ETV Bharat / bharat

ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ମୁଖପାତ୍ର ରବିଶ କୁମାର ଫିନଲ୍ୟାଣ୍ଡ ରାଷ୍ଟ୍ରଦୂତ ନିଯୁକ୍ତ

author img

By

Published : Jun 3, 2020, 4:40 PM IST

ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ମୁଖପାତ୍ର ରବିଶ କୁମାରଙ୍କୁ ଫିନଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଟନ୍ତି ।

ରବିଶ କୁମାର ଫିନଲ୍ୟାଣ୍ଡ ରାଷ୍ଟ୍ରଦୂତ ନିଯୁକ୍ତ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ମୁଖପାତ୍ର ରବିଶ କୁମାରଙ୍କୁ ଫିନଲ୍ୟାଣ୍ଡରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଟନ୍ତି । ଏପ୍ରିଲରେ ମୁଖପାତ୍ରଙ୍କ ସ୍ଥାନରେ ରବିଶଙ୍କୁ ଯୁଗ୍ମ ସଚିବଙ୍କ ଦାୟିତ୍ବ ଦିଆଯାଇଥିଲା। ଅନୁରାଗ ଶ୍ରୀବାସ୍ତବ ବର୍ତ୍ତମାନ ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ନେବେ ।

ପୂର୍ବରୁ ଏଭଳି ଖବର ସାମ୍ନାକୁ ଆସିଥିଲା ଯେ, ରବିଶ କୁମାରଙ୍କୁ କ୍ରୋଏସିଆର ରାଷ୍ଟ୍ରଦୂତ ଭାବରେ କେନ୍ଦ୍ର ସରକାର ଦାୟିତ୍ବ ଦେଇପାରନ୍ତି । 2017 ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା । ସେ ଗୋପାଳ ବାଗଲେଙ୍କ ସ୍ଥାନ ନେଇଥିଲେ ।

ରବିଶ କୁମାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମୁଖପାତ୍ର ପଦ ଗ୍ରହଣ କରିବା ପୂର୍ବରୁ ଜର୍ମାନୀର ଫ୍ରାଙ୍କଫର୍ଟରେ କାଉନସିଲ୍ ଜେନେରାଲ୍ ଥିଲେ । ସେ 1995 ବ୍ୟାଚ୍ ର IFS ଅଧିକାରୀ । କୂଟନୀତିଜ୍ଞ ଭାବରେ ସେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଭାରତୀୟ ମିଶନରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ଭୁଟାନର ରାଜଧାନୀ ଥିମ୍ଫୁ ଏବଂ ବ୍ରିଟେନର ରାଜଧାନୀ ଲଣ୍ଡନରେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.