ETV Bharat / bharat

ବିଶ୍ବ ଶକ୍ତିର ନୂଆ ସମୀକରଣ: ଆମେ ଏକ ଦୁଇ ଶକ୍ତି ମୁହାଁ ବିଶ୍ବ ଆଡ଼କୁ ଯାଉଛେ କି ? - Are we Heading for a Bipolar World

ଆଚଲ ମାଲହୋତ୍ରା, ପୂର୍ବତନ କୂଟନୀତିଜ୍ଞ, ଜେନେଭାସ୍ଥିତ ଜାତିସଂଘରେ WHO,WIPO, ILO ପାଇଁ କାମ କରୁଥିଲେ ।କୋଭିଡ ପୂର୍ବ ସମୟରେ ବିଶ୍ବର ବୃହତ୍ ଶକ୍ତିଙ୍କ ମଧ୍ୟରେ ସୃଷ୍ଟି ନୂଆ ସମୀକରଣ ନେଇ ଯେଉଁ ଅସ୍ପଷ୍ଟ ଚିତ୍ର ରହିଥିଲା ତାହା କ୍ରମଶଃ ଏବେ ପୂର୍ବାପେକ୍ଷା ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ବିଶ୍ବ ଶକ୍ତିମାନଙ୍କୁ ନେଇ ଧୃବିକରଣ ହେବା ସହ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି ହେଉଛି ।

Realignment of Global Forces
ଆମେ ଏକ ଦୁଇ ଶକ୍ତି ମୁହାଁ ବିଶ୍ବ ଆଡ଼କୁ ଯାଉଛେ କି ?
author img

By

Published : Jul 26, 2020, 7:20 AM IST

ଆଚଲ ମାଲହୋତ୍ରା, ପୂର୍ବତନ କୂଟନୀତିଜ୍ଞ, ଜେନେଭାସ୍ଥିତ ଜାତିସଂଘରେ WHO,WIPO, ILO ପାଇଁ କାମ କରୁଥିଲେ ।କୋଭିଡ ପୂର୍ବ ସମୟରେ ବିଶ୍ବର ବୃହତ୍ ଶକ୍ତିଙ୍କ ମଧ୍ୟରେ ସୃଷ୍ଟି ନୂଆ ସମୀକରଣ ନେଇ ଯେଉଁ ଅସ୍ପଷ୍ଟ ଚିତ୍ର ରହିଥିଲା ତାହା କ୍ରମଶଃ ଏବେ ପୂର୍ବାପେକ୍ଷା ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ବିଶ୍ବ ଶକ୍ତିମାନଙ୍କୁ ନେଇ ଧୃବିକରଣ ହେବା ସହ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି ହେଉଛି । ଅତି ସଂକ୍ଷେପରେ ପୁରୁଣା କଥାକୁ ଦୋହରାଇଲେ 1991ରେ ମିଳିତ ସୋଭିଏତ ସଂଘର ବିଭାଜନ ପରେ ଏହାର ଫଳ ସ୍ବରୁପ ଶୀତଳ ଯୁଦ୍ଧର ଅବସାନ ହୋଇଥିଲା ଏବଂ ୟୁରୋପ ଓ ତାର ମିତ୍ର ରାଷ୍ଟ୍ର ସମର୍ଥନରେ ଯୁକ୍ତରାଷ୍ଟ୍ର ଆମେରିକା ଥିଲା ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର।

