେ ୪୭ ପ୍ରତିଶତ ଅର୍ଥ ଜମା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆସୋଚାମ୍‌ ଓ କ୍ରିସିଲ ପକ୍ଷରୁ ୪ବର୍ଷ ତଳେ ମିଳିତ ଭାବରେ ପ୍ରକାଶ କରାଯାଇଥିବା ଶ୍ବେତପତ୍ରର ରିପୋର୍ଟ ଅନୁସାରେ ଏହି ଯୋଜନାର ସଫଳତା ପାଇଁ ସମ୍ବଳ ସଂଗ୍ରହରେ ବ୍ୟାଙ୍କମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଋଣ ଆଦାୟ କ୍ଷେତ୍ରରେ ବ୍ୟାଙ୍କମାନେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଚଳିତ ଆର୍ଥିକ ବର୍ଷର ଆଠ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଉଦ୍ୟୋଗମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବ୍ୟାଙ୍କ ଋଣ ପ୍ରଦାନରେ ୩.୯ ପ୍ରତିଶତ ହ୍ରାସ ପାଇଛି ।

ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଅନୁମତି ଦେବା କ୍ଷେତ୍ରରେ ବିଳମ୍ବ ଯୋଗୁଁ ଗୁରୁତର ପରିସ୍ଥିତି ସୃଷ୍ଟି ହେଉଛି । ଏହି ସମସ୍ୟାର ସମାଧାନ ନକରି ନୂଆ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର କିପରି ଆଶ୍ବସ୍ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଦେଶରେ ବିଜୁଳି ଉତ୍ପାଦନରେ ହ୍ରାସ, ଋଣ ମିଳିବାରେ ଅଧୋଗତି ଓ କୃଷି ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟରେ ହ୍ରାସ ଅବସ୍ଥା ପ୍ରତିକୂଳ ମାନ୍ଦାବସ୍ଥାର କାରଣ ଉପରେ କମ୍ବଳ ଭଳି ଘୋଡ଼ାଇ ହୋଇଛି । ନୀତିଗତ ଦୃଢ଼ନିଷ୍ପତ୍ତି ନେବାରେ ଅସମର୍ଥତା କାରଣରୁ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ଓ ରପ୍ତାନୀ ପରିମାଣ ହ୍ରାସ ପାଇବାରେ ଲାଗିଛି ।

ଏହାର ପରିଣାମ ସ୍ବରୂପ ରାଜସ୍ବ ଆକଳନରେ ଖରାପ ସ୍ଥିତି ସୃଷ୍ଟି ହୋଇ ରାଜ୍ୟ ବଜେଟ୍‌କୁ ଝଟ୍‌କା ଲାଗିଛି। ନିଜର ଭିତ୍ତିଭୂମି କାର୍ଯ୍ୟସୂଚୀ ସହିତ ଏହି ସମସ୍ୟାର ଯାଞ୍ଚ କରିବା ପାଇଁ ମିଳୁଥିବା ତଥ୍ୟ ସ୍ଥିତିକୁ ନଜର ଅନ୍ଦାଜ କରାଯାଇପାରିବ ନାହିଁ। ଇଜ୍‌ ଅଫ ଡୁଇଙ୍ଗ ଇଣ୍ଡେକ୍ସରେ ଭାରତ ସଫଳତା ପାଇବାରେ ଲାଗିଛି। ପାଞ୍ଚବର୍ଷ ତଳେ ୧୪୩ ସ୍ଥାନରେ ଥିବାବେଳେ ଏବେ ୬୩ ସ୍ଥାନକୁ ବୃଦ୍ଧି ହୋଇଛି । ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାରେ ୧୬୩ ସ୍ଥାନ ଓ ସମ୍ପତ୍ତି ପଞ୍ଜିକରଣରେ ୧୫୪ ସ୍ଥାନ ହାସଲ କରିବା କଥା ନିରାଶଜନକ ସ୍ଥିତିକୁ ପ୍ରଦର୍ଶିତ କରୁଛି ।

ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗରିବୀ ସ୍ଥିତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଭୁଲ ଥିବା ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ କହିଛନ୍ତି । ଏପରି ମହତ୍ତ୍ବପୂର୍ଣ୍ଣ ପରିସ୍ଥିତିରେ ବିଶେଷଜ୍ଞମାନେ ବୁଝାମଣାକୁ ଲାଗୁ କରିବାରେ ସରକାରଙ୍କ ଦେବାଳିଆ ମନୋବୃତ୍ତି ଉପରେ ପ୍ରଶ୍ନ କରିଛନ୍ତି । ଅନ୍ତଃରାଷ୍ଟ୍ରୀୟ ଭିତ୍ତିଭୂମି ସୂଚକାଙ୍କ ୨୦୧୯ ଅନୁସାରେ ବିମାନବନ୍ଦର ସୁବିଧା କ୍ଷେତ୍ରରେ ଭାରତଠାରୁ ମ୍ୟାଲେସିଆର ସ୍ଥିତି ବହୁତ ଭଲ ବୋଲି ଦର୍ଶାଯାଇଛି।

ଚୀନ, ସାଉଦି ଆରବ, ଦକ୍ଷିଣ କୋରିଆ ଓ ଅନ୍ୟାନ୍ୟ ଦେଶର ସଡ଼କ ସହିତ ତୁଳନା କରାଗଲେ ଭାରତର ସଡ଼କ ଆଦୌ ଭଲ ନୁହେଁ। ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ ଯୋଜନା ଓ ଆବଶ୍ୟକ ନିୟମକାନୁନ୍‌ ଲାଗୁ କରିବାରେ ଚୀନ, ସାଉଦି ଆରବ ଓ ଜର୍ମାନୀଠାରୁ ମଧ୍ୟ ଭାରତ ପଛରେ ରହିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଡେନମାର୍କ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଓ ହଂକଂ ଭଳି ଦେଶ କୁଶଳ ମାନବ ସଂଶାଧନ ଶକ୍ତି ପାଇଁ ବିଦେଶୀ ନିବେଶକୁ ଆକର୍ଷିତ କରିବାରେ
ସଫଳ ହୋଇଛନ୍ତି।

ଭିତ୍ତିଭୂମି କ୍ଷେତ୍ରକୁ ମଜଭୁତ କରିବା, ବ୍ୟାପାର କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଏହି ଦେଶମାନଙ୍କଠାରୁ ଭାରତ ମୂଲ୍ୟବାନ ଶିକ୍ଷାଲାଭ କରିବା ଉଚିତ । ଘରୋଇ ନିବେଶକମାନେ ଲାଇନ ଲଗାଇଲେ ଆମ ଦେଶର ଅର୍ଥବ୍ୟବସ୍ଥା ସର୍ବୋତ୍କୃଷ୍ଟ ଓ ମଜଭୁତ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Intro:Body:

jkjkjk

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.