ETV Bharat / bharat

ଜାତୀୟ ଆତ୍ମନିର୍ଭରଶୀଳତା ପାଇଁ କୃଷକଙ୍କୁ ଉଦ୍ଧାର କର - ଜାତୀୟ ଆତ୍ମନିର୍ଭରଶୀଳତା

ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେଉ କିମ୍ବା ବଜାରର ବିଭିନ୍ନ କୁଚକ୍ରୀ ଶକ୍ତି ଦ୍ବାରା ଠକେଇର ଶିକାର ହେବା କାରଣରୁ ହେଉ, ଯେତେବେଳେ ବି ତା’ର କଠିନ ପରିଶ୍ରମରୁ ଉପଯୁକ୍ତ ଫସଲ ମିଳିପାରିନାହିଁ, କୃଷକଟିଏ ହୁଏତ ଏହାକୁ ମୁଣ୍ଡ ପାତି ସହି ନେଇଛି କିମ୍ବା କୀଟନାଶକ ଔଷଧ ପିଇ ମୃତ୍ୟୁକୁ ଆଦରି ନେଇଛି । ଏହି ପରିପ୍ରେକ୍ଷୀରେ, ସେ ଯେ କାହିଁକି ଏହି କୃଷି ଆଇନଗୁଡ଼ିକ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣେଇ ନେଲା ସେ ସଂପର୍କରେ ଚିନ୍ତା କରିବା କଥା ।

ଜାତୀୟ ଆତ୍ମନିର୍ଭରଶୀଳତା ପାଇଁ କୃଷକଙ୍କୁ ଉଦ୍ଧାର କର

author img

By

Published : Feb 10, 2021, 6:34 PM IST

ହମ୍‌ ହି କିଷାନ୍‌... ହମ ହି ଯବାନ, ଏ ହେଉଛି ବିବାଦୀୟ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ସ୍ଲୋଗାନ୍‌ । ଏକଥା ନିର୍ବିବାଦୀୟ ରୂପରେ ସତ୍ୟ ଯେ, ଜଣେ ସୈନିକ ଦେଶର ସୀମାକୁ ସୁରକ୍ଷା ପ୍ରଦାନ କରୁଥିବା ସଦୃଶ କୃଷକ ମଧ୍ୟ ଦେଶକୁ ଖାଦ୍ୟ ସୁରକ୍ଷା ପ୍ରଦାନ କରେ । ଲଙ୍ଗଳ ମୁନରେ ଚାଷ କରି କୃଷକ ହିଁ ସଭ୍ୟତାର ମଞ୍ଜି ବୁଣିବାରେ ସହାୟକ ହୋଇଆସିଛି ଏବଂ କୃଷିକୁ ଜାତୀୟ ସଂସ୍କୃତି ଭାବରେ ପ୍ରତିପାଦିତ କରିଛି ।

ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହେଉ କିମ୍ବା ବଜାରର ବିଭିନ୍ନ କୁଚକ୍ରୀ ଶକ୍ତି ଦ୍ବାରା ଠକେଇର ଶିକାର ହେବା କାରଣରୁ ହେଉ, ଯେତେବେଳେ ବି ତା’ର କଠିନ ପରିଶ୍ରମରୁ ଉପଯୁକ୍ତ ଫସଲ ମିଳିପାରିନାହିଁ, କୃଷକଟିଏ ହୁଏତ ଏହାକୁ ମୁଣ୍ଡ ପାତି ସହି ନେଇଛି କିମ୍ବା କୀଟନାଶକ ଔଷଧ ପିଇ ମୃତ୍ୟୁକୁ ଆଦରି ନେଇଛି । ଏହି ପରିପ୍ରେକ୍ଷୀରେ, ସେ ଯେ କାହିଁକି ଏହି କୃଷି ଆଇନଗୁଡ଼ିକ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣେଇ ନେଲା ସେ ସଂପର୍କରେ ଚିନ୍ତା କରିବା କଥା । ଏହି ଆଇନଗୁଡ଼ିକ କୃଷକମାନଙ୍କ ଫାଇଦା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନ ମନ୍ତ୍ରୀ ମୋଦି ତର୍କ ଉପସ୍ଥାପନ କରିଆସୁଛନ୍ତି। ତାଙ୍କ ତର୍କ ଅନ୍ତର୍ଗତ ଏ କଥା ଠିକ୍‌ ଯେ, 1971 ମସିହାରେ ଦେଶର ପାଖାପାଖି 51 ପ୍ରତିଶତ ଚାଷୀ ଅଢ଼େଇ ଏକରରୁ କମ୍‌ ଜମିର ମାଲିକ ଥିଲେ ଏବଂ ବର୍ତ୍ତମାନ ସେମାନଙ୍କ ସଂଖ୍ୟା 68 ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର 86 ପ୍ରତିଶତ କୃଷକ 2 ହେକ୍‌ଟରରୁ କମ୍‌ ଜମିର ମାଲିକ ବୋଲି ସେ ଯାହା ଉଲ୍ଲେଖ କରିଛନ୍ତି ତାହା ମଧ୍ୟ ସତ୍ୟ । ଏଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଫାଇଦା ପାଇଁ ମଧ୍ୟସ୍ଥରେ ଭର୍ତ୍ତି ମଣ୍ଡିଗୁଡ଼ିକର ସଂସ୍କାର ଆବଶ୍ୟକ । ସାରା ଦେଶରେ ଗୋଟିଏ ପ୍ରକାର ବଜାର ସ୍ଥାପିତ ହେଲେ ଦରିଦ୍ର କୃଷକଙ୍କୁ କି ଲାଭ ମିଳିବ ? ବିଗତ ପଚିଶ ବର୍ଷ ଧରି ସାରା ଦେଶରେ 3 ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା କଥାକୁ ଦୃଷ୍ଟିରେ ରଖି ଦେଶରେ ଚାଷୀମାନଙ୍କ ସ୍ଥିତି ସୁଧାରିବା ଦିଗରେ ଉପଯୁକ୍ତ ସଂସ୍କାରଧର୍ମୀ ପଦକ୍ଷେପ ନିଆଯିବା ଦରକାର । ହେଲେ, କୌଣସି ରାଜ୍ୟ ସରକାର କିମ୍ବା କୃଷକ ସଂଗଠନର ପରାମର୍ଶ ନ ଲୋଡ଼ି ଆଗତ କୃଷି ଆଇନଗୁଡ଼ିକ ସେହି ଉପଯୁକ୍ତ ସଂସ୍କାରଧର୍ମୀ ପଦକ୍ଷେପ ବର୍ଗ ଅନ୍ତର୍ଭୁକ୍ତ ନୁହଁନ୍ତି ।

ଏହି ନୂତନ ଆଇନଗୁଡ଼ିକ ଯୋଗୁଁ ସେମାନଙ୍କ ସ୍ଥିତି ସଂକଟାପନ୍ନ ହୋଇଯିବ ବୋଲି କୃଷକମାନେ ଆଶଙ୍କା କରୁଛନ୍ତି । ଏହି ଆଇନଗୁଡ଼ିକର ପରିଣାମ ଖରାପ ହେଲେ ସେଥିପାଇଁ ସେ ଦାୟୀ ରହିବେ ବୋଲି କହିବା ପ୍ରଧାନ ମନ୍ତ୍ରୀଙ୍କ ପକ୍ଷରେ ଆଦୌ ସମୀଚୀନ ନୁହେଁ । ଦେଶର କୃଷକମାନେ କୌଣସି ପ୍ରକାର ଖରାପ ପରିଣାମ ଭୋଗିବା ଅବସ୍ଥାରେ ନାହାଁନ୍ତି । ଏହାକୁ ଏକ ସମ୍ମାନର ପ୍ରଶ୍ନ ବୋଲି ଧରି ନେଇ ନିଜ ଜିଦ୍‌ରେ ଅଟଳ ରହିବା ପରିବର୍ତ୍ତେ, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାର ଓ କୃଷକମାନଙ୍କ ପରାମର୍ଶରେ କୃଷକଙ୍କ ହିତସାଧନକାରୀ ନୂତନ ଆଇନ ପ୍ରଣୟନ କରିବା ଉଚିତ । ସରକାର କୃଷକମାନଙ୍କ କଲ୍ୟାଣ ନିମନ୍ତେ ବଦ୍ଧପରିକର ହେଲେ ହିଁ ଦେଶରେ ସବୁଜ ବିପ୍ଳବ ସମ୍ଭବ ହୋଇପାରିବ । ଲାଲ ବାହାଦୁର ଶାସ୍ତ୍ରୀଙ୍କ ଅମଳରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ପ୍ରଚଳିତ ହେବା କାରଣରୁ ଦେଶରେ ସବୁଜ ବିପ୍ଳବର ଅୟମାରମ୍ଭ ହୋଇଥିଲା । ବିଭିନ୍ନ କୃଷି ମଣ୍ଡିରେ ଏବଂ ଭାରତୀୟ ଖାଦ୍ୟ ନିଗମ ଦ୍ବାରା ଫସଲ କ୍ରୟ 2 ବ୍ୟବସ୍ଥା କୃଷକଙ୍କ ପାଇଁ ସହାୟତା ବ୍ୟବସ୍ଥାର ମେରୁଦଣ୍ଡ ସଦୃଶ ହୋଇଥିଲା ଏବଂ ସେ ସମୟରେ ବାସ୍ତବତାର ରୂପ ନେଇଥିଲା । ଦେଶର ଦୁଗ୍‌ଧ ବ୍ୟବସାୟ କ୍ଷେତ୍ରରେ ଶ୍ବେତ ବିପ୍ଳବର ଜନକ ରୂପେ ସୁପରିଚିତ ଭର୍ଗିଜ୍‌ କୁରିଏନ୍‌ଙ୍କ ଦୂରଦୃଷ୍ଟି ଯୋଗୁଁ ଗୋପାଳନ କ୍ଷେତ୍ର 8 ଲକ୍ଷ କୋଟି ଟଙ୍କାର ଶିଳ୍ପରେ ପରିଣତ ହେବା ସହିତ ଗ୍ରାମ୍ୟ ଉନ୍ନୟନ ଦିଗରେ ଅତୁଳନୀୟ ଅବଦାନ ଦେଇପାରିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏବେ ସେହିଭଳି ଦୂରଦୃଷ୍ଟିର ପରିଚୟ ଦେବା ଆବଶ୍ୟକ ।