ୟୁନିପୋଲାର ବିଶ୍ବର ନେୃତ୍ବତ୍ବ ନେଉଥିଲା ଆମେରିକା। ବର୍ତ୍ତମାନ ଅର୍ଥନୀତି ଏବଂ ସାମରିକ ଶକ୍ତିର ଦୃଢ ସାମର୍ଥ୍ୟ ହାସଲ କରିଥିବା ଚୀନ୍ ସେ ସମୟରେ ଶୈଶବ ଅବସ୍ଥାରେ ଥିଲା। ଅନ୍ୟ ପକ୍ଷରେ ଭାରତ ଜଗତୀକରଣ ଏବଂ ସାମଗ୍ରିକ ଅର୍ଥନୈତିକ ବିକାଶ ସାଙ୍ଗକୁ ସାରା ବିଶ୍ବ ସହିତ ନୂଆ ସମ୍ପର୍କରେ ଯୋଡି ହୋଇ ଆଧୁନିକ ବିଶ୍ବରେ ନିଜର ସ୍ଥାନ ହାସଲ କରିବାର ପ୍ରୟାାସ ଆରମ୍ଭ କରି ସାରିଥିଲା। ସୋଭିଏତ ପରବର୍ତ୍ତୀ ସମୟ ସୋଭିଏତ ପରବର୍ତ୍ତୀ ସମୟରେ ଅନେକ କିଛି ଘଟିଥିଲା, ଯେଉଁ ସମୟରେ କି ବିଶ୍ବରେ ଅନେକ ଶକ୍ତିର ସୃଷ୍ଟି ସମ୍ଭାବନା ଉଜ୍ଜଳ ହୋଇଥିଲା।

ଚୀନ୍,ରୁଷିଆ, ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ଆଦି ନୂଆ ନୂଆ ଅର୍ଥନୈତିକ ଶକ୍ତିସମୃଦ୍ଧ ହେଉଥିବା ବିକାଶଶୀଳ ରାଷ୍ଟ୍ରଗୁଡିକର ବିଶ୍ବରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଆରମ୍ଭ କରିଥଲେ। ବିଭିନ୍ନ କାରଣରୁ ସାରା ବିଶ୍ବ ଏ ନୂଆ ରାସ୍ତାରେ ଯିବା ଆରମ୍ଭ କରିଥିଲା।

ଏ ପରିପ୍ରେକ୍ଷୀରେ କିଛି ଦିଗ ଉପରେ ନିମ୍ନରେ ଆଲୋଚନା କରିବା :ଆମେରିକା/ୟୁରୋପ-ରୁଷିଆ ମଧ୍ୟରେ ଖରାପ ସମ୍ପର୍କ : ଚୀନ୍ ଆଡକୁ ଢଳିଲା ରୁଷିଆ ସୋଭିଏତ ସଂଘର ବିଦାୟ ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘ ଖାଳି ପଡିଥିବା ଏହି ସ୍ଥାନ ପୂରଣ ପାଇଁ ସେମାନଙ୍କର ରାଜନୈତିକ ଆଦର୍ଶ, ଅର୍ଥନୈତିକ ଏବଂ ସାମରିକ ଉଦ୍ଦେଶ୍ୟକୁ ଲକ୍ଷ୍ୟ ରଖି ନିଜ ନିଜ ନୀତିରେ ଅଗ୍ରସର ହେଲେ। ସେମାନେ ଚାହିଁଲେ, ନବଗଠିତ ସ୍ବାଧୀନ ରାଷ୍ଟ୍ରମାନଙ୍କୁ ନେଇ ୟୁରୋ-ଆଟଲାଣ୍ଚିକ ଢାଞ୍ଚାରେ ଏକ ମେଣ୍ଟ ଗଠନ କରିବା।

