ETV Bharat / bharat

ଉଛୁଳା ନାଳରେ ଫସିଲେ ଶ୍ରଦ୍ଧାଳୁ, ଆଡଭେଞ୍ଚର ଟିମ କଲା ଉଦ୍ଧାର - ହୁଲ୍ଲି ନାଳରେ ବନ୍ୟା

ଉଛୁଳା ନାଳରେ ଫସିଲେ ଶ୍ରଦ୍ଧାଳୁ । ଆଡଭେଞ୍ଚର ଟିମ କଲା ଉଦ୍ଧାର । ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ । 22 ଜଣ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଥିଲା ।

ଫଟୋ ସୌଜନ୍ୟ: ଇଟିିଭି ଭାରତ ବ୍ୟୁରୋ
author img

By

Published : Aug 13, 2019, 5:15 PM IST

ଡେରାଡୁନ: ବର୍ଷା ବିତ୍ପାତ କାରଣରୁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ମୃତାହତଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ବକୁ ପହଞ୍ଚିଲାଣି । ସେପଟେ ସୋମବାର ମଣିମହେଶ ଯାତ୍ରାରେ ଯାଇଥିବା 22 ଜଣ ଶ୍ରଦ୍ଧାଳୁଙ୍କୁ ଏକ ନାଳ ମଧ୍ୟରୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଚାମ୍ବା ଜିଲ୍ଲାର ଲାହୌଲ ଓ ସ୍ପିତି ମଧ୍ୟରେ ଥିବା ମଣିମହେଶଙ୍କ ପୀଠକୁ 22 ଜଣିଆ ଦଳ ଯାତ୍ରାରେ ବାହାରିଥିଲେ । ଏହି ସ୍ଥାନକୁ ଯିବାକୁ ହେଲେ ହୁଲ୍ଲି ନାଳ ପାରି ହୋଇ ଯିବାକୁ ହୋଇଥାଏ । ଏହି 22 ଜଣିଆ ଦଳ ହୁ୍ଲ୍ଲି ନାଳ ପାରି ହେଇ ଯାଉଥିବା ସମୟରେ ନାଳରେ ଜଳସ୍ତର ବୃଦ୍ଧି ପାଇଥିଲା । ଉପର ମୁଣ୍ଡରେ ବରଫ ତରଳିବାରୁ ଏହି ଜଳ ସ୍ତର ବୃଦ୍ଧି ପାଇଥିଲା ।

ଫଳରେ ସେହି 22 ଜଣିଆ ଦଳ ହୁଲ୍ଲି ନାଳ ମଧ୍ୟରେ ଫସି ରହିଯାଇଥିଲେ । ତେବେ ଏ ସମ୍ପର୍କରେ ଜାଣିବା ପରେ ଆଡ଼ଭେନଚର ଏଜେନ୍ସିର ଏକ ଟିମ ସେମାନଙ୍କୁ ଉଦ୍ଧାର କରିଥିଲା ।

ସୂଚନାଯୋଗ୍ୟ ଏହି ସ୍ଥାନକୁ ଯିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ତେବେ ଏହି ବ୍ୟବସ୍ଥା ଆରମ୍ଭ ପୁର୍ବରୁ ଶ୍ରଦ୍ଧାଳୁମାନଙ୍କ ଲମ୍ବା ଲାଇନ ଲାଗିଲାଣି । ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ବାହାରୁଛନ୍ତି । ଦେଶର କୋଣଅନୁକୋଣରୁ ଏହି ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ।

ଏହି ମଣିମହେଶ ନିକଟକୁ ଯିବାପାଇଁ ଅତ୍ୟନ୍ତ ଦୁର୍ଗମ ରାସ୍ତା ଦେଇ ଚାଲିଚାଲି ଯିବାକୁ ହୋଇଥାଏ । ତେବେ ଏହି 22 ଜଣିଆ ଦଳ ରାସ୍ତା ଦେଇ ହୁଲ୍ଲି ନାଳ ପାରି ହେଉଥିବା ସମୟରେ ନାଳର ଜଳସ୍ତର ବଢିବାରେ ସେଥିରେ ଫଶି ଯାଇଥିଲେ ।
ଏନେଇ ମଣିମାହେଶ୍ବର ଆଡଭେଞ୍ଚର ଏଜେନ୍ସିର ନିର୍ଦେଶକ ଶ୍ରବଣ କୁମାର କହିଛନ୍ତି କି ଆମର ଏକ ଟିମ ଏହି ଗ୍ରୁପକୁ ମଣିମାହେଶ୍ବର ବୁଲାଇବା ସହିତ ଏହା ସମ୍ପର୍କରେ କହିଆସୁଥିଲେ । ତେବେ ବୁଲିବା ସମୟରେ ଏଭଳି ଅଘଟଣ ଘଟିଥିଲା ବୋଲି ସେ କହିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.