ETV Bharat / bharat

ରାଜନୀତିରେ ଆସିବାକୁ ପୁଣି ସଙ୍କେତ ଦେଲେ ରବର୍ଟ ଭଦ୍ରା - ରୋବର୍ଟ ଭଦ୍ରା

ରାଜନୀତିରେ ଓହ୍ଲାଇବା ନେଇ ସୋସିଆଲ ମିଡିଆ ସଙ୍କେତ ଦେଲେ ରବର୍ଟ ଭଦ୍ରା । ଜନତାଙ୍କ ଭଲପାଇବା ଦେଖି ମୁଁ ପ୍ରଭାବିତ ହୋଇଛନ୍ତି ଭଦ୍ରା । ତେଣୁ ଆଗାମୀ ଦିନରେ ବଡ ପ୍ଲାଟ୍‌ଫର୍ମରେ ସେମାନଙ୍କ ସେବା କରିବାକୁ ଚାହୁଁଚନ୍ତି ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 10, 2019, 3:34 PM IST

Updated : Mar 10, 2019, 4:33 PM IST

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରୋବର୍ଟ ଭଦ୍ରା ରାଜନୀତିରେ ଓହ୍ଲାଇବାର ସଙ୍କେତ ପୁଣିଥରେ ଦେଇଛନ୍ତି । ସେ ରାଜନୀତିରେ ରହିବାକୁ ଚାହୁଁଥିବା ରବିବାର ସୋସିଆଲ ମିଡିଆ ଜରିଆରେ କହିଛନ୍ତି । ଦେଶର ବିକାଶରେ ସହାୟତା କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି ଭଦ୍ରା ।

ଫେସ୍‌ବୁକରେ ଏକ ପୋଷ୍ଟ କରି ରବର୍ଟ କହିଛନ୍ତି କି, ମୋ ପ୍ରତି ଜନତାଙ୍କ ଭଲପାଇବା ଦେଖି ମୁଁ ପ୍ରଭାବିତ ହୋଇଛି । ତେଣୁ ଆଗାମୀ ଦିନରେ ବଡ ପ୍ଲାଟ୍‌ଫର୍ମରେ ସେମାନଙ୍କ ସେବା କରିବାକୁ ଚାହେଁ ।

ଏହା ପୂର୍ବରୁ ଗାଜିଆବାଦ ଯୁବ କଂଗ୍ରେସ ପକ୍ଷରୁ ତାଙ୍କର ରାଜନୀତିକୁ ଓହ୍ଲାଇବାର ପୋଷ୍ଟର ଲଗାଯାଇଥିଲା । ସେଠାକାର ଯୁବ କଂଗ୍ରେସ ତାଙ୍କୁ ରାଜନୀତୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ସେ ରାଜନୀତିରେ ଖୁବ୍‌ ଶୀଘ୍ର ସକ୍ରିୟ ହେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ରବର୍ଟ ଏହି ଖବରକୁ ମିଥ୍ୟା ବୋଲି କହି ଏଡାଇ ଦେଇଥିଲେ । ହେଲେ ସେ ରାଜନୀତିରେ ପ୍ରବେଶ କରିବାକୁ ପ୍ରୟାସ କରୁଥିବା ତାଙ୍କର ଏହି ପୋଷ୍ଟରୁ ଅନୁମାନ କରାଯାଉଛି ।

||ବରଗଡ ||
ବରଗଡ ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି |  ଗାନ୍ଧୀ ପାଠାଗାର ର ସଭାପତି ଅରୁଣ ମହାନ୍ତିଙ୍କ  ଅଧ୍ୟକ୍ଷତାରେ ପାଳିତ ହୋଇଥିବା ଏହି ମହିଳା ଦିବସରେ  ମୁଖ୍ୟ ଅତିଥି ଭାବରେ କବୟିତ୍ରୀ ତଥା ଅଭିନେତ୍ରୀ ଭାସ୍ଵତୀ ବସୁ ଯୋଗଦେଇ ଆଧୁନିକ ସମାଜ ଗଠନରେ ମହିଳାଙ୍କ ଭୂମିକା ଉପରେ ମତ ରଖିଥିଲେ | ଏହି ଅବସରରେ ବିଶିଷ୍ଠ ମହିଳା କଳାକାର ଜୟନ୍ତୀ ଦୀପ ସଂଚାର କଳା ପରିବେଷଣ କରିଥିଲେ | ଧୀରେ ଧୀରେ ଜିଲ୍ଲାରେ ସଂଚାର କଳା ଲୋପ ପାଇବାକୁ ବସିଲା ବେଳେ ମହିଳା କଳାକାର ଙ୍କ ଦ୍ଵାରା ଏହି ସଂଚାର କଳାକୁ ବଞ୍ଚାଇରଖିବାର ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ହୋଇଥିବା ବେଳେ ତାଙ୍କୁ ପାଠାଗାର ପକ୍ଷରୁ ଲେଖିକା ସୁପ୍ରଭା ସାମଲ ଓ ସଂଗୀତା ରଥ ସମ୍ମାନିତ କରିଥିଲେ | ଶ୍ରୀମତୀ ବାସୁଙ୍କୁ ବରଗଡ ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ଯାଣୀ ଦାଶ ଓ ଅଧ୍ୟାପିକା ସୁଷମା ଦାଶ ସମ୍ବର୍ଦ୍ଧନା ଜଣାଇଥିଲେ | ମହିଳା ଦିବସ କାର୍ଯ୍ୟକ୍ରମ ଅବସରରେ ବରଗଡର ବହୁ ପ୍ରତିଷ୍ଠିତ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା | 

 ବାଇଟ ଓ ଭିଡିଓ MOJOରେ ଯାଇଛି 
slug - ODbargarh_mahila_rajesh_090319_
ବାଇଟ 1-  ଭାସ୍ଵତୀ ବସୁ ( କବିୟିତ୍ରୀ )
ବାଇଟ 2-  ଜୟନ୍ତୀ ଦୀପ ( ମହିଳା କଳାକାର )
ବାଇଟ 3- ଅରୁଣ ମହାନ୍ତିଙ୍କ ( ସଭାପତି )
Last Updated : Mar 10, 2019, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.