କାସପିଆନ ଏବଂ କେନ୍ଦ୍ର ଏସିଆରେ ଥିବା ପ୍ରଚୁର ଶକ୍ତି ସମ୍ବଳ ଉପରେ ସମସ୍ତଙ୍କର ବିଶେଷ କରି ୟୁରୋପର ନଜର ଥିଲା। କାରଣ ଏହାଦ୍ବାରା ରୁଷୀୟ ମହାସଂଘ ଉପରେ ୟୁରୋପକୁ ଅଧିକ ନିର୍ଭର ହେବାକୁ ପଡିବ ନାହିଁ। ପୂର୍ବରେ ୟୁରୋପୀୟ ସଂଘର ବିସ୍ତାର ଏବଂ ନାଟୋର ଉପସ୍ଥିତିକୁ ରୁଷିଆ ରାଷ୍ଟ୍ରପତି ବୋରିସ ୟେଲତସିନ ଏଡାଇ ଦେବା ସହ କେଉଁଠି ନା କେଉଁଠି ସହି ଯାଉଥିଲେ। କିନ୍ତୁ ପରବର୍ତ୍ତୀ ରାଷ୍ଟ୍ରପତି ପୁଟିନ 2000 ପରଠାରୁ ଏହା ରୁଷିଆର ସୁରକ୍ଷା ପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବା ଦର୍ଶାଇ ଏହାକୁ ଦୃଢ ବିରୋଧ କରିଥିଲେ। ( ରୁଷିଆ ପୂର୍ବ ସୋଭିଏତ ରିପବ୍ଲିକ ଏବଂ ୟୁଏସଏସଆର ଅଧିନରେ ଥିବା ଛୋଟ ଛୋଟ ରାଷ୍ଟ୍ରଗୁଡିକୁ ରୁଷିଆର ନିକଟ ପଡୋଶୀ ଭାବେ ବର୍ଣ୍ଣନା କରୁଛି ଏବଂ ଏସବୁ ରାଷ୍ଟ୍ର ଉପରେ ତାର ପ୍ରଭାବ ଥିବା ବିଚାର କରୁଛି)।

ଏପ୍ରିଲ 2008ରେ ଜର୍ଜିଆ ଏବଂ ୟୁକ୍ରେନ ନାଟୋଭୁକ୍ତ ହେବା ଆମେରିକା ଘୋଷଣା କରିଥିଲା। ଏଥିସହିତ ଆମେରିକା ଏବଂ କିଛି ୟୁରୋପୀୟ ରାଷ୍ଟ୍ର କୋସୋଭୋର ସ୍ବାଧୀନତା ଘୋଷଣାକୁ ସ୍ବୀକୃତି ପ୍ରଦାନ କରିଥିଲେ। ଫଳରେ ଏହାର ଜବାବରେ ରୁଷିଆ ଅଗଷ୍ଚ 2008ରେ ଜର୍ଜିଆରୁ ପୃଥକ୍ ହୋଇଥିବା ଆବଖାଜିଆ ଏବଂ ସାଉଥ୍ ଓସେଟିଆର ସ୍ବାଧୀନତା ଘୋଷଣାକୁ ସ୍ବୀକୃତି ଦେଇଥିଲା ଏବଂ ପରେ 2014ରେ ୟୁକ୍ରେନ ସହିଥି ଥିବା କ୍ରିମିଆ ଉପରେ ଆକ୍ରମଣ କରିଥିଲା। ଏଥିପାଇଁ ଏବଂ ଅନ୍ୟ କିଛି କାରଣ ହେତୁ ରୁଷିଆ ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ମତଭେଦ ବଢିଥିଲା। ବିଶେଷ କରି ଆମେରିକା ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇବା ଦ୍ବାରା ରୁଷିଆ ଆର୍ଥିକ ସଂକଟରେ ପଡ଼ିଯାଇଥିଲା। ଏହି ସମୟରେ ଏକ ମିତ୍ର ରାଷ୍ଟ୍ର ଅନ୍ବେଷଣ କରିବାକୁ ଯାଇ ରୁଷିଆ ଚୀନ୍ ଆଡକୁ ଢଳିଥିଲା।

