ETV Bharat / bharat

ସାମାଜିକ ବାସନ୍ଦ ପରେ ସପରିବାର ଇଚ୍ଛାମୃତ୍ୟୁ ଆବେଦନ - ଇଚ୍ଛା ମୃତ୍ୟୁ ଆବେଦନ

ଆନ୍ଧ୍ରପ୍ରଦେଶ ଅଙ୍ଗୋଲ ଜିଲ୍ଲା ରାମଚନ୍ଦ୍ରପୁରମରରେ ସାମାଜିକ ବାସନ୍ଦ ସହିନପାରି ପରିବାର ସହ ଇଚ୍ଛାମୃତ୍ୟୁ ଆବେଦନ କରି ଚିଠି ଲେଖିଲେ ଏମପିଟିସିର ପୂର୍ବତନ ସଦସ୍ୟ ।

ସାମାଜିକ ବାଛନ୍ଦ ପରେ ପରିବାର ସହ ଇଚ୍ଛା ମୃତ୍ୟୁ ଆବେଦନ

author img

By

Published : Sep 4, 2020, 5:27 PM IST

ଅମରାବତୀ: ସାମାଜିକ ବାସନ୍ଦ ସହିନପାରି ପରିବାର ସହ ଇଚ୍ଛାମୃତ୍ୟୁ ଆବେଦନ କରି ଚିଠି ଲେଖିଲେ ଏମପିଟିସିର ପୂର୍ବତନ ସଦସ୍ୟ । ଆନ୍ଧ୍ରପ୍ରଦେଶ ଅଙ୍ଗୋଲ ଜିଲ୍ଲା ରାମଚନ୍ଦ୍ରପୁରମର କୋଡୁରୀ ଭେଙ୍କଟେଶ୍ବରଲୁ ଏମପିଟିସିର ପୂର୍ବତନ ସଦସ୍ୟ ରହିଛନ୍ତି । ଗ୍ରାମର ଏକ ଜମି ପାଇଁ ପାସବୁକ ତିଆରି କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ପଚାରାଉଚାରା କରାଯାଇଥିଲା। ସେବେଠାରୁ ଗାଁଲୋକ ତାଙ୍କୁ ବାସନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ କିଛି ଲୋକ ଗତ ବର୍ଷ ଭେଙ୍କଟେଶ୍ବରଲୁଙ୍କ ପରିବାରର ଡଙ୍ଗା, ଜାଲ ଏବଂ ଇଞ୍ଜିନ ମଧ୍ୟ ତାଙ୍କଠାରୁ ଛଡାଇ ନେଇଛନ୍ତି।

ସାମାଜିକ ବାଛନ୍ଦ ପରେ ପରିବାର ସହ ଇଚ୍ଛା ମୃତ୍ୟୁ ଆବେଦନ
ସାମାଜିକ ବାଛନ୍ଦ ପରେ ପରିବାର ସହ ଇଚ୍ଛା ମୃତ୍ୟୁ ଆବେଦନ

ଏହାପରେ ଜିଲ୍ଲା ସ୍ତରର ଅଧିକାରୀମାନେ ଗାଁରେ ବୈଠକ କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। କିନ୍ତୁ ଏହାର କୌଣସି ଫଳାଫଳ ବାହାରିନଥିଲା । ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନଥିଲା। ସେପଟେ ଭେଙ୍କଟେସ୍ବରଲୁ ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ପୋଲିସକୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ତାହା ମଧ୍ୟ ସଫଳ ହୋଇନଥିଲା। ଭେଙ୍କଟେଶ୍ବରଲୁଙ୍କ ସାନପୁଅ ରାଜୁ କିଛି ଦିନ ତଳେ ଗାଁରେ ରହିବାକୁ ଯାଇଥିଲେ । ହେଲେ ଗାଁ ଲୋକେ ତାଙ୍କୁ ଆକ୍ରମଣ କରିଥିଲେ। ସେହି ଦିନ ସେ ଭେଟ୍ଟାପଲେମ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି। ତେବେ ପରିବାର ପୋଷଣ ପାଇଁ ତାଙ୍କର ମାଛ ଧରିବାକୁ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିବା ଭେଙ୍କଟେଶ୍ବରଲୁ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ତାଙ୍କ ବାପା, ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବା ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛନ୍ତି। ସେପଟେ ଏହି ପରିବାରର ଛୋଟ ଝିଅ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଚିଠି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.