ETV Bharat / bharat

ଦୁ୍‌ର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ, ମୁଣ୍ଡରେ ଥିଲା 1 ଲକ୍ଷ - Rewarded one lakh Naxalites surrender before Bastar Police

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଦୁ୍‌ର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ । ତା ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ଦୁ୍‌ର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ, ମୁଣ୍ଡରେ ଥିଲା 1 ଲକ୍ଷ

author img

By

Published : Aug 28, 2020, 6:50 PM IST

ରାୟପୁର : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଦୁ୍‌ର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ । ଗାୟଥା ମାଧବୀ ନାମକ ଜଣେ ଶୁକ୍ରବାର ଜଗଦଲପୁରରେ ବସ୍ତର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ତା ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ଦୁ୍‌ର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ, ମୁଣ୍ଡରେ ଥିଲା 1 ଲକ୍ଷ

ଗାୟଥା ମାଧବୀ ଗତ 12 ବର୍ଷ ଧରି ନକ୍ସଲ ସଂଗଠନ ସହ ଜଡିତ ଥିଲା । 2012 ରେ ତାକୁ ନକ୍ସଲମାନଙ୍କ ଦ୍ବାରା କାଟେକାଲିଆନ୍ କ୍ଷେତ୍ର କମିଟିର ଜନ ମିଲିସିଆ କମାଣ୍ଡର ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ସରକାରଙ୍କ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ସେ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ପୋଲିସ ଅଧୀକ୍ଷକ ତାକୁ 10,000 ଟଙ୍କା ଚେକ୍ ଦେଇ ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ବସ୍ତର ଏସପି ଏନେଇ କହିଛନ୍ତି, ପୋଲିସ ଦ୍ବାରା ପରିଚାଳିତ ଆତ୍ମସମର୍ପଣ ନୀତି ଅନୁଯାୟୀ ନକ୍ସଲମାନେ ନିଜ ସଂଗଠନ ଛାଡି ସରକାରଙ୍କ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ଦର୍ବା ଅଞ୍ଚଳରେ ସକ୍ରିୟ ଥିବା ଗାୟଥା ମାଧବୀ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମାଧବୀ କାଟେକାଲିଆନ୍ ଅଞ୍ଚଳର ଜନ ମିଲିସିଆ କମାଣ୍ଡର ଥିଲା । ତା ମୁଣ୍ଡରେ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେ ଗତ 13 ବର୍ଷ ଧରି ନକ୍ସଲ ସଂଗଠନରେ ସକ୍ରିୟ ଥିବାବେଳେ ଅନେକ ଅପରାଧିକ ମାମଲାରେ ଜଡିତ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.