ପ୍ରୟାଗରାଜ: ଘରୋଇ କଳିର କରୁଣ ପରିଣତି । ରାଗର ବଶବର୍ତ୍ତି ହୋଇ ସ୍ତ୍ରୀ ଓ ଝିଅକୁ ଗୁଳି ମାରି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ନିଜକୁ ବଞ୍ଚେଇବାକୁ ବାପାଙ୍କୁ ହତ୍ୟା କଲା ଝିଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରାରେ । ଅନ୍ୟପଟେ ଗୁଳି ବାଜିବା କାରଣରୁ ମା ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପୁରା ଘଟଣା ଏମିତି, ନୌଝିଲ୍ଲା ଥାନା ଅଧିନସ୍ଥ ମିଠୋଲି ଗାଁରେ ରହୁଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଚେତାରାମ । ଦୀର୍ଘ ଦିନ ହେଲାଣି ଘରୋଇ କଳିକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା । ଏନେଇ ରାଗରେ ଉତକ୍ଷିପ୍ତ ହୋଇ ଚେତାରାମ ନିଜ ବନ୍ଧୁକରୁ ପତ୍ନୀ ଓ 17 ବର୍ଷିୟ ଝିଅକୁ ଗୁଳି କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ଚେତନଙ୍କ ଝିଅ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଚେତନ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡନ ଖେଳି ଯାଇଛି । ଆର୍ମି ଅଫିସରଙ୍କ ଏଭଳି କାର୍ଯ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