ମୁମ୍ବାଇ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ରରେ ପୂନର୍ବାର ରାଜନୈତିକ ସଂଘର୍ଷ ଜୋର ଧରିଛି । ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏହି ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗତ ସିଂହ କୋଶ୍ୟାରୀ ଉଦ୍ଧବ ସରକାରଙ୍କୁ ଚିଠି ଲେଖି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ନ ଖୋଲାଯିବାର ବିଷୟ ଉଠାଇଥିଲେ । ତେବେ ବର୍ତ୍ତମାନ ରାଜ୍ୟପାଳଙ୍କ ଚିଠିର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟପାଳଙ୍କ ଚିଠିର ଉତ୍ତରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳୀ ଖୋଲିବାର ଚର୍ଚ୍ଚା ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ମୋତେ ନିଜର ହିନ୍ଦୁତ୍ବର ପରିଚୟ ଦେବା ପାଇଁ ପ୍ରମାଣପତ୍ରର ଆବଶ୍ୟକତା ନାହିଁ । ଯେଉଁ ଲୋକ ମୁମ୍ବାଇର ତୁଳନା ପିଓକେ ସହ କରୁଛନ୍ତି ସେମାନଙ୍କ ଠାରେ ହିନ୍ଦୁତ୍ବ ଖାପ ଖାଉନାହିଁ । କେବଳ ମନ୍ଦିର ଖୋଲିଦେଲେ କଣ ହିନ୍ଦୁତ୍ବ ପ୍ରମାଣିତ ହୋଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ ।