ETV Bharat / bharat

ଦିଲ୍ଲୀ ଚିଡିଆଖାନାରେ ଧଳା ବାଘୁଣୀର ମୃତ୍ୟୁ, ଆସିଲା କୋରୋନା ଟେଷ୍ଟିଂ ରିପୋର୍ଟ

ବୁଧବାର ଦିଲ୍ଲୀ ପ୍ରାଣୀ ଉଦ୍ୟାନରେ ପ୍ରାଣ ହରାଇଥିବା ବାଘୁଣିର ନମୁନା କୋରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଅଧିକ ପଢନ୍ତୁ...

coronavirus
ଦିଲ୍ଲୀ ଚିଡିଆଖାନାରେ ଧଳା ବାଘୁଣୀର ମୃତ୍ୟୁ, ଆସିଲା କୋରୋନା ଟେଷ୍ଟିଂ ରିପୋର୍ଟ
author img

By

Published : Apr 24, 2020, 11:27 PM IST

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ପ୍ରାଣୀ ଉଦ୍ୟାନରେ ପ୍ରାଣ ହରାଇଥିବା ବାଘୁଣୀର ନମୁନା କୋରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଏହି ପ୍ରସିଦ୍ଧ ଧଳା ବାଘୁଣୀ 'କଳ୍ପନା'ର ବୃକକ୍ ସମସ୍ୟା କାରଣରୁ ମୃତ୍ୟୁ ହୋଇଥିବା ବେଳେ ଏହାର କୋରୋନା ରିପୋର୍ଟ ନେଗେଟିଭ ରହିଛି । ଯାହା ଗୋଟିଏ ପଟେ ଏକ ଆଶ୍ବସ୍ତିକର ଖବର ।

ପରିବେଶ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଧଳା ବାଘୁଣୀ କଳ୍ପନା ବୃକକ୍ ବିଫଳତା ଏବଂ ବୃଦ୍ଧାବସ୍ଥା ସହ ଜଡିତ ଅନ୍ୟ ଜଟିଳତା ରୋଗ କାରଣରୁ ପ୍ରାଣ ହରାଇଛି । ଏଥିରେ କୁହାଯାଇଛି ଯେ କୋଭିଡ -19 ହେତୁ ତାର ମୃତ୍ୟୁ ସନ୍ଦେହ କରିବାର କୌଣସି ଲକ୍ଷଣ କିମ୍ବା ବାହ୍ୟ କାରକ ମିଳିନାହିଁ ।

ତେବେ, କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ (CZA) ପରାମର୍ଶଦାତାଙ୍କ ଅନୁଯାୟୀ, ସମସ୍ତ ଜୈବ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପରେ ତାଙ୍କ ନମୁନା ସଂଗ୍ରହ କରାଯାଇ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ (IVRI) କୁ ପଠାଯାଇଛି । ଏହା ପରେ, IVRI ନିଶ୍ଚିତ କରିଛି ଯେ କୋଭିଡ -19 ସଂକ୍ରମିତ ହୋଇନଥିଲା ମୃତ ବାଘୁଣୀ ।

13 ବର୍ଷୀୟ ବାଘ କଳ୍ପନାର ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି । କୋରୋନା ଭାଇରସ୍ ବିସ୍ତାର ପରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଟାଇଗର ମୃତଦେହକୁ ଦାହ କରିବା ସମୟରେ କେବଳ କିଛି ଅଧିକାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.