ETV Bharat / bharat

ଦିଲ୍ଲୀ ଚାଷୀ ଆନ୍ଦୋଳନରେ ମହିଳା ଚାଷୀଙ୍କ ଭୂମିକା

author img

By

Published : Jan 2, 2021, 4:49 PM IST

ପଞ୍ଜାବ ସମେତ ଦେଶର ବିଭିନ୍ନ ରାଜ୍ୟରେ ମହିଳାମାନେ ଚାଷକାର୍ଯ୍ୟ କରୁଥିବାରୁ ନୂଆ କୃଷି ଆଇନ ସେମାନଙ୍କ ଉପରେ ପ୍ରଭାବ ପକାଇଛି । ଏହି ଆନ୍ଦୋଳନକୁ ବିରୋଧ କରି ଦିଲ୍ଲୀରେ କିଛି ମହିଳା ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ପଞ୍ଜାବର ବିଭିନ୍ନ ସ୍ଥାନରେ ମହିଳା ଚାଷୀମାନେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

Role of women farmers in Delhi protest
ଦିଲ୍ଲୀ ଚାଷୀ ଆନ୍ଦୋଳନରେ ମହିଳା ଚାଷୀଙ୍କ ଭୂମିକା

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଦେଶର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଦିଲ୍ଲୀରେ ଗତ 1 ମାସରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଆନ୍ଦୋଳନରେ ପୁରୁଷ ଚାଷୀଙ୍କ ସମେତ ମହିଳା ଚାଷୀମାନେ ମଧ୍ୟ ସାମିଲ ଅଛନ୍ତି । ଦେଶରେ ପୁରୁଷ ଚାଷୀଙ୍କ ଅପେକ୍ଷା ମହିଳା ଚାଷୀମାନେ କ୍ଷେତରେ ଅଧିକ ପରିଶ୍ରମ କରିଥାନ୍ତି । ଏହି ବିଲ୍‌କୁ ବିରୋଧ କରି ହଜାର ହଜାର ଚାଷୀ କ୍ଷେତରେ କାମ କରିବା ବଦଳରେ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ରାଜଧାନୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନରେ ବସିଛନ୍ତି ।

ଏହି ଆନ୍ଦୋଳନରେ ପଞ୍ଜାବର ଜଣେ 50 ବର୍ଷୀୟ ମହିଳା ବଲଜିତ କୌର ନିଜ ଘରେ ଅଧିକାଂଶ ସମୟ କ୍ଷେତରେ କଟାଇଥାନ୍ତି । ସେ ଏହାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରି ଯତ୍ନର ସହିତ ଫସଲ ବୁଣିବା ସହିତ ଚାଷକାର୍ଯ୍ୟ କରିଥାନ୍ତି । ଏହି କାର୍ଯ୍ୟ ମହିଳାଙ୍କ ପାଇଁ ସେତେଟା ସହଜ ନଥିଲେ ମଧ୍ୟ ସେ ଏହାକୁ ଖୁସିର ସହିତ କରିଥାନ୍ତି । କିନ୍ତୁ ଏତେ ସମୟ କ୍ଷେତରେ ବିତାଉଥିବା ମହିଳା ଚାଷୀ ଆଜି ରାଜଧାନୀର ରାସ୍ତାରେ ବସି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି । କେବଳ ବଲଜିତ ନୁହେଁ, ତାଙ୍କ ଭଳି ଅନେକ ମହିଳା ଚାଷୀ ଘରଦ୍ବାର ଛାଡ଼ି ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି ।

ନୂଆ କୃଷି ଆଇନରେ ପୁରୁଷ ଚାଷୀଙ୍କ ଅପେକ୍ଷା ମହିଳା ଚାଷୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି । କାରଣ ମହିଳା କୃଷକଙ୍କ ଅଧିକାର ପାଇଁ ଅଭିଯାନ କରୁଥିବା ଭାରତୀୟ ଫୋରମ ମହିଲା କିଷାନ ଅଧିକାର ମଞ୍ଚ (MAKAAM) ଅନୁଯାୟୀ, ସମସ୍ତ ଚାଷ କାର୍ଯ୍ୟର 75 ପ୍ରତିଶତ ମହିଳାମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲେ ମଧ୍ୟ ସେମାନେ କେବଳ 12 ପ୍ରତିଶତ ଜମିର ମାଲିକ ରହିବେ । ତେବେ ଚାଷକାର୍ଯ୍ୟରେ ବୃହତ ଯୋଗଦାନ ରହିଲେ ମଧ୍ୟ ଜମି ମାଲିକାନା କମୁଥିବାରୁ ମହିଳା ଚାଷୀମାନେ ସତ୍ତା ହରାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥିଲାଗି ମହିଳା ଚାଷୀମାନେ କୃଷି ଆଇନକୁ ବିରୋଧ କରୁଛନ୍ତି ।