ନୂତନ ଆଇନଗୁଡ଼ିକ ଯୋଗୁଁ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନିର ପ୍ରବେଶ ପଥ ସୁଗମ୍ୟ ହୋଇଯିବ ଏବଂ ମଣ୍ଡି ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି କୃଷକ ସମାଜ ଆଶଙ୍କା ପ୍ରକାଶ କରୁଛି । ଭାରତୀୟ ଖାଦ୍ୟ ନିଗମ (FCI) ଶସ୍ୟକିଣା ବନ୍ଦ କରିଦେବା ପରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ମଧ୍ୟ ଲୋପ ପାଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଏହି ଆନ୍ଦୋଳନ କେବଳ ଅଳ୍ପ କେତେକ ରାଜ୍ୟରେ ସୀମିତ ରହିଛି ଏବଂ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ବୋଲି ବିଚାର କରିବା ବଦଳରେ ଦେଶକୁ କୃଷି କ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ପାଇଁ କେନ୍ଦ୍ର ସରକାର ଏକ ରଣକୌଶଳ ନିର୍ଦ୍ଧାରଣ କରିବା ଏବଂ ଏହାର ରୂପରେଖ ପ୍ରସ୍ତୁତ କରିବା ଉଚିତ ।

ଗତ ମେ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ, ଅନ୍ତର୍ଜାତୀୟ ବଜାରକୁ ବିଭିନ୍ନ କୃଷିଜାତ ସାମଗ୍ରୀର ରପ୍ତାନୀ ପୂର୍ବରୁ ସେଗୁଡ଼ିକର ଗୁଣାତ୍ମକ ମାନବୃଦ୍ଧି ଦିଗରେ ସହାୟକ ହେବା ନିମନ୍ତେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (NABARD) ଏକ ଲକ୍ଷ କୋଟି ଟଙ୍କାର ପାଣ୍ଠି ଉପଲବ୍‌ଧ କରାଇବ । ‘କିଷାନ ସମ୍ମାନ ନିଧି’ ଯୋଜନା ଅନ୍ତର୍ଗତ କୃଷକମାନଙ୍କ ପାଇଁ ଏହି ବ୍ୟାଙ୍କରେ 1.15 ଲକ୍ଷ କୋଟି ଟଙ୍କା ଜମା କରାଯାଇଛି ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଏହି ପାଣ୍ଠିକୁ ଯଦି ଶୀତଳ ଭଣ୍ଡାର ନିର୍ମାଣ ଭଳି କୃଷି ଭିତ୍ତିଭୂମି ଉନ୍ନୟନ ପାଇଁ ବିନିଯୋଗ କରାଯାଆନ୍ତା, ତେବେ କୃଷକମାନଙ୍କୁ ବେଶ୍‌ ଭଲ ଫାଇଦା ମିଳିପାରନ୍ତା । ଏ କ୍ଷେତ୍ରରେ ଘରୋଇ ଆବଶ୍ୟକତା ଏବଂ ଅନ୍ତର୍ଜାତୀୟ ବଜାରରେ ଉପଲବ୍‌ଧ ସୁଯୋଗକୁ ବିଚାରକୁ ନେଇ ଏକ ତ୍ରୁଟିହୀନ ମୂଳ ଯୋଜନା ପ୍ରଣୟନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ । ଡକ୍‌ଟର ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ କୃଷିଜାତ ସାମଗ୍ରୀର ରପ୍ତାନୀ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦ ଖର୍ଚ୍ଚଭରଣା ନିମନ୍ତେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଲେ ହିଁ ଭାରତୀୟ କୃଷକଙ୍କୁ ଆସନ୍ନ ସଂକଟରୁ ଉଦ୍ଧାର କରିହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.