ETV Bharat / bharat

ଦଶ ଲକ୍ଷରୁ ଅଧିକ ଡାଉନଲୋଡ୍, ଟପରେ ରିଲାଏନ୍ସ ଜିଓମାର୍ଟ - ରିଲାଏନ୍ସ ଜିଓମାର୍ଟ

ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରେ ଏହା ଟପ୍ ସ୍ଥାନରେ ରହିଛି ରିଲାଏନ୍ସ ଜିଓମାର୍ଟ । ନିକଟରେ ରିଲାଏନ୍ସ କମ୍ପାନୀର ଚେୟାରମେନ ମୁକେଶ ଅମ୍ବାନୀ ଏହା ସମ୍ପର୍କରେ ଘୋଷଣା କରିଥିଲେ । ଅଧିକ ପଢନ୍ତୁ...

ଲକ୍ଷରୁ ଅଧିକ ଡାଉନଲୋଡ୍, ଟପରେ ରିଲାଏନ୍ସ ଜିଓମାର୍ଟ

author img

By

Published : Jul 24, 2020, 4:09 PM IST

ହାଇଦ୍ରାବାଦ: ଡେବ୍ୟୁର କିଛି ଦିନ ମଧ୍ୟରେ ରିଲାଏନ୍ସ ଜିଓମାର୍ଟ ପ୍ଲାଟଫର୍ମକୁ ସଫଳତା ମିଳିଛି । ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋରରେ ଏହା ଟପ୍ ସ୍ଥାନରେ ରହିଛି । ଏବେ ସୁଦ୍ଧା ଏହାକୁ ପ୍ରାୟ 10 ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇସାରିଛି । ଖବର ଅନୁସାରେ ବର୍ତ୍ତମାନ ଏହି ସପିଂ ପ୍ଲାଟଫର୍ମକୁ ଦେଶବ୍ୟାପୀ ପ୍ରତିଦିନ 2.5 ଲକ୍ଷରୁ ଅଧିକ ଅର୍ଡର ମିଳୁଛି । ଏହାସହ ଲଗାତାର ଏହି ସଂଖ୍ୟା ବଢିବାରେ ଲାଗିଛି ।

ନିକଟରେ ରିଲାଏନ୍ସ କମ୍ପାନୀର ଚେୟାରମେନ ମୁକେଶ ଅମ୍ବାନୀ ଏହା ସମ୍ପର୍କରେ ଘୋଷଣା କରିଥିଲେ । କମ୍ପାନୀର ଏଜିଏମ ବୈଠକରେ ଏହା ସମ୍ବନ୍ଧରେ ପ୍ରକାଶ କରିଥିଲେ ମୁକେଶ । ବିଟା ମୋଡର ଏହି ଆପ୍ 200ଟି ସହରରେ ଲଞ୍ଚ ହୋଇଥିଲା । ଆରମ୍ଭରୁ ହିଁ ଏହାର ଚାହିଦା ବଢିଥିଲା ଏବଂ ପ୍ରତିଦିନ ଏହା ମୋଟ୍ 2 ଲକ୍ଷ 50 ହଜାର ଆର୍ଥିକ କାରବାର କରୁଥିବା ସେ ସୂଚନା ଦେଇଥିଲେ । ଏବେ ଦେଶର ପ୍ରତି କୋଣରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛି ବୋଲି ଅମ୍ବାନୀ କହିଥିଲେ । ଆଗାମୀ ଦିନରେ ଏଥିରେ ସମସ୍ତ ପ୍ରକାର ସାମଗ୍ରୀ ମିଳିବ । ଫ୍ୟାସନ, ଇଲେକ୍ଟ୍ରୋନିକ୍ସ, ମେଡିସିନ୍ ପ୍ରଭୃତି ସେକ୍ଟରର ପ୍ରଡକ୍ଟ ଏଥିରେ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଆଗାମୀ ଦିନରେ ଦେଶର ସମସ୍ତ ସହରରେ ଏହାକୁ ଖୋଲିବା ପାଇଁ ଯୋଜନା କରାଯାଇଛି ।

ଲଞ୍ଚ ହେବାର ଅଳ୍ପ ଦିନ ମଧ୍ୟରେ ଜିଓମାର୍ଟକୁ 10 ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି । ଗୁଗଲ ଓ ଆପଲ୍ ଆପ୍ ଷ୍ଟୋରରେ ଏହା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ପେମେଣ୍ଟ ଅପସନ ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଜିଓମାର୍ଟ ସୋଡେକ୍ସୋ ମିଲ୍ କୁପନ ଯୋଡିଛି । ଇ କମର୍ସ ବ୍ୟବସାୟ କ୍ଷେତ୍ରରେ ଏହା ରିଲାଏନ୍ସର ଡେବ୍ୟୁ ବୋଲି କୁହାଯାଉଛି । ଜିଓମାର୍ଟ ଖୋଲି ଏହା ଆମାଜନ୍, ଫ୍ଲିପକାର୍ଟ ଭଳି ସଂସ୍ଥାକୁ କଡା ଟକ୍କର ଦେଇଛି । ସ୍ବଦେଶୀ କୌଶଳରେ ତିଆରି ହୋଇଥିବାରୁ ଏହାର ଚାହିଦା ପ୍ରଥମରୁ ବଢିବାରେ ଲାଗିଛି । ଏହାଦ୍ବାରା ଗ୍ରାହକମାନେ ନିଜ ଅଞ୍ଚଳରେ ଥିବା ଲୋକାଲ ଗ୍ରୋସରୀ ଦୋକାନରୁ ବିଭିନ୍ନ ସାମଗ୍ରୀ ଅର୍ଡର କରିପାରିବେ । ହ୍ବାଟ୍ସ ଆପ୍ ଦ୍ବାରା ଦୋକାନୀ ଏବଂ ଗ୍ରାହକଙ୍କୁ ଏହା ଯୋଡିବାରେ ସାହାଯ୍ୟ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.