ଏହି ଆଇନ ଦ୍ବାରା ଆଗାମୀ ପିଢି ପାଇଁ ଏହି ବିଲ ଅନୁକୂଳ ନୁହେଁ ବୋଲି ଦିଲ୍ଲୀରେ ଆନ୍ଦୋଳନରତ ମହିଳା ଚାଷୀ ଜସପଲ କୌର(58) କହିଛନ୍ତି । ତେବେ ଯଦି ଆଗାମୀ ପିଢି ଏହି ବିଲ୍‌ ପାଇଁ ଅସୁବିଧାରେ ପଡ଼ନ୍ତି ତେବେ ଜୀବନ ଧାରଣ ମୂଲ୍ୟହୀନ ବୋଲି ସେ କହିଛନ୍ତି । ମହିଳା ଏବଂ ପୁରୁଷମାନେ ବୈପ୍ଳବିକ ଗୀତ ଗାଇ, ନୃତ୍ୟ କରିବା ସହିତ ରାସ୍ତାର ଏକ ଷ୍ଟ୍ରିଟ ଥିଏଟର ଭଳି ମାହୋଲ ସୃଷ୍ଟି କରୁଥିବାରୁ ବିରୋଧସ୍ଥଳରେ ଏକ ସାମ୍ପ୍ରଦାୟିକ ଆତ୍ମା ରହିଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀରେ ଚାଷୀମାନେ ସାମନା କରୁଥିବା ସମସ୍ୟାମାନ:-

ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟ 25 ଜଣ ଆନ୍ଦୋଳନରତ ଚାଷୀ ହୃଦଘାତ, ଦୁର୍ଘଟଣା ପାଇଁ ମୃତ୍ୟୁବରଣ କରିଛନ୍ତି । ଏହି ଆନ୍ଦୋଳନରେ ଚାଷୀମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀରେ ଶୀତର ପ୍ରକୋପ ଚାଲିଥିବା ବେଳେ ରାସ୍ତାରେ, ଟ୍ରକ ପଛ ପାର୍ଶ୍ବରେ ଚାଷୀ ରାତ୍ରି ଯାପନ କରୁଛନ୍ତି । କୋରୋନା କାଳରେ ଶୌଚ ପାଇଁ ଖୋଲା ସ୍ଥାନ ଆଦି ବ୍ୟବହାର କରୁଛନ୍ତି । ସରକାର ଓ ଆନ୍ଦୋଳନ ଚାଷୀଙ୍କ ମଧ୍ୟରେ 5ଥର ବୈଠକ ବସି ସାରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଆନ୍ଦୋଳନର ଫ୍ରଣ୍ଟରେ ପୁରୁଷ ଚାଷୀ ଓ ପୃଷ୍ଠଭାଗରେ ମହିଳା ଚାଷୀ:-

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବା ପାଇଁ କିଛି ମହିଳା ଚାଷୀମାନେ ଘରକୁ ଫେରି ପରିବାର ସମ୍ଭାଳିବା ସହିତ ଚାଷକାର୍ଯ୍ୟ କରୁଛନ୍ତି । ସେପଟେ ହଜାର ହଜାର ସଂଖ୍ୟାରେ ପୁରୁଷ ଚାଷୀଙ୍କ ସମେତ କିଛି ମହିଳା ଚାଷୀ ଏବେ ରାଜଧାନୀର କାଠୁଆ ଜାଡ଼ରେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଆନ୍ଦୋଳନକୁ ସମର୍ଥନ କରି ଦେଶରେ ବିଭିନ୍ନ ସ୍ଥାନରେ ଚାଷୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି । ପଞ୍ଜାବର ପ୍ରାୟ 100ଟି ସ୍ଥାନରେ ମହିଳା ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ଭଠିଣ୍ଡାରେ ହରପ୍ରିତ କୌର ଜେଠୁକେଙ୍କ ନେତୃତ୍ବରେ ସପିଙ୍ଗ ମଲ, ପେଟ୍ରୋଲ ପମ୍ପ, ଟୋଲ ଗେଟ ନିକଟରେ ଧାରଣା ଦିଆଯାଉଛି । ସେପଟେ ଖିଆଲା ଗ୍ରାମରେ ରାଜୱିନ୍ଦର କୌର, ମନସାରେ ବଲବିର କୌର ଆଦି ମହିଳା ଚାଷୀଙ୍କ ନେତୃତ୍ବରେ ଆନ୍ଦୋଳନ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.