ଚୀନ୍-ରୁଷିଆ : ସମ୍ପର୍କରେ ବିଶେଷ ଉନ୍ନତି

ରୁଷିଆ-ଚୀନ୍ ସମ୍ପର୍କ କ୍ରମଶଃ ନିବିଡ ହେବା ସହ 2019 ବେଳକୁ ପ୍ରତିରକ୍ଷା ସହଯୋଗ ଏବଂ ସମନ୍ବୟର ଏକ ନୂଆ ଯୁଗ ସୃଷ୍ଚି କରିଥିଲା। ଦୁଇ ଦେଶ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଗୁଡିକରେ ଏକ ମିଳିତ ଆଭିମୁଖ୍ୟ ପ୍ରକାଶ ପାଇଥିଲା। ଦ୍ବିପାକ୍ଷିକ ବାଣିଜ୍ୟ କାରବାର 2018 ବେଳକୁ ଶହେ ବିଲିଅନ ଡଲାର ଅତିକ୍ରମ କରି 108 ବିଲିଅନ ଡଲାରରେ ପହଞ୍ଚିଥିଲା।ଏ କ୍ଷେତ୍ରରେ କୌଣସି ବି ସମସ୍ୟା ନଥିଲା। ଶକ୍ତି କ୍ଷେତ୍ର ସବୁଠାରୁ ବଡ଼ କ୍ଷେତ୍ର ଥିଲା, ଯେଉଁଠୁ ଦୁଇ ଦେଶକୁ ଫାଇଦା ମିଳିଥିଲା। ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ପ୍ରମୁଖ ଥିଲା। ସୀମା ବିବାଦ ଏ ସମୟ ବେଳକୁ ମୋଟାମୋଟି ସମାଧାନ ହୋଇ ଯାଇଥିଲା। ସମ୍ପର୍କ ପରସ୍ପର ପାଇଁ ପରିପୂରକ ଓ ଅତିରିକ୍ତ ଯୋଗଦାନ ଥିଲା। ଅଧିକ ନିବିଡ଼ ହେଲେ ଚୀନ୍ ଏବଂ ଇରାନ ଇରାନ ପରମାଣୁ ଚୁକ୍ତିରୁ ଆମେରିକାର ପ୍ରତ୍ୟାହାର (ମେ 2018) ଏବଂ ଇରାନ ଉପରେ ଦୃଢ ବାସନ୍ଦ ବ୍ୟବସ୍ଥା ପୁନଃ ଲାଗୁ କରାଯିବା ଯୋଗୁଁ ଇରାନୀୟ ଅର୍ଥନୀତି ଅନେକାଂଶରେ ପ୍ରଭାବିତ ହୋଇଥିଲା।

ଏହାପୂର୍ବରୁ ଆମେରିକା ଅଗଷ୍ଟ 2017ରେ ଏକ ଆଇନ ପ୍ରଣୟନ କରି ଇରାନ, ରୁଷିଆ ଏବଂ ଉତ୍ତର କୋରିଆ ଉପରେ କଟକଣା ଲାଗୁ କରିବା ସହ ଯେଉଁମାନେ ଆମେରିକାର ଶତ୍ରୁପକ୍ଷ ସହ ସମ୍ପର୍କ ରଖୁଥିଲେ ସେମାନଙ୍କୁ ମଧ୍ୟ କଟକଣାଭୁକ୍ତ ତାଲିକାରେ ରଖିଥିଲା। ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେଉଥିବା ବେଳେ ଚୀନ୍ ଏବଂ ଇରାନ ମଧ୍ୟରେ 400 ବିଲିଅନ ଡଲାର ମୂଲ୍ୟର ଅର୍ଥନୈତିକ ଓ ପ୍ରତିରକ୍ଷା ଚୁକ୍ତିର ରିପୋର୍ଟ ଆସିଥିଲା। ଚୀନ ଇରାନର ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ସହିତ ପ୍ରତିବଦଳରେ ରିହାତିରେ ତୈଳ ଓ ଗ୍ୟାସ୍ ପାଇଥିଲା। ଏପରି ଚୁକ୍ତି, ଇରାନକୁ ତାହାର ପରମାଣୁ କାର୍ଯ୍ୟକ୍ରମ ପାଇଁ ଏକଘରକିଆ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକାର ଉଦ୍ୟମକୁ ବ୍ୟର୍ଥ କରି ଦେଇଥିଲା।

