ETV Bharat / bharat

କ୍ୟାନ୍ସରରେ ହାରିଗଲା ଅଣ୍ଡରଓ୍ବାର୍ଲଡ ଡନ ମୁଥପ୍ପା ରାୟ

author img

By

Published : May 15, 2020, 1:15 PM IST

ବେଙ୍ଗାଲୁରୁର ଅଣ୍ଡରଓ୍ବାର୍ଲଡ ଡନ ଏନ ମୁଥପ୍ପା ରାୟର ପରଲୋକ । 30 ବର୍ଷ ଧରି ମୁଥପ୍ପା ବେଙ୍ଗାଲୁରୁର ଅଣ୍ଡରଓ୍ବାର୍ଲଡ ଦୁନିଆରେ ରାଜୁତି କରିଥିବା ମୁଥପ୍ପା ରାୟ ଅନେକ କନ୍ନଡ ଚଳଚିତ୍ରରେ ଅଭିନୟ କରିଛି । ଅଧିକ ପଢନ୍ତୁ...

ଅଣ୍ଡରଓ୍ବାର୍ଲଡ ଡନ ମୁଥପ୍ପା ରାୟର ପରଲୋକ
ଅଣ୍ଡରଓ୍ବାର୍ଲଡ ଡନ ମୁଥପ୍ପା ରାୟର ପରଲୋକ

ବେଙ୍ଗାଲୁରୁ: ଅଣ୍ଡରଓ୍ବାର୍ଲଡ ଦୁନିଆର ଜଣାଶୁଣା ଚେହେରା ତଥା ବେଙ୍ଗାଲୁରୁର ଡନ ଏନ ମୁଥପ୍ପା ରାୟର ପରଲୋକ । କ୍ୟାନସରରେ ପିଡୀତ 68 ବର୍ଷୀୟ ମୁଥପ୍ପା ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଛି । ଦୀର୍ଘ 30 ବର୍ଷ ଧରି ମୁଥପ୍ପା ବେଙ୍ଗାଲୁରୁର ଅଣ୍ଡରଓ୍ବାର୍ଲଡ ଦୁନିଆରେ ରାଜୁତି କରିଛି ।

ଦକ୍ଷିଣ କନ୍ନଡର ପୁଟ୍ଟୁର ସହରରେ ଜନ୍ମିତ ମୁତପ୍ପା ରାୟ ଖୁବ ଅଳ୍ପ ବୟସରୁ ଅଣ୍ଡରଓ୍ବାର୍ଲଡ ଜଗତରେ ପଦ ଥାପିଥିଲା । ହତ୍ୟା ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ କର୍ଣ୍ଣାଟକ ପୋଲିସ ପକ୍ଷରୁ ମୁଥପ୍ପା ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା ।

2002ରେ ରାୟ ସଂଯୁକ୍ତ ଆରବ ଏମିରେଟରୁ ଭାରତକୁ ନିର୍ବାସିତ ହୋଇଥିଲା | ଏଠାରେ ପହଞ୍ଚିବା ପରେ ତାକୁ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା (ସିବିଆଇ), ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ କର୍ଣ୍ଣାଟକ ପୋଲିସ ପଚରାଉଚରା କରିଥିଲେ। ପରେ ପ୍ରମାଣ ଅଭାବରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା।

ଅଣ୍ଡରଓ୍ବାର୍ଲଡ ଡନ ରାୟ 2011 ରେ ତୁଲୁ ଚଳଚ୍ଚିତ୍ର 'କାଞ୍ଚିଲଡା ବାଲେ' ଏବଂ 2012ରେ କନ୍ନଡ ଚଳଚ୍ଚିତ୍ର 'କାଟାରୀ ଭେରା ସୁରସୁନ୍ଦରଙ୍ଗୀ'ରେ ଅଭିନୟ କରିଛନ୍ତି। ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ରାୟଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ବିବେକ ଓବରାଏଙ୍କୁ ନେଇ ବେଙ୍ଗାଲୁରୁ, ମାଙ୍ଗାଲୁରୁ, ମୁମ୍ବାଇ, ଦୁବାଇ ଏବଂ ଲଣ୍ଡନରେ ସୁଟିଂ କରାଯାଇଥିଲା। ତେବେ ଏଯାଏଁ ଏହା ରିଲିଜ୍ ହୋଇନାହିଁ।

କେବଳ ଏତିକି ନୁହେଁ ମୁଥପ୍ପା କର୍ଣ୍ଣାଟକରେ ଏକ ଚାରିଟେବୁଲ ଟ୍ରଷ୍ଟ ମଧ୍ୟ ନିର୍ମାଣ କରିଥିଲା । ତେବେ ଶୁକ୍ରବାର ବିଡାଡିରେ ମୁଥପ୍ପାର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.