ମୁମ୍ବାଇ: କୋରୋନା ମହାମାରୀର ମୁକାବିଲା ପାଇଁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 5ଶହ କୋଟି ଟଙ୍କା ପ୍ରଦାନ କରିବାରୁ ପ୍ରତିଶ୍ରୁତି ଦେଇଛି । ସେହିପରି କୋରୋନା ପାଇଁ ତୃଣମୂଳ ସ୍ତରରେ ନିଜର କାର୍ଯ୍ୟ ଜାରିରଖିଥିବା କଥା ଇଣ୍ଡଷ୍ଟ୍ରିଜ ପକ୍ଷରୁ ପ୍ରକାଶ କରାଯାଇଛି ।
ଦେଶରେ କୋରୋନା ଏକ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ 21 ଦିନ ପାଇଁ ଲକ ଡାଉନ କରିବାକୁ ଆହ୍ବାନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସହାୟତା ପ୍ରଦାନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ସଂଗୃହୀତ ଅର୍ଥ କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯିବ ।
ଅନ୍ୟପକ୍ଷରେ ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 1071 ରହିଛି । ସେହିପରି କୋରୋନାରେ 30 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100 ଜଣ ଲୋକ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଉଲ୍ଲେଖ କରିଛି ।
@ANI