ETV Bharat / bharat

'ଚାଇନିଜ ଆପରେ ପ୍ରତିବନ୍ଧକ ଲାଗିବା ଭାରତ ପାଇଁ ବଡ ସୁଯୋଗ'

author img

By

Published : Jul 1, 2020, 4:44 PM IST

ସୋମବାର ଟିକଟକ ସମେତ 59ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଜାଣନ୍ତୁ ସେ କଣ କହିଛନ୍ତି...

ରବିଶଙ୍କର ପ୍ରସାଦ
ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ସୋମବାର ଟିକ୍‌ଟକ୍‌ ସମେତ 59ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ । ତେବେ ଆତ୍ମନିର୍ଭରଶୀଳ ହେବା ପାଇଁ ଏହା ଏକ ବଡ ସୁଯୋଗ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହା ସହିତ ବିଦେଶୀ ଆପ ଉପରେ ନିର୍ଭରଶୀଳତା ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି ।

ବୁଧବାର ଏନେଇ ପ୍ରତିକ୍ରିୟା ଦେଇ ରବିଶଙ୍କର ପ୍ରସାଦ କହିଛନ୍ତି, 'ମୋଦି ସରକାର ଚାଇନିଜ ଆପ ଉପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି । ଭାରତୀୟଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ଭାରତୀୟଙ୍କ ଦ୍ୱାରା ଭଲ ଆପ୍ ପ୍ରସ୍ତୁତ ହୋଇପାରିବ ନାହିଁ କି ? ବିଭିନ୍ନ କାରଣ ପାଇଁ ନିଜସ୍ୱ ଏଜେଣ୍ଡା ସହ ବିଦେଶୀ ଆପ୍ ଉପରେ ନିର୍ଭରଶୀଳତା ବନ୍ଦ ହେବା ଉଚିତ ।'

ସୂଚନାଯୋଗ୍ୟ ଯେ, ସୋମବାର ଭାରତ ସରକାର ଲୋକପ୍ରିୟ ଚାଇନିଜ ଆପ ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଥିଲେ । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କତା ଜାରି କରିଥିଲେ । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.