ଚୀନ ଦ୍ବାରା ସୁବିଧାବାଦ ମେଣ୍ଟର ସଂପ୍ରସାରଣ ସୁତରାଂ ସାରା ବିଶ୍ବରେ ଚିତ୍ର ଏପରି ଭାବେ ବଦଳିଥିଲା ଯେ, ଯାହାକି କ୍ରମଶଃ ଚୀନ୍, ରୁଷିଆ ଏବଂ ଇରାନ ମଧ୍ୟରେ ସୁବିଧାବାଦ ମେଣ୍ଟ ଗଠନରେ ସହାୟକ ହୋଇଥିଲା। ପାକିସ୍ତାନ ଓ ଉତ୍ତର କୋରିଆ ଅଳ୍ପ ବହୁତେ ଚୀନର ଗ୍ରାହକ ରାଷ୍ଟ୍ର ପାଲଟି ଯାଇଥିଲେ। ଅତି ନିକଟରେ ନେପାଳ ଓ ଚୀନ ମଧ୍ୟ ଚୀନ୍ ସହ ଯୋଡ଼ି ହୋଇ ଯାଇଛନ୍ତି। ଭାରତର ଅଞ୍ଚଳକୁ ନେଇ ନେପାଳର ଦାବି ଏବଂ କଲମ୍ବୋରେ ଇଷ୍ଟ କଣ୍ଟେନର ଟର୍ମିନାଲର ବିକାଶ ପାଇଁ ଶ୍ରୀଲଙ୍କା-ଭାରତ-ନେପାଳର ମିଳିତ ପ୍ରକଳ୍ପର ସମୀକ୍ଷା ପାଇଁ ଶ୍ରୀଲଙ୍କାର ନିଷ୍ପତ୍ତି ପଛରେ ଚୀନର ହାତ ଥିବା ଜଣାପଡୁଛି ।

ଚୀନ୍ ଆଫ୍ରିକା ମହାଦେଶ ଏବଂ ଅନ୍ୟତ୍ର କିଛି ଛୋଟ ଛୋଟ ରାଷ୍ଟ୍ରର ସମର୍ଥନ ନେବା ଆରମ୍ବ କରିଛି। ଚୀନ୍ ବିପକ୍ଷରେ ବିଶ୍ବ ଶକ୍ତି ଏକାଠି ହେଉଛନ୍ତି ରଏଟର ସୂତ୍ରରୁ ପ୍ରକାଶ ଯେ, ଚାଇନା ଇନଷ୍ଟଚ୍ୟୁଟ ଅଫ କନଟେମ୍ପୋରାରୀ ଇଣ୍ଟରନ୍ୟାସନାଲ ରିଲେସନସ, (ଚୀନର ପ୍ରମୁଖ ଗୁଇନ୍ଦା ସଂସ୍ଥା ସହ ଜଡିତ ସରକାରୀ ସ୍ବୀକୃତିପ୍ରାପ୍ତ ଏକ ବୁଦ୍ଧିଜୀବୀ ଗୋଷ୍ଠୀ ଏପ୍ରିଲ 2020ରେ ଏକ ରିପୋର୍ଟ ପ୍ରକାଶ କରିଛି. ଏଥିରେ କୁହାଯାଇଛି ଯେ, " 1989 ତିଆନମେନ ସ୍କୋୟାର ଘଟଣା ପରେ ସାରା ବିଶ୍ବରେ ଚୀନ୍ ବିରୋଧୀ ମନୋଭାବ ଶିଖରରେ ପହଞ୍ଚିଥିଲା।" ବାସ୍ତବରେ ଏହା ପୂରା ସତ କଥା। ତେବେ ରଏଟର ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରିନାହିଁ। ଏଥିପାଇଁ ଅନେକ କାରଣ ରହିଛି, ହେଲେ କିଛି ଜଣାଶୁଣା କାରଣ ନିମ୍ନରେ ଦିଆଗଲା।

