ETV Bharat / bharat

ଜେଏନୟୁ ବିବାଦ: 'କୁଳପତିଙ୍କୁ ବହିଷ୍କୃତ ସମସ୍ୟାର ସମାଧାନ ନୁହେଁ'

author img

By

Published : Jan 9, 2020, 8:58 PM IST

ଜେଏନୟୁ କୁଳପତି ଏମ ଜଗଦିଶ କୁମାରଙ୍କ ବହିଷ୍କାର ସମସ୍ୟାର ସମାଧାନ ନୁହେଁ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବ  ଅମିତ ଖାରେ କହିଛନ୍ତି ।

hrd secy on jnu issue
ଫାଇଲ ଫଟୋ

ନୂଆଦିଲ୍ଲୀ: ଜେଏନୟୁ କୁଳପତି ଏମ ଜଗଦିଶ କୁମାରଙ୍କ ବହିଷ୍କାର ଦାବିରେ ଛାତ୍ରଙ୍କ ପ୍ରଦର୍ଶନ ଜାରି ରହିଛି । ସେପଟେ କୁଳପତିଙ୍କ ବରଖାସ୍ତ ସମସ୍ୟାର ସମାଧାନ ନୁହେଁ ବୋଲି ରୋକଠୋକ ଶୁଣାଇଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ । ଛାତ୍ରଙ୍କ ଦାବିକୁ ନେଇ ଶୁକ୍ରବାର କୁଳପତିଙ୍କ ସହ ମନ୍ତ୍ରାଳୟର ଅଧିକାରୀ ଆଲୋଚନା କରିବେ । ଏହାପରେ ସେମାନେ ଛାତ୍ରସଂଘ ସହ ମଧ୍ୟ ଆଲୋଚନା କରିବେ ଏବଂ ଏନେଇ କୌଣସି ସମାଧାନ ବାହାର କରିବେ ବୋଲି ଏଚଆରଡି ମନ୍ତ୍ରଣାଳୟ ସଚିବ ଅମିତ ଖାରେ କହିଛନ୍ତି ।

ଏଚଆରଡି ମନ୍ତ୍ରଣାଳୟର କିଛି ଅଧିକାରୀ ଆଜି ଜେଏନୟୁ ପ୍ରତିନିଧି ଏବଂ ଛାତ୍ର ସଂଘ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ପରେ ଅମିତ ଖାରେ କହିଛନ୍ତି, ଗତ କିଛି ଦିନରେ ଯାହା ବି କିଛି ଘଟିଛି ତାହା ଅତ୍ୟନ୍ତ ଦୁଃଖଦ । ଜେଏନୟୁ ପ୍ରଶାସନ ବିରୋଧରେ ଛାତ୍ରଙ୍କର କିଛି ଅଭିଯୋଗ ରହିଛି । ଅଧ୍ୟାପକଙ୍କର ମଧ୍ୟ ପ୍ରଶାସନ ବିରୋଧରେ କିଛି ଅଭିଯୋଗ ଅଛି । ଆମେ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛୁ ।

ସେପଟେ ଏହି ବୈଠକ ପରେ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷ ଆଇଶି ଘୋଷ ନିଜ ଜିଦରେ ଅଟଳ ରହିଛନ୍ତି । କୁଳପତିଙ୍କୁ ବରଖାସ୍ତ ନକରିବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ ବୋଲି ସେ କହିଛନ୍ତି । ଏହା ସହିତ ଆଲୋଚନା ପାଇଁ ମନ୍ତ୍ରାଳୟକୁ କ୍ୟାମ୍ପସ ଆସିବାକୁ ପଡିବ ବୋଲି ଆଇଶି କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.