ହାଇଦ୍ରାବାଦ: ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲମି ବାହାର କରିଛି ନିଜର ପ୍ରଥମ ସ୍ମାର୍ଟୱାଚ୍ । ସ୍ମାର୍ଟଫୋନ ପରେ ଏବେ ୱାଚ୍ କାରବାର ଆଡେ ମୁହାଁଇଛି ରିଅଲମି । ଲାଇଫଷ୍ଟାଇଲ ଟେକ୍ ମାର୍କେଟରେ ବିଭିନ୍ନ କ୍ୟାଟେଗୋରୀରେ ନୂଆ ଉତ୍ପାଦ ବାହାର କରିବା ଆରମ୍ଭ କରିଛି କମ୍ପାନୀ ।
ଲୋକଙ୍କ ପାଇଁ ଲକଡାଉନରେ ଅଧିକ ଫିଚର ଥିବା ସ୍ମାର୍ଟଫୋନ କମ ଦାମରେ ଉପଲବ୍ଧ କରିବା ପରେ ଏବେ ଏକ ନୂଆ ୱାଚ୍ ଆଣିଛି କମ୍ପାନୀ । ଏହାର ନାମ ରହିଛି ରିଲଅମି ୱାଚ୍ । ଏହି ସ୍ମାର୍ଟୱାଚ୍ ହେଉଛି କମ୍ପାନୀର ପ୍ରଥମ ଘଡି ଯାହା ସ୍କୋୟାର ସ୍କ୍ରିନ 1.4 ଇଞ୍ଚ ଏଲସିଡି ଡିସପ୍ଲେ ରହିଛି ।
ସ୍ମାର୍ଟୱାଚ୍ ଦ୍ବାରା ଯାହା ହୋଇପାରିବ ସେପରି ସମସ୍ତ ଫିଚର ଏହି ଘଡିରେ ଅଛି । ଏଥିରେ ଆପଣଙ୍କୁ ମୋବାଇଲ ନୋଟିଫିକେସନ ଆସିବା ସହ ଗୀତ କଣ୍ଟ୍ରୋଲ କରିପାରିବେ ଏବଂ ଫୋନ କଲ ଆସିପାରିବ । ଏହାଦ୍ବାରା ଆପଣ ନିଜର ଶରୀରର ସମସ୍ତ ତଥ୍ୟ ମଧ୍ୟ ପାଇପାରିବେ ।
ଏହି ଘଡି ନର୍ମାଲ ମୋଡ୍ କରିଲେ 7ରୁ 9 ଦିନ କାର୍ଯ୍ୟକ୍ଷମ କରିବ । ସେହିପରି ପାୱାର ସେଭିଙ୍ଗ ମୋଡରେ ଏହା 20 ଦିନ ପର୍ଯ୍ୟନ୍ତ କାମ କରିବ । ଏନେଇ ଚାଇନିଜ କମ୍ପାନୀ ରିଅଲମି ନିଜ ଟ୍ବିଟରରେ ସୂଚା ଦେଇଛି । ପ୍ରକାଶ ଥାଉ କି ନିକଟରେ ରିଅଲମି ନୂଆ ସ୍ମାର୍ଟଫୋନ ନାର୍ଜୋ 10ଏ ବାହାର କରିଥିଲା ଯାହାକୁ ଫ୍ଲିପକାର୍ଟ୍ ଦ୍ବାରା ଅନେକ ଲୋକ କିଣିଥିଲେ । ଅଧିକ ଫିଚର ସହ ଏହା ମାତ୍ର 8999 ଟଙ୍କାରେ ଉପଲବ୍ଧ ଥିଲା ।