ଚୀନ୍ ଏବଂ ଅବଶିଷ୍ଟ ବିଶ୍ବ ମଧ୍ୟରେ କିଛି ଦିନ ହେଲା ଆସ୍ଥା ଓ ବିଶ୍ବାସର ମାତ୍ରା ଅନେକାଂଶରେ କମି କମି ଆସୁଛି। ଏହା ମୁଖ୍ୟତଃ କ୍ଷମତା ବୃଦ୍ଧି, ବିଶ୍ବର ବିଭିନ୍ନ ଭାଗରେ ଚୀନର ଉପସ୍ଥିତି ଓ ପ୍ରଭାବ ଏବଂ ଅସାଧୁ ଉପରେ ଅର୍ଥନୈତିକ ଗୁଲାମୀ ଜରିଆରେ ବିଶ୍ବ ଜିଣିବାର ଇଚ୍ଛା ଯୋଗୁଁ ଘଟୁଛି। ଚୀନର ଅନ୍ତର୍ଜାତୀୟ ସହାୟତା ନୀତି, ଭିତ୍ତିଭୂମିର ବିକାଶ ବିଶେଷ କରି ସଡ଼କ ନିର୍ମାଣ ଏବଂ ଏହାର "ଋଣ ଜାଲରେ ପକାଇବା ନୀତି" ଆଦିର ପ୍ରଭାବ ସାରା ବିଶ୍ବରେ ଦେଖିବାକୁ ମିଳୁଛି। ପ୍ରତିରକ୍ଷା ଏବଂ ନିରାପତ୍ତା କ୍ଷେତ୍ରକୁ ମଧ୍ୟ ଏହା ପ୍ରଭାବିତ କରୁଛି। ଆମେରିକା ଏବଂ ଭାରତ ସମେତ ଅଧିକାଂଶ ବୃହତ ରାଷ୍ଟ୍ର ଚୀନ୍ ସହିତ ବଢୁଥିବା ବଡ଼ ଆକାରର ବାଣିଜ୍ୟ ନିଅଣ୍ଟ ଏବଂ ବ୍ୟବସ୍ଥାଗତ ଭାବେ ଚୀନ କମ୍ପାନିଗୁଡ଼ିକର ଭାଗୀଦାର ବଢୁଥିବା ନେଇ ଚିନ୍ତିତ ଅଛନ୍ତି। ବିଦେଶୀ କମ୍ପାନିଗୁଡ଼ିକର ପ୍ରବେଶ ଉପରେ ଚୀନ୍ ରୋକ୍ ଲଗାଇବା ଏବଂ ନିଜ ଦେଶର ସରକାରୀ କମ୍ପାନିଗୁଡିକୁ ଅଗ୍ରାଧିକାର ଦେବା ମଧ୍ୟ ଚିନ୍ତାର କାରଣ ସାଜିଛି। ସାଇବର ଗୁଇନ୍ଦା କାର୍ଯ୍ୟରେ ଚୀନ ଲିପ୍ତ ଥିବା ମଧ୍ୟ ଅଭିଯୋଗ ହେଉଛି।

ବିବାଦୀୟ ପୂ୍ର୍ବ ଚୀନ୍ ସାଗର ଏବଂ ଦକ୍ଷିଣ ଚୀନ ସାଗରରେ ଚୀନର ଆକ୍ରମଣ କରି ସମୁଦ୍ରପଥରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ନ୍ୟାଭିଗେସନରେ ସ୍ବାଧୀନତା ପ୍ରତି ମଧ୍ୟ ଏହାକୁ ବିପଦ ବୋଲି ଦର୍ଶାଯାଉଛି। କୋଭିଡ-19 ମହାମାରୀ ବ୍ୟାପିବାରେ ଚୀନର ସନ୍ଦିଗ୍ଧ ଭୂମିକା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏଭଳି ଅସମୟରେ ନିକୃଷ୍ଟ ମାନର ମେଡିକାଲ ଯନ୍ତ୍ରପାତି ଯୋଗାଇବା ଘଟଣା ଚୀନର ଭାବମୂର୍ତ୍ତିରେ ଅନେକ ଆଞ୍ଚ ଆଣିଛି। ଏହାକୁ ନେଇ ସାରା ବିଶ୍ବରେ ସୃଷ୍ଟି ଚୀନ୍ ବିରୋଧୀ ପ୍ରଚାର ସହିତ ଚୀନ ଅର୍ଥନୈତିକ ପ୍ରଭାବ କମାଇବା ପାଇଁ ଉଦ୍ୟମ ହୋଇଛି। ଚୀନ ରଖିଥିବା ବିସ୍ତାରବାଦ ନୀତିରେ ରୋକ ଲଗାଇବା ପାଇଁ ଏବେ ଅର୍ଥନୈତିକ କଟକଣା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଚୀନର ପୁଞ୍ଜି ବିନିଯୋଗ ଉପରେ ନଜର ରଖି ଯାଞ୍ଚ କରାଯାଉଛି।

