ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ଛବି ଓ ତାଙ୍କ ଦଳର ଚିହ୍ନ(ଆମ୍ବାସାଡର କାର) ଏକ ମନ୍ଦିରର ସ୍ତମ୍ଭରେ ଅଙ୍କାହୋଇଥିବା ଦେଖିବାକୁ ମିଳିଛି । ଏନେଇ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।
ସୂଚନାମୁତାବକ, ତେଲେଙ୍ଗାନାର ୟାଦାଦ୍ରି ଠାରେ ଥିବା ଶ୍ରୀ ମହାଲକ୍ଷ୍ମୀନରସିମା ସ୍ବାମୀ ମନ୍ଦିରର 'ଅଷ୍ଟଭୂଜା ମଣ୍ଡପ'ର ସ୍ତମ୍ଭରେ ରାଜନୈତିକ ଚିତ୍ର ଅଙ୍କାହୋଇଛି । ତେବେ ତେଲେଙ୍ଗାନା ସରକାରଙ୍କର ଉନ୍ନତି ମୂଳକ ଯୋଜନା ହରିତହରମ, କେ. ଚନ୍ଦ୍ର ଶେଖର ରାଓଙ୍କ ଚିତ୍ର ସହ ମହାତ୍ମାଗାନ୍ଧୀ, ଜବହାରଲାଲ ନେହରୁଙ୍କ ଭଳି ରାଷ୍ଟ୍ରୀୟ ନେତାଙ୍କ ଚିତ୍ର ମଧ୍ୟ ଅଙ୍କା ଯାଇଛି । ଏହାବ୍ୟତୀତ ମନ୍ଦିରର ବାହ୍ୟ ଭାଗରେ ମୁସଲିମ ଧାର୍ମିକର ପ୍ରତୀକ ଭାଇରାଲ ହୋଇଛି ।