ETV Bharat / bharat

ବାବ୍ରି ମାମଲା ଶୁଣାଣି: ଖୁସି ବ୍ୟକ୍ତ କଲେ ଆଡଭାନୀ-ରାଜନାଥ

author img

By

Published : Sep 30, 2020, 1:41 PM IST

Updated : Sep 30, 2020, 4:15 PM IST

ଅଯୋଧ୍ୟା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ଲକ୍ଷ୍ନୌର ସ୍ବତନ୍ତ୍ର ଅଦାଲତ ଆଜି ସମସ୍ତ 32 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହାକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବାବ୍ରି ମାମଲା ଶୁଣାଣି
ବାବ୍ରି ମାମଲା ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ଲକ୍ଷ୍ନୌର ସ୍ବତନ୍ତ୍ର ଅଦାଲତ ଆଜି ସମସ୍ତ 32 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହାକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସେ ଟ୍ବିଟ କରି ଏହି ରାୟକୁ ସ୍ବାଗତ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ ଲକ୍ଷ୍ନୌର ସ୍ବତନ୍ତ୍ର ଅଦାଲତ ଦ୍ବାରା ବାବ୍ରି ମସଜିଦ ବିଧ୍ବଂସ ମାମଲାରେ ଏଲକେ ଆଡଭାନୀ, କଲ୍ୟାଣ ସିଂ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ସମେତ 32 ଜଣ ଲୋକ କୌଣସି ଷଡଯନ୍ତ୍ରରେ ସାମିଲ ହୋଇନଥିବା ନିର୍ଣ୍ଣୟକୁ ମୁଁ ସ୍ବାଗତ କରିଛି । ଏହି ନିର୍ଣ୍ଣୟ ପ୍ରମାଣିତ କଲା କି ବିଳମ୍ବରେ ହେଉ ପଛେ ନ୍ୟାୟ ମିଳିଛି ’ ।

ଅନ୍ୟପକ୍ଷେ ଅଭିଯୁକ୍ତ ଥିବା ମୁରଲୀ ମନୋହର ଯୋଶୀ ମଧ୍ୟ ଏହାକୁ ଐତିହାସିକ ରାୟ କହିଛନ୍ତି । ସେ କହିଛନ୍ତି, ଆମର କାର୍ଯ୍ୟକ୍ରମ ଓ ରାଲି ନ୍ୟାୟ ବିରୋଧି ନଥିଲା । ଆମର ଏହା କୌଣସି ଷଡଯନ୍ତ୍ର ନଥିଲା । ମୁଁ ଖୁସି ଅଛି କି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହାସହ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଏହି ରାୟକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ଏହି ରାୟ ବିଜେପି ଓ ମୋ ବ୍ୟକ୍ତିଗତ ଭରଷାକୁ ବଜାୟ ରଖିଛି । ରାମ ଜନ୍ମଭୂମିକୁ ନେଇ ଆମର ଥିବା ସମର୍ପଣଭାବକୁ ପ୍ରମାଣିତ କରିଛି । ଅଭିଯୁକ୍ତ ଆଚାର୍ଯ୍ୟ ଧର୍ମେନ୍ଦ୍ର ମଧ୍ୟ କହିଛନ୍ତି ଯେ ଏହା ସତ୍ୟର ବିଜୟ। ମୁଁ ଏହାକୁ ଅଭିବାଦନ କରିବି ।

ଅନ୍ୟପକ୍ଷେ ସ୍ବାମୀ ବାସୁଦେବାନନ୍ଦ ସରସ୍ବତୀଙ୍କ ଶିଷ୍ୟ ଆଚାର୍ଯ୍ୟ ଜିତେନ୍ଦ୍ରାନନ୍ଦ ସରସ୍ବତୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଆଜି ହିନ୍ଦୁ ଧାର୍ମିକ ଲୋକଙ୍କ ପାଇଁ ଏକ ଖୁସିର ବିଷୟ । ଏହା କୌଣସି ଷଡଯନ୍ତ୍ର ନଥିଲା । ସେ କହିଛନ୍ତି, ସ୍ବୟଂ ରାମଙ୍କର ଇଚ୍ଛା ଥିଲା ଯେ ସେଠାରୁ ଢାଞ୍ଚା ହଟାଇଦିଆଯାଉ । 492 ବର୍ଷ ପରେ ସେଠାରେ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ । ଏହାକୁ ଷଡଯନ୍ତ୍ର କହି ମକଦ୍ଦମା କରିବା ଭୁଲ ଅଟେ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଆଚାର୍ଯ୍ୟ ଜିତେନ୍ଦ୍ରାନନ୍ଦ ସରସ୍ବତୀ ବର୍ତ୍ତମାନ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଅଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହା ପ୍ରମାଣିତ ହୋଇଗଲା ଯେ କଂଗ୍ରେସ ସରକାର ବିଜେପି ନେତା, ସାଧୁ, ଭିଏଚପି ଉପରେ ମିଥ୍ୟ ଆରୋପ ଲଗାଇ ଆସୁଥିଲା । ସେମାନେ ଷଡଯନ୍ତ୍ର ପାଇଁ ଦାୟୀ, କ୍ଷମା ମାଗିବା ଜରୁରୀ ।

ଅନ୍ୟପକ୍ଷେ ବିଜେପିରୁ ଅଲଗା ହୋଇଥିବା ଶିବସେନା ମଧ୍ୟ ଏହି ରାୟକୁ ସ୍ବାଗତ ଜଣାଇଛି । ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ରାୟ ପ୍ରମାଣିତ କରୁଛି କି ଏହା ଏକ ଷଡଯନ୍ତ୍ର ନୁହେଁ । ଆମେ ସେହି ଧାରାବାହିକକୁ ଭୁଲିଯିବା ଜରୁରୀ । ଯଦି ବାବ୍ରି ମସଜିଦ ଭାଙ୍ଗି ନଥାନ୍ତା ତେବେ ଆମେ ରାମ ମନ୍ଦିର ପାଇ ନଥାନ୍ତେ ।

ଇକବାଲ ହଂସାରୀ କହିଛନ୍ତି ଯେ ଆମେ କୋର୍ଟର ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ନଭେମ୍ବରର ଆସିଥିବା ନିଷ୍ପତ୍ତିକୁ ମଧ୍ୟ ଆମେ ସମ୍ମାନ କରିଥିଲୁ । ଏହି ମାମଲା ବର୍ତ୍ତମାନ ଶେଷ ହେବା ଉଚିତ୍, 28 ବର୍ଷ ହୋଇସାରିଛି । ପ୍ରକାଶଥାଉକି, ଏହି ମାମଲାରେ ସମସ୍ତ ଅଭିଯୁକ୍ତ ଷଡଯନ୍ତ୍ର କରିଥିବା ଭଳି ଗୁରୁତର ଅଭିଯୋଗ ଲାଗଥିଲା ମଧ୍ୟ କୋର୍ଟ କହିଛନ୍ତି ଯେ ଉପସ୍ଥାପିତ ପ୍ରମାଣ ଏହା ପ୍ରମାଣ କରେ ନାହିଁ ଏବଂ ହଠାତ୍ ଭାଙ୍ଗିବା ଘଟଣା ଏକ ଷଡଯନ୍ତ୍ର ନୁହେଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2020, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.