ଚୀନ କମ୍ପାନିଗୁଡ଼ିକର କଣ୍ଟ୍ରାକ୍ଟ ପୁନଃ ସମୀକ୍ଷା ହେଉଛି କିମ୍ବା ବାତିଲ କରି ଦିଆଯାଉଛି। ଚୀନ ଛାଡ଼ି ଚାଲି ଆସିବାକୁ ବିଦେଶୀ କମ୍ପାନିଗୁଡିକୁ ପ୍ରୋତ୍ସାହନମୂଳକ ପ୍ରସ୍ତାବ ଦିଆଯାଉଛି। ଆମେରିକା ଏବଂ ତାର ମିତ୍ର ରାଷ୍ଟ୍ର(ଆମେରିକା-ଜାପାନ-ଅଷ୍ଟ୍ରେଲିଆ-ଭାରତ)ଗୁଡିକୁ ନେଇ ଗଠିତ ଏକ ଗୋଷ୍ଠୀ ପକ୍ଷରୁ ଚୀନର ବିସ୍ତାରବାଦ ନୀତି ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ୟୁରୋପୀୟ ରାଷ୍ଟ୍ର ସମେତ ଭାରତରେ ମଧ୍ୟ ଚୀନ ବିରୋଧୀ ମନୋଭାବ ଦିନକୁ ଦିନ ଦୃଢ ହେବାକୁ ଲାଗିଲାଣି।

ପ୍ରକୃତ ପରିଣାମ ଚାଲିଥିବା ପୁନଃ ସମୀକରଣରେ ପ୍ରକୃତ ପରିଣାମ ହେଉଛି ଖୁବ ଶୀଘ୍ର ଦୁଇଟି ଶକ୍ତି ପରସ୍ପର ମଧ୍ୟରେ ଖୋଲାଖୋଲି ମୁକାବିଲା କରିବା ଦେଖିବାକୁ ମିଳିବ। ଗଣତନ୍ତ୍ର, ପ୍ରଶାସନରେ ସ୍ବଚ୍ଛତା, ମାନବିକ ଅଧିକାର ଏବଂ ସଂଖ୍ୟାଲଘୁଙ୍କୁ ସମ୍ମାନ ଆଦି ବିଷୟରେ ସହମତି ଥିବା ରାଷ୍ଟ୍ରଗୁଡିକୁ ନେଇ ଆମେରିକା ନେତୃତ୍ବରେ ଏକ ଗୋଷ୍ଠୀ ପ୍ରମୁଖ ଶକ୍ତି ଭାବେ ଉଭା ହେଉଥିବା ବେଳେ, ଏହାର ବିପରୀତ ଗୋଷ୍ଠୀ ଭାବେ ଚୀନ୍ କେନ୍ଦ୍ରୀଭୂତ ହେଉଛି। ଚୀନ ସହିତ ପ୍ରମୁଖ ସହଯୋଗୀ ଭାବେ ରୁଷିଆ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇରାନ ଆଦି ରାଷ୍ଟ୍ର ରହିଛନ୍ତି। ଆମେ କଣ "ଗଣତନ୍ତ୍ରର ମେଣ୍ଟ" ବନାମ "ଏକଚ୍ଛତ୍ରବାଦୀଙ୍କ ମେଣ୍ଟ" ଆଡକୁ ମୁହାଁଉଛେ କି ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.